ହାଇଦ୍ରାବାଦ:ଓପୋ ଭାରତରେ ଏହାର ଫ୍ଲାଗସିପ୍ Reno 13 ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Oppo Reno 13 ଓ 13 Pro ଲଞ୍ଚ କରିଛି । ନୂଆ ସ୍ମାର୍ଟଫୋନ MediaTek Dimensity 8350 ଚିପସେଟ୍, 5,800mAh ବ୍ୟାଟେରୀ, 50MP ସେଲଫି କ୍ୟାମେରା ଓ ପାଣି ଭିତରେ ଫଟୋଗ୍ରାଫି କରିବା ପରି ଫିଚର ଦିାଯାଇଛି । ଉଭୟ ଫୋନରେ ସ୍ପେଶିଫିକେସନ ସମାନ ଥିବା ବେଳେ କ୍ୟାମେରା ସେଟଅପ୍, ବ୍ୟାଟେରୀ ଓ ଷ୍ଟୋରେଜ ଅପସନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
Oppo Reno 13 Series: ଦାମ ଓ ଉପଲବ୍ଧତା
- ଓପୋ ରେନୋ 13ର ଦାମ ବେସ୍ ମଡେଲ 8GB RAM ଓ 128GB ଷ୍ଟୋରେଜ ଲାଗି Rs 37,999 ଟଙ୍କା ରହିଛି । ଏହାର ଅନ୍ୟ ଭାରିଏଣ୍ଟ ମଧ୍ୟ ଉପଲବ୍ଧ ।
- ଓପୋ ରେନୋ 13 Proର ପ୍ରାରମ୍ଭିକ ମୂଲ୍ୟ Rs 49,999 ଟଙ୍କା ରହିଛି । ପ୍ରୋ ମଡେଲ ଲାଗି ଦୁଇଟି ଭାରିଏଣ୍ଟ ଉପଲବ୍ଧ ।
- ଏହି ସିରିଜର ସେଲ୍ ଜାନୁଆରୀ 11 ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବାକୁ ଯାଉଛି । ଫ୍ଲିପକାର୍ଟ ସମେତ କମ୍ପାନୀର ଅଫିସିଆଲ ୱେବସାଇଟ୍ରୁ ଫୋନକୁ କିଣିପାରିବେ ।
- OPPO Reno 13 ଲାଗି Ivory White ଓ Luminous Blue କଲର ଅପସନ ଥିବା ବେଳେ Pro ମଡେଲ ଲାଗି Mist Lavender ଓ Graphite Grey କଲର ଅପସନ ରହିଛି ।
- Luminous Blue କଲର ଭାରିଏଣ୍ଟ ସ୍ବତନ୍ତ୍ର ଭାବେ ଭାରତରେ ଉପଲବ୍ଧ ଏବଂ ଏଥିରେ କ୍ୟାମେରା ମଡ୍ୟୁଲ ଚାରିପାଖରେ ଗ୍ଲୋଇଙ୍ଗ ଇଫେକ୍ଟ ମଧ୍ୟ ରହିଛି ।
Oppo Reno 13 Series: ସ୍ପେଶିଫିକେସନ
OPPO Reno 13 Pro
- ଡିସପ୍ଲେ: 6.83-ଇଞ୍ଚ 1.5K 120Hz ମାଇକ୍ରୋ-କର୍ଭଡ ଡିସପ୍ଲେ, 600nits ପିକ୍ ବ୍ରାଇଟନେସ୍, ଗରିଲା ଗ୍ଲାସ 7i ପ୍ରୋଟେକ୍ସନ ।
- ପ୍ରୋସେସର: ମିଡିଆଟେକ୍ ଡାଇମେନସିଟି 8350 ଚିପସେଟ୍, ମେଲ୍-G615 GPU
- କ୍ୟାମେରା: 50MP Sony IMX890 ପ୍ରାଇମେରି କ୍ୟାମେରା, 50MP ଟେଲିଫଟୋ କ୍ୟାମେରା (3.5x ଅପ୍ଟିକାଲ ଜୁମ୍), 8MP ଅଲଟ୍ରା-ୱାଇଡ୍ କ୍ୟାମେରା ଓ 50MP ଫ୍ରଣ୍ଟ କ୍ୟାମେରା ।
- ବ୍ୟାଟେରୀ ଓ ଚାର୍ଜିଂ: 5,800mAh ବ୍ୟାଟେରୀ, 80W SUPERVOOC ଚାର୍ଜିଂ
- ସଫ୍ଟୱେର: Android 15 ଆଧାରିତ ColorOS 15
- ସୁରକ୍ଷା ଫିଚର:ଧୂଳି ଓ ପାଣି ପ୍ରତିବନ୍ଧକ ଲାଗି IP66/68/69 ରେଟିଂ
- ଅନ୍ୟାନ୍ୟା ଫିଚର: USB Type-C ପୋର୍ଟ, Google Gemini ଓ ସର୍କଲ-ଟୁ-ସର୍ଚ୍ଚ