ଓଡିଶା

odisha

ETV Bharat / technology

2025ରେ ଭାରତରେ ଲଞ୍ଚ ହେବ MGର ପ୍ରଥମ ଇଲେକ୍‌ଟ୍ରିକ ସ୍ପୋର୍ଟ୍ସ କାର୍‌; ଦିୱାନା କରୁଛି ଲୁକ୍‌ - MG CYBERSTER INDIA LAUNCH

ଆସୁଛି MGର ଷ୍ଟାଇଲିସ୍‌ ଇଲେକ୍‌ଟ୍ରିକ ସ୍ପୋର୍ଟ୍ସ କାର MG Cyberster । 2025 ଜାନୁଆରୀରେ ଭାରତରେ ହେବ ଲଞ୍ଚ । ଅଧିକ ପଢନ୍ତୁ

First Electric Sports Car of MG Motor
MG Cyberster (Credit- MG Motor)

By ETV Bharat Tech Team

Published : Dec 3, 2024, 5:19 PM IST

ହାଇଦ୍ରାବାଦ: ଭାରତରେ କିଛି ବର୍ଷ ଧରି ଲଗାତାର ଇଲେକ୍‌ଟ୍ରିକ୍‌ କାରର ଡିମାଣ୍ଡ ବଢିବାରେ ଲାଗିଛି । ଏହି ଚାହିଦାକୁ ଦେଖି ପ୍ରମୁଖ କାର ନିର୍ମାତା କମ୍ପାନୀ JSW MG ମୋଟର ଇଣ୍ଡିଆ ଆସନ୍ତା ବର୍ଷ 2025ରେ ନିଜର ନୂଆ ଇଲେକ୍‌ଟ୍ରିକ ସ୍ପୋର୍ଟସ୍‌ କାର ଲଞ୍ଚ କରିବାକୁ ଯାଉଛି । ଏହାର ନାମ ଏମଜି ସାଇବରଷ୍ଟର (MG Cyberster) ରଖାଯାଇଛି । 2025 ଜାନୁଆରୀରେ ଭାରତରେ କମ୍ପାନୀ ନିଜର ପ୍ରଥମ ସ୍ପୋର୍ଟ୍ସ କାରକୁ ଲଞ୍ଚ କରିବ । ଯାହାର ଲୁକ୍‌ କାର ଲଭରଙ୍କୁ ଦିୱାନା କରୁଛି ।

MGର ଏହି ଇଲେକ୍‌ଟ୍ରିକ କାର କମ୍ପାନୀର ପ୍ରିମିୟମ ସିଲେକ୍ଟ ରେଟଲ ଚ୍ୟାନେଲ ମାଧ୍ୟମରେ ବିକ୍ରି କରାଯିବ । JSW MG Motor ଇଣ୍ଡିଆ କିଛି ମାସ ପୂର୍ବରୁ ଏହାର ପ୍ରିମିୟମ ଅଫରିଂ ପାଇଁ 'ଏମଜି ସିଲେକ୍ଟ' ନାମରେ ପୂରା ନୂଆ ରିଟେଲ ଚ୍ୟାନେଲ ସମ୍ପର୍କରେ ଘୋଷଣା କରିଥିଲା । ଲଞ୍ଚ ହେବାକୁ ଥିବା MG Cybersterକୁ ଏହି ପ୍ରିମିୟମ ଡିଲରସିପ୍‌ ଜରିଆରେ ରିଟେଲ୍‌ ହେବାକୁ ଥିବା ପ୍ରଥମ ପ୍ରଡକ୍ଟ ହେବ । ସୂଚନା ଥାଉ କି କମ୍ପାନୀ ପ୍ରଥମ ଥର ଲାଗି ସାଇବରଷ୍ଟରକୁ 2023 ଗୁଡଉଡ୍‌ ଫେଷ୍ଟିଭାଲ ଅଫ ସ୍ପିଡ (GoodWood Festival of Speed)ରେ ପ୍ରଦର୍ଶିତ କରିଥିଲା । MG Cybersterର ଲମ୍ବା 4533ମିମି, ଚଉଡ଼ା 1912ମିମି, ଉଚ୍ଚତା 1328 ଏବଂ ହ୍ବିଲବେସ୍‌ 2689ମିମି ରହିବ ।

First Electric Sports Car of MG Motor (Credit- MG Motor)

ଥରେ ଚାର୍ଜ କଲେ ଦୌଡ଼ିବ 580Km:-

ଏମଜିର ଏହି ଇଲେକ୍‌ଟ୍ରିକ ସ୍ପୋର୍ଟ୍ସକାର ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେବା ପାଇଁ ଉପଲବ୍ଧ । ଏହି ଇଲେକ୍‌ଟ୍ରିକ କାରରେ 2ଟି ବ୍ୟାଟେରୀ ପ୍ୟାକ୍‌ର ବ୍ୟବହାର କରାୟାଇଛି । ସୂଚନା ଥାଉ କି 64kWh ବ୍ୟାଟେରୀ ମଡେଲ ଥରେ ଚାର୍ଜ ହେଲେ 520 କିଲୋମିଟର ରେଞ୍ଜ ଅଫର କରିଥାଏ । ସେପଟେ 77kWh ବ୍ୟାଟେରୀ ପ୍ୟାକ୍‌ ମଡେଲ ଥରେ ଚାର୍ଜ ହେଲେ 580 କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଯାଇପାରେ ।

ଏହା ବି ପଢନ୍ତୁ
  1. ଡିସେମ୍ବରରେ ଲଞ୍ଚ୍‌ ହେବାକୁ ଯାଉଛି ଏହି SUV କାର; ଦାମ କେତେ ଓ ଫିଚର କଣ
  2. ଅଟୋ ସେଲ୍‌ ନଭେମ୍ବର 2024: Marutiର ବମ୍ଫର ବିକ୍ରି; ଖସିଲା Hyundai

MG Cybersterର ଲୁକ୍‌ ଓ ଫିଚର:-

ଜେଏସଡବ୍ଲୁ ଏମଜି ମୋଟର ଇଣ୍ଡିଆର ଏହି ଇଲେକ୍‌ଟ୍ରିକ ସ୍ପୋର୍ଟ୍ସ କାରର ଫିଚର ଓ ଲୁକ୍‌ ସମ୍ପର୍କରେ କହିଲେ, ଏହା 1960 ମସିହାରେ ବିକ୍ରି ହେଉଥିବା MG B Roadster ଠାରୁ ପ୍ରେରିତ ହୋଇ ନିର୍ମିତ କରାଯାଇଛି । ଏଥିରେ କ୍ଲାସିକ୍‌ ରୋଡଷ୍ଟର ଚାର୍ମ ସହିତ ଫ୍ୟୁଚରିଷ୍ଟିକ୍‌ ଡିଜାଇନ ଓ କଟିଂ ଏଜ୍‌ ଟେକ୍ନୋଲୋଜି କମ୍ବୋ ସହିତ ଆସିଥାଏ । ଏଥିରେ ବଟରଫ୍ଲାଏ ଷ୍ଟାଇଲ ଭଳି ଡୋର୍‌ ରହିଛି, ଯାହାକି ବହୁ ଷ୍ଟାଇଲିସ୍‌ ରହିଛି । ଉନ୍ନତ ଡିଜାଇନର ଇଣ୍ଟିରିଅର, ଇନଫୋଟେନମେଣ୍ଟ ଓ ଡ୍ରାଇଭର ଡିସପ୍ଲେ ସହିତ ମନୋରଞ୍ଜନ ଲାଗି 3-4 ସ୍କ୍ରିନ ସମେତ ଅନେକ ସୁବିଧା ରହିଛି ।

MG Cybersterର ସମ୍ଭବତଃ ଦାମ:-

ଜେଏସଡବ୍ଲୁ ଏମଜି ମୋଟର ଇଣ୍ଡିଆର ସାଇବରଷ୍ଟର EVର ମୁକାବିଲା Kia ଓ Hyundai ସହିତ ଲକ୍ସରୀ କାର ନିର୍ମାତା କମ୍ପାନୀର ଇଲେକ୍‌ଟ୍ରିକ କାର ସହିତ ହେବ । ଏମଜି ସାଇବରଷ୍ଟରର ଦାମ 65-70ଲକ୍ଷ ଟଙ୍କା ମଧ୍ୟରେ ଲଞ୍ଚ୍‌ କରାଯାଇପାରେ । ତେବେ ଏହାର ପ୍ରକୃତ ଦାମ ଲଞ୍ଚ ଇଭେଣ୍ଟରେ କମ୍ପାନୀ ପକ୍ଷରୁ ଖୁଲାସା କରାଯିବ ।

ABOUT THE AUTHOR

...view details