ଓଡିଶା

odisha

ETV Bharat / technology

ମାଇକ୍ରୋସଫ୍ଟ ଲଞ୍ଚ କଲା Majorana 1, ଦୁନିଆର ପ୍ରଥମ କ୍ବାଣ୍ଟମ ଚିପ୍‌ - WORLDS FIRST QUANTUM CHIP

ମାଇକ୍ରୋସଫ୍ଟ ଦୁନିଆର ପ୍ରଥମ କ୍ବାଣ୍ଟମ ଚିପ୍‌ Majorana 1କୁ ଲଞ୍ଚ କରିଛି । କଣ ଏଥିରେ ଖାସ ଏହି ଆର୍ଟିକିଲରେ ବିସ୍ତୃବ ଭାବରେ ଜାଣନ୍ତୁ...

microsoft majorana 1 quantum chip
Microsoft Majorana 1 Quantum Chip (Photo by John Brecher for Microsoft)

By ETV Bharat Tech Team

Published : Feb 21, 2025, 3:39 PM IST

ହାଇଦ୍ରାବାଦ:ଆମେରିକାର ମଲ୍ଟିନ୍ୟାସନାଲ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଦୁନିଆର ପ୍ରଥମ କ୍ବାଣ୍ଟମ 'ମଜୋରାନା 1' ଚିପ୍‌କୁ ଲଞ୍ଚ କରିଛି, ଯାହାକି ଏକ ନୂଆ ଟୋପୋଲୋଜିକାଲ୍‌ କୋର ସାହାଯ୍ୟରେ ଚାଲିଥାଏ । କମ୍ପାନୀ କହିଛି ଯେ ମଜୋରାନା 1 କ୍ବାଣ୍ଟମ କମ୍ୟୁଟରଗୁଡ଼ିକୁ ଏତେ ପାୱାରଫୁଲ କରିବ ଯେ ଏହା ଆସନ୍ତା କିଛି ବର୍ଷ ମଧ୍ୟରେ କଠିନରୁ କଠିନ ପ୍ରୋବ୍ଲେମ୍ସକୁ ସମାଧାନ କରିପାରିବ, ଯାହାକୁ ସମାଧାନ କରିବା ଲାଗି ଦଶନ୍ଧି ସମୟ ଲାଗୁଥିଲା ।

ମଜୋରାନା 1 ନାମକ ଏହି କ୍ବାଣ୍ଟମ୍ ଚିପ୍‌ରେ ଦୁନିଆର ପ୍ରଥମ 'ଟପୋକଣ୍ଡକ୍ଟର' ବ୍ୟବହୃତ ହୋଇଛି । ଏହା ଏକ ବିଶେଷ ପ୍ରକାରର ଜିନିଷ ଯାହାକି ମଜୋରାନା କଣିକାକୁ ନିୟନ୍ତ୍ରଣ କରିପାରେ । ଏଥିରେ କ୍ବାଣ୍ଟମ୍ କମ୍ପ୍ୟୁଟର ପାଇଁ ଅଧିକ ନିର୍ଭରଯୋଗ୍ୟ ଏବଂ ମାପନୀୟ 'qubits' ପ୍ରସ୍ତୁତ ହୁଏ । କହି ରଖୁଛୁ କି କ୍ବାଣ୍ଟମ୍ କମ୍ପ୍ୟୁଟର ତିଆରି ପାଇଁ କ୍ୟୁବିଟ୍ ଜରୁରୀ । ଏହା ଏକ ପ୍ରକାର ସେମିକଣ୍ଡକ୍ଟର ପରି କାମ କରେ ଯାହା ସାଧାରଣତଃ ଆଜିର ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରରେ ବ୍ୟବହୃତ ହେଉଛି ।

ଦୁନିଆର ପ୍ରଥମ କ୍ବାଣ୍ଟମ ଚିପ୍‌

ମାଇକ୍ରୋସଫ୍ଟର କହିବାନୁସାରେ ଏହି ଟେକ୍ନୋଲୋଜି ଏପରି କ୍ବାଣ୍ଟମ ସିଷ୍ଟମ ବିକଶିତ କରିବାରେ ସାହାଯ୍ୟ କରେ ୟାହାକି 1 ମିଲିୟନ କ୍ୟୁବିଟ୍ସ ପର୍ଯ୍ୟନ୍ତ ସ୍କେଲ କରିପାରିବ । ଯାହାଦ୍ବାରା ଦୁନିଆର ସବୁଠୁ କଠିନ ପ୍ରୋବ୍ଲେମ୍ସ ସମାଧାନ କରିହେବ । ମାଇକ୍ରୋସଫ୍ଟର ଟେକ୍ନୋଲୋଜିକାଲ ବିଶେଷଜ୍ଞ ଚେତନ ନାୟକ ଏହାକୁ 'କ୍ବାଣ୍ଟମ ଯୁଗର ଟ୍ରାଞ୍ଜିଟର' ବୋଲି କହିଛନ୍ତି ଓ ଏହି ନୂଆ ଟେକ୍ନୋଲୋଜି ସହାୟତାରେ ନୂଆ ପ୍ରକାରର କ୍ୟୁବିଟ୍‌ ଓ ସ୍ଥାପତ୍ୟର ଶୁଭାରମ୍ଭ ହୋଇଛି ।

ଏହି ମଜୋରାନା 1 ପ୍ରୋସେସର 1 ମିଲିୟନ କ୍ୟୁବିଟ୍ସକୁ ଏକ ଛୋଟ ଚିପ୍‌ରେ ଏକତ୍ରିତ କରେ । ଯେତେବେଳେ ଏହି ଚିପ୍‌ ନିଜର ପୂରା କ୍ଷମତା ସହ କାମ କରିବ ସେତେବେଳେ ପୂରା ଦୁନିଆରେ ଉପଲବ୍ଧ ସମସ୍ତ କମ୍ପ୍ୟୁଟରଠାରୁ ବି ଅଧିକ ଶକ୍ତିଶାଳୀ ହେବ । ଏ ସମ୍ପର୍କରେ ନାୟକ କହିଛନ୍ତି, "ଆପଣ କ୍ବାଣ୍ଟମ ସ୍ପେଶରେ ଯାହା ବି କରୁଛନ୍ତି, ଏହାକୁ 1ମିଲିୟନ କ୍ୟୁବିଟ୍ସ ପ୍ରକ୍ରିୟାକୁ ଅତିକ୍ରମ କରେ । ଯଦି ଏପରି ନହେବ ତେବେ ଆପଣ ଯେକୌଣସି ବଡ଼ ଓ କଠିନ ପ୍ରୋବ୍ଲେମ୍ସର ସମାଧାନ କରିପାରିବେ ନାହିଁ ।"

Microsoft Majorana 1 Quantum Chip (Image Credit: Microsoft)

Topoconductor କଣ ?

ଏହା ଏକ ସ୍ବତନ୍ତ୍ର ପ୍ରକାରର ଉପକରଣ ଯାହାକି କଠିନ, ତରଳ ଓ ଗ୍ୟାସଠାରୁ ଭିନ୍ନ ଭାବେ ନୂଆ ପ୍ରକାରର ଅବସ୍ଥା (State) ସୃଷ୍ଟି କରେ । ଏହି ଉପକରଣ କ୍ବାଣ୍ଟମ କମ୍ପ୍ୟୁଟର ଲାଗି ଅଧିକ ଷ୍ଟେବଲ୍‌ ଓ ସହଜରେ ନିୟନ୍ତ୍ରିତ ହୋଇପାରୁଥିବା କ୍ୟୁବିଟ୍ସ ବିକଶିତ କରିବାରେ ସାହାଯ୍ୟ କରିଥାଏ । ମାଇକ୍ରୋସଫ୍ଟର ରିସର୍ଚ୍ଚର ଫେବୃଆରୀ 19ରେ ଏକ ନୂଆ ପେପର୍‌ ପବ୍ଲିସ୍‌ କରି ଉଲ୍ଲେଖ କରିଥିଲେ ଯେ ସେ ଏହି 'ଟପୋଲୋଜିକାଲ୍‌ କ୍ୟୁବିଟ୍‌'ର କ୍ବାଣ୍ଟମ ପ୍ରପର୍ଟିଜ୍‌କୁ କିପରି ମାପିଲେ । ଏହି ବଡ଼ ସଫଳତା ଲାଗି କମ୍ପାନୀ ନୂଆ କଣ୍ଟେଣ୍ଟ ଷ୍ଟ୍ରକଚର୍‌ ପ୍ରସ୍ତୁତ କରିଥିବା କହିଛି, ଯେଉଁଥିରେ ଇଣ୍ଡିମ୍‌ ଆର୍ସେନାଇଡ୍‌ ଓ ଆଲୁମିନିୟମ ବ୍ୟବହାର କରାୟାଇଛି । କମ୍ପାନୀ କହିଛି ଯେ Majorana 1ରେ ପ୍ରଥମ ଥର ଲାଗି ଟପୋଲୋଜିକାଲ୍‌ କୋର୍‌ର ବ୍ୟବହାର କରାଯାଇଛି, ଯାହାକି ଡିଜାଇନରୁ ହିଁ ବିଶ୍ବସନୀୟତା ବଜାୟ ରଖିଛି । ଏଥିରେ ହାର୍ଡୱେର ଲେଭଲରେ ଏରର୍‌ ଆସିଷ୍ଟାଣ୍ଟ ଦିଆଯାଇଛି, ଫଳରେ ଏହା ଅଧିକ ଷ୍ଟେବଲ୍‌ ହୋଇଛି ।

କ୍ବାଣ୍ଟମ୍‌ କମ୍ପ୍ୟୁଟିଂ

କମ୍ପାନୀର କହିବାନୁସାରେ କ୍ବାଣ୍ଟମ୍‌ କମ୍ପ୍ୟୁଟିଂରେ ଆଗକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ଏପରି ମେସିନ ଆସିବ, ଯେଉଁଥିରେ 1 ମିଲିୟନ କ୍ୟୁବିଟ୍ସ ହେବ । ଏହି କମ୍ପ୍ୟୁଟର କୋଟି କୋଟି ଅପରେସନ କରିପାରିବାରେ ସକ୍ଷମ । ମାଇକ୍ରୋସଫ୍ଟ ମୁତାବକ ଏପରି କମ୍ପ୍ୟୁଟର ରସାୟନ ବିଜ୍ଞାନ, ବିଜ୍ଞାନ ଓ ଅନ୍ୟ ବିଭାଗର କଠିନ ପ୍ରୋବ୍ଲେମ୍ସକୁ ସହଜରେ ସମାଧାନ କରିପାରିବ । କ୍ବାଣ୍ଟମ କମ୍ପ୍ୟୁଟିଂ ଅନେକ ପ୍ରକାରର ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଆଣିପାରିବ କାରଣ ଏହା ନୂଆ ଉପକରଣ ଓ ମଲିକ୍ୟୁଲକୁ ଖୁବଶୀଘ୍ର ସଠିକ ଢଙ୍ଗରେ ଡିଜାଇନ କରିବାରେ ସାହାଯ୍ୟ କରିବ ।

ଏହା ବି ପଢନ୍ତୁ
  1. TikTok କିଣିବା ଦୌଡ଼ରେ Microsoft; ଖୁଲାସା କଲେ ଡୋନାଲ୍ଡ ଟ୍ରମ୍ପ
  2. ଖୁବଶୀଘ୍ର 'ଚିପ୍‌ ସିଟି'ରେ ପରିଣତ ହେବ ହାଇଦ୍ରାବାଦ; ଚିପ୍‌ ପ୍ରସ୍ତୁତ କ୍ଷେତ୍ରରେ ଆଗକୁ ଆସିଲା ଓସମାନିଆ ବିଶ୍ବବିଦ୍ୟାଳୟ

ABOUT THE AUTHOR

...view details