ETV Bharat / state

ଡକାୟତ ଗ୍ୟାଙ୍ଗକୁ ମାଡିବସିଲା ପୋଲିସ; 7 ଗିରଫ, 120 ଦାମୀ ମୋବାଇଲ ଜବତ - ROBBERY GANG

ବଡ ଡକାୟତି ପାଇଁ ଚାଲିଥିଲା ଯୋଜନା । ଚଢାଉ କରି ଯୋଜନାକୁ ପଣ୍ଡ କଲା ପୋଲିସ ।

ROBBERY GANG
ROBBERY GANG (ETV BHARAT ODISHA)
author img

By ETV Bharat Odisha Team

Published : Dec 2, 2024, 8:55 PM IST

ଅନୁଗୋଳ: ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ମାଡିବସିଲା ତାଳଚେର ଥାନା ପୋଲିସ । 120ରୁ ଅଧିକ ଦାମୀ ମୋବାଇଲ ଫୋନ ସହ ଦାମୀ ଗାଡିଠାରୁ ଆରମ୍ଭ କରି ମାରଣାସ୍ତ୍ର ଓ ବନ୍ଧୁକ ଜବତ କରିଛି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ଗତାକିଲ କୋର୍ଟ ଚାଲାଣ କରାଯାଇଛି । ତାଳଚେର ପୋଲିସ କଣ୍ଢାଳ ଜଙ୍ଗଲରେ ଡକାୟତି ଉଦ୍ୟମ କରୁଥିବା ଅବସ୍ଥାରେ ଏହି ଅଭିଯୁକ୍ତମାନେ ପୋଲିସ ପଞ୍ଝାରେ ପଡିଛନ୍ତି ।

ଦୀର୍ଘଦିନ ହେବ ଏହି ଡକାୟତି ଗ୍ୟାଙ୍ଗ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ନିଛାଟିଆ ସ୍ଥାନରେ ରହିଥିବା ଲୋକଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିଥାନ୍ତି । ଏହି ଡକାୟତ ଗ୍ୟାଙ୍ଗର ସାତ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଆଉ କିଛି ସଦସ୍ୟ ଫେରାର ଥିବା ଅନୁଗୋଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି । ସେ କହିଛନ୍ତି "ଦୀର୍ଘଦିନ ହେବ ଏହି ଡକାୟତି ଗ୍ୟାଙ୍ଗ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଟ୍ରକ ଡ୍ରାଇଭର ଓ ନିଛାଟିଆ ସ୍ଥାନରେ ରହିଥିବା ଲୋକଙ୍କଠାରୁ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିଥାନ୍ତି । ଗିରଫ ଅଭିଯୁକ୍ତ ହେଲେ ଲୋକନାଥ ପଟ୍ଟନାୟକ, ବ୍ରିଜମୋହନ ପଟ୍ଟନାୟକ, ସତ୍ୟଜିତ ନାଏକ ,ସିଦ୍ଧାର୍ଥ ଭୋଇ, ବବୁଲ ଭୁତିଆ କମଳାକାନ୍ତ ମହାପାତ୍ର ଓ ଅଜୟ ଓଝା । ''

ROBBERY GANG (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବଡ଼ଧରଣର ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାସ, ବନ୍ଧୁକ ସହ 4ଟି ଅଫୁଟା ଗୁଳି ଜବତ

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

ଏହି ଡକାୟତ ଗ୍ୟାଙ୍ଗ ନିକଟରୁ ଗୋଟିଏ କାର, ଗୋଟିଏ ପିସ୍ତଲ ,୧୨୦ଟି ମୋବାଇଲ ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଏହି ଡ଼କାୟତ ଗ୍ୟାଙ୍ଗର ସମସ୍ତ ସାତ ଜଣ ସଦସ୍ୟ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି । ଡକାୟତି ଗ୍ୟାଙ୍ଗ ନାଁରେ ଅନୁଗୋଳ ଜିଲ୍ଲା ସହ ବିଭିନ୍ନ ଜିଲ୍ଲାରେ ବହୁ ଅପରାଧିକ ମାମଲା ରହିଥିବା ଅନୁଗୋଳ ଏସପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ।

ଅନୁଗୋଳ ଏସପି ରାହୁଲ ଜୈନ କହିଛନ୍ତି, ''ଗତ ରାତିରେ ଆମର ଖବର ପାଇଥିଲୁ କିଛି ଲୋକ ତାଳଚେର ପୋଲିସ କଣ୍ଢାଳ ଜଙ୍ଗଲ ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଛନ୍ତି । ଏନେଇ ଖବର ପାଇ ଚଢାଉ କରିବା ପରେ 7 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ କେସ ରହିଛି । ''

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.