ହାଇଦ୍ରାବାଦ:ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ (Bajaj Auto) ଏହାର ପଲସର୍ (Pulsar) ରେଞ୍ଜର ଏକ ନୂତନ ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି, ଯେଉଁଥିପାଇଁ କମ୍ପାନୀ ଏକ ନୂଆ ଟିଜର ଜାରି କରିଛି । କମ୍ପାନୀ ଏହି ମୋଟର ସାଇକେଲର ଟିଜରକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଛି । କୁହାଯାଉଛି ଏହି ନୂତନ ମୋଟର ସାଇକେଲ କମ୍ପାନୀର RS-ବ୍ରାଣ୍ଡେଡ୍ ମଡେଲ୍ ହୋଇପାରେ ।
ବଜାଜ ଅଟୋର ସୀମିତ RS ଲାଇନ୍ଅପ୍କୁ ବିଚାରକୁ ନେଲେ ଏହି ନୂଆ ବାଇକ୍ ସମ୍ଭବତଃ ଏକ ଫ୍ରେସେଡ୍ RS200 କିମ୍ବା ଏକ ନୂଆ RS400 ମଡେଲ୍ ହୋଇପାରେ । ବଜାଜ ପୋର୍ଟଫୋଲିଓରେ RS200 ଦୀର୍ଘ ସମୟ ଧରି ଏକ ମଡେଲ୍ ହୋଇଆସୁଥିବା ବେଳେ ଏଥିରେ କୌଣସି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନାହିଁ । ଟିଜରରେ ରହିଥିବା ମୋଟର ସାଇକେଲ୍ ଯଦି ଅପଡେଟେଡ୍ RS200 ହୁଏ, ତେବେ ମଡେଲକୁ ଆଧୁନିକୀକରଣ କରିବା ପାଇଁ ଅନେକ ଅପଗ୍ରେଡ୍ କରାଯାଇପାରେ । ଅନ୍ୟପଟେ ଏହି ଟିଜରେ ଥିବା ମୋଟର ସାଇକେଲ ଯଦି ବଜାଜ୍ RS400 ହୁଏ, ତେବେ RS ଲାଇନ୍ଅପ୍ର ବିସ୍ତାର ହୋଇପାରେ । ବଜାଜ NS400Zକୁ 2024ରେ ପ୍ରଥମରୁ ଲଞ୍ଚ କରିଥିଲା, ତେଣୁ କମ୍ପାନୀ ନୂଆ RS400 ଆଣିପାରେ ।