ହାଇଦ୍ରାବାଦ: ବ୍ରିଟିଶ କମ୍ପାନୀ ନଥିଙ୍ଗ ଭାରତରେ ମାର୍ଚ୍ଚ 4 ତାରିଖରେ ଏହାର ବହୁ ପ୍ରତିକ୍ଷିତ ନଥିଙ୍ଗ ଫୋନ 3ଏକୁ ଲଞ୍ଚ କରିବାକୁ ଯାଉଛି । ଅପରାହ୍ନ ସାଢେ 3ଟାରେ ଆୟୋଜିତ ଲଞ୍ଚ ଇଭେଣ୍ଟରେ ବ୍ରାଣ୍ଡର ଏହି ଲାଟେଷ୍ଟ ସ୍ମାର୍ଟଫୋନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ସିରିଜରେ ଦୁଇଟି ମଡେଲ Phone 3a ଓ Phone 3a Pro ଲଞ୍ଚ ହୋଇପାରେ । ଏହି ଫୋନ ସହିତ ଗ୍ରାହକ ନଥିଙ୍ଗ ଫୋନରେ ଏକ ଫ୍ରେସ୍ ଡିଜାଇନ ପାଇବେ । ଏଥିରେ ଆଉ କଣ ଖାସ ନିମ୍ନରେ ଜାଣନ୍ତୁ ।
Nothing Phone 3a Series: ସ୍ପେଶିଫିକେସନ
- ପ୍ରୋସେସର: X ସାଇଟ୍ରେ ଏକାଧିକ ଟିପଷ୍ଟରଙ୍କ ସୂଚନା ଅନୁସାରେ, ନଥିଙ୍ଗ ଫୋନ 3a କ୍ବାଲକମ୍ Snapdragon 7s Gen 3 ଚିପସେଟ୍ ସହିତ ଆସିପାରେ ଯାହାଦ୍ବାରା ଫୋନର କାର୍ଯ୍ୟଦକ୍ଷତା ଅଧିକ ଉନ୍ନତମାନର ହୋଇପାରିବ।
- RAM ଓ ଷ୍ଟୋରେଜ: ଏହା 2ଟି ଅପସନ 8GB RAM+128GB ଓ 12GB RAM+256GB ସହିତ ଆସିପାରେ । କିନ୍ତୁ ପ୍ରୋ ମଡେଲ ଗୋଟିଏ ଅପସନ 12GB RAM+256GB ସହ ଆସିପାରେ ବୋଲି କୁହାଯାଉଛି ।
- ଡିସପ୍ଲେ:ଏହି ସିରିଜର ଫୋନ 120Hz ରିଫ୍ରେସ ରେଟ୍ ସହିତ ବଡ଼ ଡିସପ୍ଲେ 6.8-inch FHD+ AMOLED ସହ ଆସିପାରେ । ଯାହାଦ୍ବାରା ଭିଜୁଆଲ୍ ଓ ଗେମ୍ ଖେଳିବା ସମୟରେ ଅଭିଜ୍ଞତା ଅଧିକ ଉନ୍ନତ ହୋଇପାରିବ ।
- କ୍ୟାମେରା: ଟିପଷ୍ଟର ଅଭିଷେକ ଯାଦବଙ୍କ ଏକ X ପୋଷ୍ଟ ଅନୁସାରେ, ଏହା ଟ୍ରିପଲ କ୍ୟାମେରା ସେଟଅପ୍ ସହ ଆସିପାରେ । ଏଥିରେ 50MP ପ୍ରାଇମେରି ସେନ୍ସର, 50MP ଟେଲିଫଟୋ ଲେନ୍ସ (2x ଅପ୍ଟିକାଲ ଜୁମ୍) ଓ 8MP ଅଲଟ୍ରା-ୱାଇଡ କ୍ୟାମେରା ସହ ଆସିପାରେ । ସେଲ୍ଫି ଓ ଭିଡିଓ ଲାଗି ଏଥିରେ 32MP ଫ୍ରଣ୍ଟ କ୍ୟାମେରା ରହିଛି ।
- ବ୍ୟାଟେରୀ ଓ ଚାର୍ଜିଂ: ଏହା 5000mAh ବ୍ୟାଟେରୀ ସହ ଆସିପାରେ ଯାହାକି 45W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।
- ଫୋନର ରିଅରରେ ଏକ Glyph ଇଣ୍ଟରଫେସ୍ LED ଲାଇଟିଂ ସିଷ୍ଟମ ରହିବ ।
Nothing Phone 3a: ଫ୍ଲିପକାର୍ଟ ଏକ୍ସକ୍ଲୁସିଭ୍ ସେଲ୍
ନଥିଙ୍ଗ ଏହାର ଫୋନ 3a ସିରିଜ ଲଞ୍ଚ କରିବା ଲାଗି ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟକୁ ଚୟନ କରିଛି । ଏହି ଫୋନ ମାର୍ଚ୍ଚ 4 ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବା ପରେ ଗ୍ରାହକ ସଙ୍ଗେ ସଙ୍ଗେ ଫ୍ଲିପକାର୍ଟରୁ ଏହାକୁ କିଣିପାରିବେ । ଏ ନେଇ ଫ୍ଲିପକାର୍ଟରେ ଏକ ମାଇକ୍ରୋସାଇଟ୍ ଜାରି କରାଯାଇଛି ।