ହାଇଦ୍ରାବାଦ: ଟେଲିକମ ରେଗୋଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (TRAI) ଦେଶର ସମସ୍ତ ଟେଲିକମ କମ୍ପାନୀଗୁଡିକୁ କେବଳ କଲିଂ ଓ SMS ଲାଗି ଭାଉଚର ଆଣିବାକୁ ବାଧ୍ୟତାମୂଳକ କରିବା ପରେ ଗୁରୁବାର ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ-ଆଇଡିଆ ନୂଆ ପ୍ଲାନ ଲଞ୍ଚ କରିଛି । ଯାହାଦ୍ବାରା ଡେଟା ବ୍ୟବହାର କରୁନଥିବା ୟୁଜର ଉପକୃତ ହେବେ । ନିର୍ଦ୍ଦେଶ ଆସିବା ପରେ ସର୍ବପ୍ରଥମେ ଏୟାରଟେଲ କେବଳ ଭଏସ କଲିଂ ଓ ଏସଏମଏସ ଲାଗି 2ଟି ପ୍ଲାନ ଲଞ୍ଚ କରିଥିବା ବେଳେ ଜିଓ ଏବଂ ଭିଆଇ ଯଥାକ୍ରମେ ଦୁଇଟି ଓ ଗୋଟିଏ ପ୍ଲାନ ଲଞ୍ଚ କରିଛନ୍ତି । ଏହି ପ୍ଲାନଗୁଡ଼ିକରେ ଗ୍ରାହକଙ୍କୁ କଣ ସୁବିଧା ମିଳିବ ଜାଣନ୍ତୁ ।
Airtelର ନୂଆ ଭଏସ କଲିଂ ଓ SMS ପ୍ଲାନ
- 499 ଟଙ୍କିଆ ପ୍ଲାନ:ଏହି ପ୍ରିପେଡ୍ ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ୍ ଭଏସ କଲିଂ, 900 SMS ସୁବିଧା ମିଳିବ । ଏହି ପ୍ଲାନର ବୈଧତା 84 ଦିନ ଲାଗି ରହିଛି । ଏହି ପ୍ଲାନରେ ୟୁଜର 3ମାସ ଲାଗି Apollo 24/7 ସର୍କଲ ମେମ୍ବରସିପ୍ ଓ ଫ୍ରି ହେଲୋ ଟ୍ୟୁନ୍ସ ସାମିଲ ।
- 1959 ଟଙ୍କିଆ ପ୍ଲାନ: ଏୟାରଟେଲର ଏହି ଦ୍ବିତୀୟ ପ୍ଲାନର ବୈଧତା 365 ଦିନ ବା ଏକ ବର୍ଷ ପାଇଁ ରହିଛି । ଏହି ପ୍ଲାନରେ ୟୁଜର ଅନଲିମିଟେଡ ଭଏସ କଲିଂ, 3600 SMS ସୁବିଧା ମିଳିବ । ଏହାବାଦ ୟୁଜରଙ୍କୁ 3 ମାସ ଲାଗି Apollo 24/7 ସର୍କଲ ମେମ୍ବରସିପ୍ ଓ ଫ୍ରି ହେଲୋ ଟ୍ୟୁନ ବି ସାମିଲ ।