ଓଡିଶା

odisha

ETV Bharat / technology

ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ - MARUTI SUZUKI FIRST EVER EV

ମାରୁତି ସୁଜୁକି ନିଜର ପ୍ରଥମ ଇଲେକ୍ର୍ଟିକ କାର ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ଖୁଲାସା ହୋଇଛି । ଏହାକୁ ଗୁଜୁରାଟ ପ୍ଲାଣ୍ଟରେ ନିର୍ମାଣ କରାଯିବ । ଅଧିକ ପଢନ୍ତୁ

Maruti Suzuki's first ever electric vehicle
Maruti Suzuki's first ever electric vehicle (Photo- Maruti Suzuki)

By ETV Bharat Tech Team

Published : Nov 6, 2024, 7:46 PM IST

ହାଇଦ୍ରାବାଦ:ଶେଷରେ ଜାପାନ କମ୍ପାନୀ ମାରୁତି ସୁଜୁକି ନିଜର ପ୍ରଥମ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ ଯାଉଛି । ଯାହାର ନାମ ସୁଜୁକି ଇ-ଭିଟାରା (Suzuki e-Vitara ) ରଖାଯାଇଛି । ଏହା 2025 ବର୍ଷ ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବ । ଏହି ଇଲେକ୍ଟ୍ରିକ କାର ପ୍ରଥମେ ୟୁରୋପ ଏବଂ ଜାପାନରେ ବିକ୍ରି ପାଇଁ ଉପଲବ୍ଧ ହେବ ଏବଂ ପରେ 2025ର ଗ୍ରୀଷ୍ମ ଋତୁରେ ଭାରତରେ ଲଞ୍ଚ ହେବ । ଖାସ କଥା ହେଉଛି ସମଗ୍ର ବିଶ୍ବରେ ରପ୍ତାନି ପାଇଁ ମାରୁତି ସୁଜୁକିର ଗୁଜୁରାଟ ପ୍ଲାଣ୍ଟରେ ଇ-ଭିଟାରା ଉତ୍ପାଦିତ ହେବାକୁ ଯାଉଛି ।

Maruti Suzuki e-Vitara (Photo- Maruti Suzuki)

Suzuki e-Vitara କ’ଣ ଖାସ ?

ସୁଜୁକି ଇ-ଭିତାରାର ଲମ୍ବ 4.23 ମିଟର ଏବଂ ଏହାର ହ୍ବିଲ୍ ବେସ୍ 2.7 ମିଟର, ଯାହାକି ଭବିଷ୍ୟତରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅଧିକାଂଶ କାର ସହିତ ସମାନ ଅଟେ । ଏହା ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଆସିବାକୁ ଯାଉଛି, ଯାହାକି 49kWh ପ୍ୟାକ୍ ଯାହା FWD ଏବଂ 61kWh ପ୍ୟାକ୍ ଯାହା FWD ଏବଂ 4WD ପ୍ରଦାନ କରିବ ।

Maruti Suzuki e-Vitara (Photo- Maruti Suzuki)

Suzuki e-Vitaraର ପାୱାର ଆଉଟପୁଟ୍‌:-

ଏହାର 49kWh ବ୍ୟାଟେରୀ ପ୍ୟାକ୍ ସହିତ ସଂଯୁକ୍ତ ଇଲେକ୍ଟ୍ରିକ୍ ମୋଟର 142bhp ଶକ୍ତି / 189Nm ଟର୍କ ପ୍ରଦାନ କରିବ । ଅଧିକ ଶକ୍ତିଶାଳୀ 61kWh ପ୍ୟାକ୍ 2WD ଏଡିସନରେ 171bhp ଶକ୍ତି / 189Nm ଟର୍କ ଏବଂ 4WD ଏଡିସନରେ 181bhp ସାମ୍ନା ମୋଟର ଏବଂ 64bhp ପଛ ମୋଟର ସହିତ ଆସିବ ।

e-Vitara Interior Design (Photo- Maruti Suzuki)
ଏହା ବି ପଢନ୍ତୁ
  1. ମାର୍କେଟକୁ ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ ଆଣୁଛି Royal Enfield; ମାର୍କେଟରେ ସାଜିପାରେ ନୂଆ ଲିଡର୍‌
  2. Tata Tiago EVର ବଡ଼ ଉପଲବ୍ଧି; 50ହଜାର ୟୁନିଟ ବିକ୍ରି ନମ୍ବର କଲା ପାର

ଏହାର AWD ପ୍ୟାକେଜର ଟର୍କ ହେଉଛି 300Nm, ଯାହା ଗତ 20 ବର୍ଷ ମଧ୍ୟରେ ସୁଜୁକି ମଡେଲରୁ ସବୁଠାରୁ ଶକ୍ତିଶାଳୀ ଟର୍କ । ସୁଜୁକି ଇ-ଭିଟାରା ହେଉଛି କମ୍ପାନୀର ନୂତନ ହାର୍ଟେକ୍ଟ-ଇ ପ୍ଲାଟଫର୍ମ ଉପରେ ଆଧାରିତ ପ୍ରଥମ ଯାନ ଯାହା Baleno, Jimny, Ertiga ଏବଂ ସ୍ବିଫ୍ଟ ପରି ଭବିଷ୍ୟତର ବୈଦ୍ୟୁତିକ ମଡେଲଗୁଡିକୁ ସମର୍ଥନ କରିବ ।

Maruti Suzuki e-Vitara (Photo- Maruti Suzuki)

Suzuki e-Vitaraର ଭିତର ଡିଜାଇନ:-

ଇ-ଭିଟାରାର ଭିତର ଭାଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଏହା କ୍ୟାବିନକୁ ଦର୍ଶାଉଛି ଯାହା ସହିତ କମ୍ପାନୀ ଏହାର ଭବିଷ୍ୟତ ମଡେଲଗୁଡିକ ଉପସ୍ଥାପନ କରିବ । କେତେକ ମୁଖ୍ୟ ହାଇଲାଇଟ୍ ବିଷୟରେ କହିଲେ ଏଥିରେ ୱାନ-ପିସ ଡିସପ୍ଲେ, ସେଣ୍ଟ୍ରାଲ୍ କନସୋଲ୍ ପାଇଁ ଏକ ନୂତନ ଡିଜାଇନ୍, ଭର୍ଟିକାଲ୍ ଏୟାର ଭେଣ୍ଟ ଏବଂ ଏହାର ସିଗ୍ନେଚର ଫ୍ଲାଟ-ବଟମ୍‌ ଷ୍ଟିଅରିଂ ହ୍ବିଲ ପାଇଁ ଏକ ଅପଡେଟ୍ ଡିଜାଇନ ରହିବ ।

e-Vitara Interior Design (Photo- Maruti Suzuki)

Suzuki e-Vitaraରେ ମିଳିବାକୁ ଥିବା ଫିଚର:-

ଯଦି ଆମେ ଏହି ବୈଦ୍ୟୁତିକ କାରରେ ଉପଲବ୍ଧ ଫିଚର ତାଲିକାକୁ ଦେଖିବା ତେବେ ଏଥିରେ ଲେଭଲ୍ -2 ADAS, 360-ଡିଗ୍ରୀ କ୍ୟାମେରା, କନେକ୍ଟେଡ କାର୍ ଟେକ୍ନୋଲୋଜି ଏବଂ ଫୁଲ୍‌ ଏଲଇଡି ଲାଇଟ୍ ପ୍ୟାକେଜ୍ ଭଳି ଫିଚର ଅନ୍ତର୍ଭୂକ୍ତ ହେବାର ସମ୍ଭାବନା ଅଛି । ସୁଜୁକି ଇଲେକ୍ଟ୍ରିକ୍ ପ୍ୟାକେଜର ଅଂଶ ଭାବରେ ଫାଷ୍ଟ ଚାର୍ଜିଂ, V2L ଏବଂ V2Vର ଏକାଧିକ ପ୍ରକାର ମଧ୍ୟ ଆସିପାରେ ।

Suzuki e-Vitara କେବେ ହେବ ଲଞ୍ଚ ?

ବିଶ୍ବ ବଜାର ପାଇଁ ମାରୁତି ସୁଜୁକିର ଗୁଜୁରାଟ ପ୍ଲାଣ୍ଟରେ ଇ-ଭିଟାରା ଉତ୍ପାଦନ ହେବ । 2025ର ଗ୍ରୀଷ୍ମ ଋତୁରେ ଭାରତରେ ଲଞ୍ଚ ହେବା ପୂର୍ବରୁ ଏହା ୟୁରୋପ ଏବଂ ଜାପାନରେ ଲଞ୍ଚ ହେବ । ତେବେ ଏହି କାର ଜାନୁଆରୀରେ 2025ରେ ଅଟୋ ଏକ୍ସପୋରେ ଏସୀୟ ବଜାରରେ ଡେବ୍ୟୁ କରିବ । ଭାରତରେ ଏହା Tata Curvv EV, MG ZS EV, Honda Elevate EV, Mahindra XEV.e9, Hyundai Creta EV ଓ Kia Carens EV ଭଳି କାର ସହିତ ପ୍ରତିଦ୍ବିନ୍ଦ୍ବିତା କରିବ ।

ABOUT THE AUTHOR

...view details