ହାଇଦ୍ରାବାଦ: ନଥିଙ୍ଗ ଫୋନ 3ଏ ସିରିଜକୁ ଭାରତ ସମେତ ସାରା ବିଶ୍ବରେ ମାର୍ଚ୍ଚ 4 ତାରିଖ ଅପରାହ୍ନ 3.30ରେ ଲଞ୍ଚ କରିବ କମ୍ପାନୀ । ଏହି ଲାଇନଅପ୍ରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Nothing Phone 3a ଓ Phone 3a Pro ଲଞ୍ଚ କରିବ । ଲଞ୍ଚ ପୂର୍ବରୁ କମ୍ପାନୀ ଏହାର ଡିଜାଇନର ଖୁଲାସା କରିଛି । ଏହା ପେରିସ୍କୋପ ସୁଟର୍ ସହ ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ନଜର ଆସିଛି । ତେବେ ଏହି ଡିଜାଇନ ସିରିଜର Pro ମଡେଲର ହୋଇପାରେ ବୋଲି କୁହାଯାଉଛି । ଅନ୍ୟ ହ୍ୟାଣ୍ଡସେଟ୍ର ଡିଜାଇନ କିଛି ଦିନ ମଧ୍ୟରେ କମ୍ପାନୀ ଖୁଲାସା କରିପାରେ ।
Nothing Phone 3a Series: ଲଞ୍ଚ ଟାଇମଲାଇନ ଓ ଡିଜାଇନ
ନଥିଙ୍ଗ ଏହାର ଅଫିସିଆଲ X ସାଇଟ୍ରେ Phone 3a ସିରିଜ ଡିଜାଇନର ଖୁଲାସା କରିଛି । ଏଥିରେ ଦୁଇଟି ସ୍ମାର୍ଟଫୋନ ମଧ୍ୟରୁ କୌଣସି ଗୋଟିଏ ମଡେଲର ବ୍ୟାକ୍ ଡିଜାଇନ ଦେଖିବାକୁ ମିଳିଛି । କମ୍ପାନୀ ପ୍ରଥମ ଥର ଲାଗି କୌଣସି ଫୋନ ଲଞ୍ଚ କରିବା ପୂର୍ବରୁ ଏହାର ଡିଜାଇନର ଖୁଲାସା କରିଛି । ଫୋନର ପଛ ଭାଗରେ ଟପ୍ ସେଣ୍ଟରରେ ଏକ ବୃତ୍ତାକାର କ୍ୟାମେରା ମଡ୍ୟୁଲ ଦେଖିବାକୁ ମିଳିଛି । ତିନୋଟି କ୍ୟାମେରା Glyph LEDs ସହିତ ଆସିବ, ଯାହାକୁ ନଥିଙ୍ଗର ପୁରୁଣା ଫୋନରେ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ 3ଟି କ୍ୟାମେରା ଦେଖିବାକୁ ମିଳିଥିବାବେଳେ ଏଥିମଧ୍ୟରୁ ଗୋଟିଏ ପେରିସ୍କୋପ୍ ଲେନ୍ସ ରହିଛି ।
ଫୋନରେ ପଛ ପଟେ ଏକ LED ଫ୍ଲାସ୍ ଲାଇଟ୍ ମଧ୍ୟ ଦେଖିବାକୁ ମିଳିଛି । ଫୋନର ଡାହାଣ ପାଖରେ ଭଲ୍ୟୁମ୍ ଓ ପାୱାର ବଟନ୍ ବି ଦେଖିବାକୁ ମିଳିଛି । ନଥିଙ୍ଗ ପୂର୍ବରୁ ଜାରି କରିଥିବା ଏକ ଭିଡିଓରେ Phone 3a ସିରିଜ ଗ୍ଲାସ୍ ବ୍ୟାକ୍ ପ୍ୟାନେଲ ସହ ଆସିବ ବୋଲି ସ୍ପଷ୍ଟ କରିଥିଲା । ଏଥିରେ Nothing Phone 3କୁ ବି ଟିଜ୍ କରିଥିଲା, ଯାହାକି ଆଗାମୀ କିଛି ମାସରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି । କମ୍ପାନୀ ଏହି ସିରିଜକୁ ମାର୍ଚ୍ଚ 4 ତାରିଖ ଅପରାହ୍ନ 3.30ରେ ଲଞ୍ଚ କରିବ ବୋଲି ଏହାର ଅଫିସିଆଲ ଏକ୍ସ ସାଇଟ୍ରେ ସୂଚନା ଦେଇଛି ।
Nothing Phone 3a Series: ସ୍ପେଶିଫିକେସନ
ନଥିଙ୍ଗ ଫୋନ 3a ସିରିଜର ଟିଜରରୁ ଲାଗୁଛି କମ୍ପାନୀ ଏହି ସିରିଜକୁ ହାଇ-ଏଣ୍ଡ୍ ମଡେଲ ଅର୍ଥାତ Pro ମଡେଲରେ ପେରିସ୍କୋପ କ୍ୟାମେରା ଦେଇପାରେ । କମ୍ପାନୀ ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ଏହି ଫୋନର ପଛ ଭାଗରେ 50MP ମେନ୍ କ୍ୟାମେରା, ଯାହାକି ଅପ୍ଟିକାଲ ଇମେଜ୍ ଷ୍ଟାବିଲାଇଜେସନ ସହ ଆସିପାରେ । ଫୋନର ଦ୍ବିତୀୟ କ୍ୟାମେରା 8MP ଅଲଟ୍ରା-ୱାଇଡ ଆଙ୍ଗେଲ ଲେନ୍ସ ଓ ତୃତୀୟ କ୍ୟାମେରା 50MP Sony ପେରିସ୍କୋପ ଲେନ୍ସ ରହିପାରେ । ଏଥିଲାଗି ଏଥିରେ ସେଲ୍ଫି ଓ ଭିଡିଓ ଲାଗି 50MP ଫ୍ରଣ୍ଟ କ୍ୟାମେରା ମଧ୍ୟ ମିଳିପାରେ ।
ଏହି ସିରିଜର ବେସ୍ ମଡେଲ Nothing Phone 3aରେ କମ୍ପାନୀ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦେଇପାରେ । ଏହି ସିରିଜର ଉଭୟ ମଡେଲରେ ପ୍ରୋସେସର ଲାଗି Snapdragon 7s Gen 3 SoC ଚିପସେଟ୍ ଆସିପାରେ । ଏହି ଫୋନ ନଥିଙ୍ଗର ଅପରେଟିଂ ସିଷ୍ଟମ (OS) Nothing OS 3ରେ ଚାଲିବ, ଯାହାକି ଗୁଗଲ୍ର ଲାଟେଷ୍ଟ ଓଏସ Android 15 ଉପରେ ଆଧାରିତ ହେବ ।