ହାଇଦ୍ରାବାଦ:ଛଟେଇ ଅଭିଯାନରେ ସାମିଲ ହେଲା ବିଶ୍ବର ଆଉ ଏକ ପ୍ରସିଦ୍ଧ ଘରୋଇ ସଂସ୍ଥାନ ମାଇକ୍ରୋସଫ୍ଟ ।ଛଟେଇ କରିଲା ଗ୍ଲୋବାଲ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ । ଚଳିତ ସପ୍ତାହରେ ପ୍ରାୟ 1900 କର୍ମଚାରୀକୁ ଛଟେଇ କରିଛି କମ୍ପାନୀ । ଗେମିଂ ଡିଭିଜନ ଆକ୍ଟିଭିଜନ ଏବଂ Xboxରୁ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ । ଗୁରୁବାର ମିଡିଆ ରିପୋର୍ଟରେ ଏନେଇ ଦାବି କରାଯାଇଛି । ପ୍ରାୟ 8 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ନେଇ କୁହାଯାଇଥିବା ବେଳେ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ଗତବର୍ଷ ଅକ୍ଟୋବର ମାସରେ 69 ବିଲିୟନ ଡଲାରରେ ଆକ୍ଟିଭିଜନ୍ ବ୍ଲିଜାର୍ଡ ହାସଲ କରିଥିଲା ମାଇକ୍ରୋସଫ୍ଟ । 2022 ମସିହା ଜୁଲାଇ ମାସରେ ମଧ୍ୟ କିଛି କର୍ମଚାରୀଙ୍କୁ ଛଟେଇ କରିଥିବା ନେଇ ଖବର ସାମ୍ନାକୁ ଆସିଛି ।
ଏହା ମଧ୍ୟ ପଢନ୍ତୁ :Microsoft Lay-Off: ଏକକାଳୀନ 11 ହଜାର କର୍ମଚାରୀଙ୍କ ଛଟେଇ କରିବ ମାଇକ୍ରୋସଫ୍ଟ
ତିନି ଟ୍ରିଲିୟନ ଡଲାରରେ ପ୍ରବେଶ କଲା ବଜାର ପୁଞ୍ଜି: ମାଇକ୍ରୋସଫ୍ଟର ବଜାର ପୁଞ୍ଜି ତିନି ଟ୍ରିଲିୟନ ଡଲାର(ତିନି ଲକ୍ଷ କୋଟି ଡଲାର) ପାର କରିଛି ଏବଂ ଆପଲ୍ ପରେ ମାଇକ୍ରୋସଫ୍ଟ ଏହି ଉପଲବ୍ଧି ହାସଲ କରିବାରେ ଦ୍ବିତୀୟ କମ୍ପାନୀ ଅଟେ । 48 ବର୍ଷର ଇତିହାସରେ କମ୍ପାନୀ ପ୍ରଥମଥର ପାଇଁ ଏହି ଉପଲବ୍ଧି ହାସଲ କରିଛି । ଆପଲ୍ ପରେ ମାଇକ୍ରୋସଫ୍ଟର ସେୟାର 1.31 ପ୍ରତିଶତ ବୃଦ୍ଧି ପାଇ 404 ଡଲାରରେ ପହଞ୍ଚିଛି । ଗତ ବୁଧବାର ସେୟାରରେ 1.5 ପ୍ରତିଶତ ବୃଦ୍ଧି ହେବା ପରେ ମାଇକ୍ରୋସଫ୍ଟର ପୁଞ୍ଜି 3 ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଦୁଇବର୍ଷ ପୂର୍ବରୁ ଏହି ସଫଳତା ହାସଲ କରିଥିଲା ଆପଲ ।
ଏହା ମଧ୍ୟ ପଢନ୍ତୁ: ଏଣିକି ଡିପଫେକ ଭିଡିଓକୁ ଚିହ୍ନିବା ହେବ ସହଜ, ମାଇକ୍ରୋସଫ୍ଟ ଆଣୁଛି ଟେକସ୍ଟ ଟୁ ସ୍ପିଚ୍ ଟୁଲ୍
ପ୍ରକାଶଥାଉକି, ବର୍ଷ ଆରମ୍ଭରୁ ଆପଲକୁ ଝଟକା ମିଳିଥିଲା । ଚଳିତ ବର୍ଷ ଆରମ୍ଭରୁ ବୃଦ୍ଧି ହୋଇଥିଲା ମାଇକ୍ରୋସଫ୍ଟର ସଫ୍ଟଓ୍ବେୟାର ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଟ୍ରେଣ୍ଟ ଭିତରେ ଗତ କିଛି ଦିନ ହେବ ମାଇକ୍ରୋସଫ୍ଟରର ସେୟାର ପ୍ରତି ଆକୃଷ୍ଟ ହେଉଛନ୍ତି ନିବେଶକ । ମାଇକ୍ରୋସଫ୍ଟର ଷ୍ଟକ 1.6 ପ୍ରତିଶତ ବୃଦ୍ଧି ଘଟିଥିଲା । ଯେଉଁ କାରଣରୁ ଏହାର ମୂଲ୍ୟ 2.875 ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଅନ୍ୟପଟେ ଆପଲର ସେୟାର 0.09 ପ୍ରତିଶତ ହ୍ରାସ ପାଇଥିଲା । ଏହାର ଭେଲୁଏସନ 2.871 ଟ୍ରିଲିୟନ ଡଲାରକୁ ହ୍ରାସ ପାଇଥିଲା ।