ହାଇଦ୍ରାବାଦ:ସମ୍ପ୍ରତି ଆପଣଙ୍କ ପରିଚୟ ଲାଗି ଆଧାର କାର୍ଡ ନିହାତି ଆବଶ୍ୟକ । ଅନେକ କାର୍ଯ୍ୟରେ ଏହା ବାଧ୍ୟତାମୂଳକ ଡକ୍ୟୁମେଣ୍ଟ ହୋଇଛି । ତେବେ ଆପଣ କଣ ଏବେ ବି ସେହି ପୁରୁଣା ଫର୍ମାଟର ଆଧାର କାର୍ଡ ବ୍ୟବହାର କରୁଛନ୍ତି, ଯାହାକୁ ପକେଟରେ ରଖି ରଖି ଏହା ମୋଡି ହୋଇଯାଇଛି କିମ୍ବା ଫାଟି ଯାଇଛି । କାରଣ ଏହି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ବି ଖରାପ ହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି ।
ଅନେକ ସମୟରେ ଏହି ଡକ୍ୟୁମେଣ୍ଟଟିକୁ ପକେଟରେ ରଖି ରଖି ଏହା ମୋଡି ହୋଇ ଫାଟିଯାଏ । ଏହି ସମସ୍ୟାରୁ ବର୍ତ୍ତିବା ଲାଗି ଏକ ଦୀର୍ଘକାଳୀନ ଆଧାର କାର୍ଡ ଏବେ ଆପଣ ତିଆରି କରିପାରିବେ । ଯାହାର ନାମ ରଖାଯାଇଛି 'PVC Aadhaar Card' । ଏଥିଲାଗି ଆପଣଙ୍କୁ ମାତ୍ର 50ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଭାରତର ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡ ୟୁଜର୍ସଙ୍କୁ ଏହି ନୂଆ ଧରଣର କାର୍ଡ ତିଆରି କରିବାକୁ ସୁବିଧା ପ୍ରଦାନ କରିଛି । ଆପଣ ଘରେ ବସି ପିଭିସି ଆଧାର କାର୍ଡ ପାଇଁ ଆବେଦନ କରିପାରିବେ । ଯାହାକି ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ହେବ ନାହିଁ । ଏଥିଲାଗି ଆପଣଙ୍କୁ ମାତ୍ର 50ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
PVC ଆଧାର କାର୍ଡ କଣ ?
- ଭାରତର ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପକ୍ଷରୁ ପିଭିସି ଆଧାର କାର୍ଡ ଜାରି କରାଯାଏ ।
- PVC ଆଧାର କାର୍ଡର ସାଇଜ 86 MM X 54 MM ରହିଥାଏ ।
- ଏହା ଲ୍ୟାମିନେଟ୍ ଆଧାର କାର୍ଡ ପରି ନୁହେଁ, ବରଂ ପଲିଭିନାଇଲ କ୍ଲୋରାଇଡ (PVC) କାର୍ଡ ATM କାର୍ଡ ଓ Credit କାର୍ଡ ଭଳି ମଜଭୁତ ରହିବ ।
- ପିଭିସି ଆଧାର କାର୍ଡର ସାଇଜ କ୍ରେଡିଟ କାର୍ଡ, ଡେବିଟ କାର୍ଡ ପରି ହୋଇଥାଏ । ଫଳରେ ଏହାକୁ ସହଜରେ ପକେଟରେ ରଖି ହେବ । ବର୍ଷାରେ ଓଦା ହେଲେ ବି ଏହା ଖରାପ ହୋଇଯିବାର ଭୟ ନାହିଁ ।
- ପଲିଭିନାଇଲ କ୍ଲୋରାଇଡ (PVC) କାର୍ଡ ସିନ୍ଥେଟିକ ପ୍ଲାଷ୍ଟିକରେ ତିଆରି ହୋଇଥାଏ ।
- ଏହା ରାସାୟନିକ ପଦାର୍ଥରେ ତିଆରି ହୋଇଥିବାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ହେବ ନାହିଁ ।
- UIDAI ପକ୍ଷରୁ ଏହା ଜାରି ହୋଇଥିବାରୁ ଏହାର ପ୍ରାମାଣିକତା ଉପରେ କୌଣସି ସନ୍ଦେହ ନାହିଁ ।
- ପାରମ୍ପରିକ ଆଧାର କାର୍ଡ ଓ ପିଭିସି ଆଧାର କାର୍ଡ ମଧ୍ୟରେ କୌଣସି ପ୍ରଭେଦ ନାହିଁ ।