ହାଇଦ୍ରାବାଦ:ଆଜି ଆଉ ଏକ ସଫଳତା ହାତେଇଛି ଇସ୍ରୋ । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସଫଳ ପରୀକ୍ଷଣ ହୋଇଛି । ଆଜି ଲଞ୍ଚ କରାଯାଇଥିବା ଯାନର ନାମ ପୁଷ୍ପକ ରଖାଯାଇଛି । ତେବେ ଏହି ନାମକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଲଞ୍ଚ ଯାନର ନାମକରଣ କରିବା ସମୟରେ ମତ ବଦଳାଇଥିବା ଚର୍ଚ୍ଚା ହେଉଛି । ଦୀର୍ଘ ସମୟ ଧରି ଇସ୍ରୋ ରକେଟର ନାମ ପୋଲର ସାଟେଲାଇଟ୍ ଲଞ୍ଚ ଯାନ, ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ, GSLV ଏବଂ ସ୍ମଲ ସାଟେଲାଇଟ୍ ଲଞ୍ଚ ଭେହିକଲ SSLV ଭଳି ନାମ ସହିତ ନାମିତ କରିଆସୁଛି । ତେବେ ବିଦେଶୀ ମହାକାଶ ଏଜେନ୍ସିର ରକେଟର ନାମ ପ୍ରାୟତଃ ଛୋଟ ହୋଇଥାଏ ।
ତେବେ ବିମାନର ନାମକରଣ ନେଇ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଆଇଏନଏସକୁ କହିଛନ୍ତି, ୟୁରୋପୀୟ ସ୍ପେସ୍ଏଜେନ୍ସି ଏରିୟାନସ୍ପେସର ରକେଟର ନାମ ଏରିୟନରୁ ଆସିଛି । ଫରାସୀ ପୁରାଣ ଚରିତ୍ର ଆରିଡେନରୁ ଆସିଛି । ଚୀନ ଏବଂ ଋଷ ରକେଟର ନାମ ଲଙ୍ଗ ମାର୍ଚ୍ଚ ଏବଂ ସୋୟୁଜ୍ର ନାମ ସେମାନଙ୍କର ଆଦର୍ଶ ଏବଂ ଇତିହାସ ସହିତ ଜଡିତ । କୌତୁହଳର ବିଷୟ ଯେ, ଭାରତର ପ୍ରଥମ ସାଉଣ୍ଡିଂ ରକେଟର ନାମ ରୋହିଣୀ ରଖାଯାଇଥିଲା । ପାଣିପାଗ ବିଜ୍ଞାନ ଏବଂ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ ଏହି ରକେଟ୍ ନିର୍ମାଣ କରାଯାଇଥିଲା । ପରେ କକ୍ଷପଥ ଉପରେ ଆଧାର କରି ବଡ ନାମକରଣ ହୋଇଥିଲା । ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (PSLV), ଜିଓସିଙ୍କ୍ରୋନସ୍ ସାଟେଲାଇଟ ଲଞ୍ଚ ଭେଇକିଲ୍ (GSLV) ରଖାଯାଇଥିଲା । ତେବେ କିଛି ଦିନ ପରେ ଇସ୍ରୋ ନିଜର ଚିନ୍ତାଧାରା ବଦଳାଇ ପୁଣି ନାମରେ ପରିବର୍ତ୍ତନ କରିଥିଲା ।
ଶ୍ରୀରାମଙ୍କ ସହିତ ଜଡିତ ପୁଷ୍ପକ ବିମାନର ନାମକରଣ:ରାମାୟଣରୁ ହୋଇଛି ପୁଷ୍ପକ ବିମାନର ନାମ । ଶ୍ରୀରାମ ପୁଷ୍ପକ ବିମାନରେ ହିଁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ଶ୍ରୀରାମଙ୍କ ଏବି ବିମାନର ନାମ ଅନୁସାରେ ହିଁ ଲଞ୍ଚ ଭେହିକଲର ନାମ ରଖାଯାଇଛି । ଅନ୍ୟପଟେ ରାବଣ ନିକଟରେ ଅନେକ ପ୍ରକାରର ଯୁଦ୍ଧ ବିମାନ ରହିଥିଲା । କିନ୍ତୁ ଯେତେବେଳେ ରାବଣ ପଞ୍ଚାବଟୀରୁ ପ୍ରତାରଣା କରି ମାତା ସୀତାଙ୍କୁ ଅପହରଣ କରିଥିଲା, ପୁଷ୍ପକ ବିମାନରେ ହିଁ ଲଙ୍କାକୁ ଆଣିଥିଲେ । ଏହା ଏକ ସାଧାରଣ ବିମାନ ନୁହେଁ, ଏଥିରେ ଅନେକ ପ୍ରକାର ସୁବିଧା ରହିଥିଲା । ଏଥିରେ ରହିଥିବା ଟେକନିକ ଆଜିକା ସମୟରେ ମଧ୍ୟ ବିମାନରେ ମିଶିପାରୁ ନାହିଁ । ତେବେ ପୁଷ୍ପକ ଲଞ୍ଚ ଯାନର ନାମ ମଧ୍ୟ ରାମାୟଣରୁ ଅଣାଯାଇଛି । ପୁଷ୍ପକ ବିମାନରେ ମଧ୍ୟ ଅନେକ ଅତ୍ୟାଧୁନିକ ଟେକନିକ ରହିଛି ଯାହା ଅନ୍ୟ କୌଣସି ଲଞ୍ଚ ଭେହିକଲରେ ନାହିଁ ।