ହାଇଦ୍ରାବାଦ: ଆଜି (ଡିସେମ୍ବର 3) ମଧ୍ୟାହ୍ନ 12ଟାରେ ଭାରତୀୟ ବଜାରରେ ଲଞ୍ଚ ହେବ ଆଇକୁ(iQOO)ର ଦମଦାର ସ୍ମାର୍ଟଫୋନ IQOO 13 । ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡ ସ୍ପଷ୍ଟ କରିଛି ଯେ ଏହି ସ୍ମାର୍ଟଫୋନ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍ରେ କିଣିବା ଲାଗି ଉପଲବ୍ଧ ହେବ । ଏହି ଇଣ୍ଡିଆନ ଭାରିଏଣ୍ଟ ସ୍ମାର୍ଟଫୋନରେ ସ୍ପେଶିଫିକେସନ ସମ୍ପର୍କରେ କମ୍ପାନୀ କିଛି ତଥ୍ୟ ରିଲିଜ କରିଛି । ଏଥିରେ କ୍ବାଲକମ ସ୍ନାପଡ୍ରାଗନ 8 ଏଲିଟ ଚିପସେଟ୍ ସହ ଆସୁଛି । ଚାଇନାରେ ରିଲିଜ ହୋଇଥିବା IQOO 13 ତୁଳନାରେ ଭାରତରେ ଏହି ସ୍ମାର୍ଟଫୋନ କମ ବ୍ୟାଟେରୀ ସହିତ ଆସିବ ।
IQOO 13: କଣ ଆଶା ରହିବ ?
ଅକ୍ଟୋବରରେ ଚୀନରେ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇଥିଲା । ଭାରତରେ ଲଞ୍ଚ ହେବାକୁ ଥିବା ଏହି ଫୋନରେ 2K AMOLED ଡିସପ୍ଲେ ସହିତ 144Hz ରିଫ୍ରେସ ରେଟ୍ ମିଳିବ । ଗେମିଂ ପାଇଁ ଏଥିରେ କ୍ବାଲକମର ସ୍ନାପଡ୍ରାଗନ 8 ଏଲିଟ୍ ପ୍ରୋସେସର ସହ ସୁପରକମ୍ପ୍ୟୁଟିଂ ଚିପ Q2 ରହିଛି । ଏଥିରେ 2K ଗେମ୍ ସୁପର ରିଜୋଲ୍ୟୁସନ ରହିଛି ଯାହାକି ଗ୍ରାଫିକ୍ସ ଉନ୍ନତ କରିବ । ସ୍ମାର୍ଟଫୋନରେ ମିଳିବାକୁ ଥିବା ଭେପର୍ ଚାମ୍ବର କୁଲିଂ ସିଷ୍ଟମ ଫୋନକୁ ଗରମ ହେବାକୁ ଦେବନାହିଁ ।
ଫଟୋଗ୍ରାଫି ପାଇଁ ଏଥିରେ 50MP 50MP ପ୍ରାଇମେରି, 50MP ଅଲଟ୍ରାୱାଇଡ୍, 50MP 2x ଟେଲିଫଟୋ କ୍ୟାମେରା ମିଳିବ । ଭିଡିଓ କଲିଂ ଓ ସେଲଫି ପାଇଁ 32MP ଫ୍ରଣ୍ଟ-ଫେସିଂ କ୍ୟାମେରା ରହିବ । 6,000mAh ବ୍ୟାଟେରୀ ରହିବ ଯାହାକି 120W ୱେୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ । ଜଳ ଓ ଧୂଳିରୁ ରକ୍ଷା ପାଇବା ପାଇଁ ଏହା IP69 ରେଟିଂ ସହିତ ଆସିଛି ।
ଏହା ବି ପଢନ୍ତୁ |
ଡିଜାଇନ କିପରି ରହିବ ?