ହାଇଦ୍ରାବାଦ:ରିଅଲମି ନଭେମ୍ବର 26ରେ ଭାରତରେ ଏହାର ଫ୍ଲାଗସିପ୍ ରିଅଲମି ଜିଟି 7 ପ୍ରୋ (Realme GT 7 Pro) ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଭାରତରେ ଏହା ପ୍ରଥମ ସ୍ନାପଡ୍ରାଗନ୍ 8 ଇଲାଇଟ୍ ଚାଳିତ ଫୋନ୍ ହେବାକୁ ଥିବା ବେଳେ ଏହା ଏକ ଭିନ୍ନ ଟେକ୍ସଚର୍ଡ୍ ବ୍ୟାକ୍ ଏବଂ ଅନେକ ନୂତନ AI ଫିଚର ସହିତ ଆସୁଛି । ଖାସ କଥା ହେଉଛି ଏହି ଫୋନରେ ମାର୍ସ (ମଙ୍ଗଳ ଗ୍ରହ) ଡିଜାଇନ ମିଳିବାକୁ ଯାଉଛି ।
ଖାଲି ସେତିକି ନୁହେଁ, ଏହି ଫୋନ ଏଆଇ ଚାଳିତ ଅନେକ ଫିଚର ପ୍ରଦାନ କରିବାକୁ ଯାଉଛି । ଏହାରି ମଧ୍ୟରେ କମ୍ପାନୀ ପକ୍ଷରୁ ଏହି ଦମଦାର ଫୋନର ଲଞ୍ଚ ତାରିଖ ଖୁଲାସା ହୋଇଛି । କମ୍ପାନୀର ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ ରିଅଲମି ଜିଟି 7 ପ୍ରୋ ଆସନ୍ତା ନଭେମ୍ବର 26 ତାରିଖ ମଧ୍ୟାହ୍ନ 12ଟାରେ ଭାରତୀୟ ବଜାରରେ ପ୍ରବେଶ କରିବ । ତେବେ ଏହି ଦମଦାର ଫୋନ ଲଞ୍ଚ ହେବା ପୂର୍ବରୁ ଜାଣିନିଅନ୍ତୁ ଏହାର ଫିଚର ସମ୍ପର୍କରେ ।
Realme GT Pro ସ୍ପେଶିଫିକେସନ:
- ଡିସପ୍ଲେ: 6.78 ଇଞ୍ଚ
- ରିଫ୍ରେସ ରେଟ୍: 120Hz
- ପିକ୍ ବ୍ରାଇଟନେସ୍: 6000 ନିଟ୍ସ
- ରେଜୋଲ୍ୟୁସନ: 2780 x 1264 ପିକ୍ସେଲ
- ବ୍ୟାଟେରୀ କ୍ଷମତା: 6,500mAh
- RAM: 12GB
- ଷ୍ଟୋରେଜ: 256GB
- ପଛ କ୍ୟାମେରା: 50MP + 8MP + 50MP
- 3x ଅପଟ୍କାଲ ଜୁମ୍ ଓ 120x ଡିଜିଟାଲ ଜୁମ୍ ସପୋର୍ଟ
- 120W ତାରଯୁକ୍ତ (ୱେୟାର୍ଡ) ଦ୍ରୁତ ଚାର୍ଜିଂ
- ଧୂଳି ଓ ପାଣିରୁ ରକ୍ଷା ପାଇଁ IP68 ଓ IP69 ରେଟିଂ
- OS: ଆଣ୍ଡ୍ରଏଡ୍
ଏହା ବି ପଢନ୍ତୁ |
କ୍ୟାମେରା:ଏହି ଫୋନରେ 50 MP ସହିତ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ସେଲଫି ଏବଂ ଭିଡିଓ କଲ୍ ପାଇଁ ଏଥିରେ 16 ମେଗାପିକ୍ସେଲର ସାମ୍ନା କ୍ୟାମେରା ଅଛି । ଫୋନରେ ପାଣି ତଳେ ଫଟୋଗ୍ରାଫି କରିବା ପାଇଁ ସୁବିଧା ଥିବା ବେଳେ ଲାଇଭ ଫଟୋ ଓ AI ଏଡିଟିଂ ଫିଚର ମିଳିବ ।