ଓଡିଶା

odisha

ସିନ୍ଥେଟିକ୍ ଆଣ୍ଟିବଡି ବିକଶିତ କଲେ ବୈଜ୍ଞାନିକ, ଘାତକ ସର୍ପ ବିଷକୁ କରିବ ନିଷ୍କ୍ରିୟ

By ETV Bharat Odisha Team

Published : Feb 23, 2024, 3:12 PM IST

IISc Scientists Develop Synthetic Antibody: ବେଙ୍ଗାଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (IISC)ର ବୈଜ୍ଞାନିକମାନେ ଏକ ଆଣ୍ଟିବଡି ବିକଶିତ କରିଛନ୍ତି । ଯାହା ଘାତକ ସର୍ପ ବିଷକୁ କରିବ ନିଷ୍କ୍ରିୟ । ଅଧିକ ପଢନ୍ତୁ,

Synthetic Antibody
Synthetic Antibody

ନୂଆଦିଲ୍ଲୀ:ବେଙ୍ଗାଲୁରଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (IISC)ର ବଡ ଉପଲବ୍ଧି । ସିନ୍ଥେଟିକ ଆଣ୍ଟିବଡି ବିକଶିତ କଲେ ବୈଜ୍ଞାନିକ । ଯାହା ବିଷାକ୍ତ ସାପ ବିଷକୁ ନିଷ୍କ୍ରିୟ କରିବାରେ ସଫଳ ହୋଇପାରିବ । ଇଲାପିଡାଇ ଫ୍ୟାମିଲି ଦ୍ବାରା ଉତ୍ପାଦିତ ନ୍ୟୁରୋଟକ୍ସିନକୁ ନିଷ୍କ୍ରିୟ କରିପାରିବ ବୋଲି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ବିଷଧର ସାପମାନଙ୍କ ମଧ୍ୟରେ କୋବ୍ରା, କିଙ୍ଗ କୋବ୍ରା, କ୍ରାଇଟ୍ ଏବଂ ବ୍ଲାକ ମାମ୍ବା ଅନ୍ତର୍ଭୁକ୍ତ ।

IIScର ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ସେଣ୍ଟର ଫର ଇକୋଲୋଜିକାଲ ସାଇନ୍ସ (CES)ର ଇଭୋଲ୍ୟୁସନାରୀ ଭେନୋମିକ୍ସ ଲ୍ୟାବ (EVL) ଟିମ୍ ବିଷ ନିଷ୍କ୍ରିୟ ଆଣ୍ଟିବଡିକୁ ସଂଶ୍ଲେଷିତ କରିବା ପାଇଁ ଏଚଆଇଭି ଏବଂ କୋଭିଡ ବିରୋଧରେ ଆଣ୍ଟିବଡି ଯାଞ୍ଚ ପାଇଁ ପୂର୍ବରୁ ବ୍ୟବହୃତ ଏକ ପଦ୍ଧତି ଆପଣା ଯାଇଥିଲା । ତେବେ ଏହି ରିସର୍ଚ୍ଚ ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନରେ ପ୍ରକାଶିତ ହୋଇଛି । ତେବେ ଏନେଇ ଇବିଏଲ, ଇସିଏସର ପିଏଚଡି ଛାତ୍ର ଏବଂ ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନରେ ପ୍ରକାଶିତ ଅଧ୍ୟୟନର ସହ ଅଧ୍ୟକ୍ଷ ସେନଜି ଲକ୍ଷ୍ମୀ ଆରଆର କହିଛନ୍ତି, "ଏହା ପ୍ରଥମ ଥର ହୋଇଛି । ସର୍ପଦଶଂନର ଚିକିତ୍ସା ପାଇଁ ଆଣ୍ଟିବଡି ବିକଶିତ କରିବା ପାଇଁ ଏହି ବିଶେଷ ଋଣନୀତି ଆପଣାଯାଉଛି । "

ଏହା ଆମକୁ ସର୍ବ ଭାରତୀୟ ଆଣ୍ଟିବଡି ବିକଶିତ କରିବା ପାଇଁ ଆଉ ଏକ ପାଦ ଆଗେଇ ନେଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଏହା ସାପ ବିଷରୁ ବ୍ୟାପକ ସୁରକ୍ଷା ପ୍ରଦାନ କରିପାରିବ । ସାପ ଦଶଂନ ଯୋଗୁଁ ପ୍ରତିବର୍ଷ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ବିଶେଷ କରି ଭାରତ ଏବଂ ଆଫ୍ରିକାରେ ଏହି ସଂଖ୍ୟା ଅଧିକ । ଆଣ୍ଟିଭେନୋମର ବିକାଶ ପାଇଁ ବର୍ତ୍ତମାନ ଘୋଡାଙ୍କ ଠାରେ ସାପ ବିଷ ଇଞ୍ଜେକ୍ସନ ଦେଇ ସେମାନଙ୍କ ରକ୍ତରୁ ଆଣ୍ଟିବଡି ସଂଗ୍ରହ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: IISC ବୈଜ୍ଞାନିକଙ୍କ ସଫଳତା, ଏଣିକି କହୁଣୀ ଯନ୍ତ୍ରଣା କାରଣ ଖୋଜିବ AI

ଅନୁସନ୍ଧାନରୁ ଜଣାପଡିଛି ଯେ, ଆଣ୍ଟିଭେନୋମର ଏକ ସିସାରେ 10 ପ୍ରତିଶତରୁ ମଧ୍ୟ କମ୍ ଆଣ୍ଟିବଡି ରହିଥାଏ । ଆଇଆଇଏସସିର ପ୍ରେସ ବିଜ୍ଞପ୍ତି ଅନୁସାରେ, ଦଳ ଦ୍ବାରା ବିକଶିତ କରାଯାଇଥିବା ଆଣ୍ଟିବଡି ଶରୀରରେ ବିଷର ସ୍ଥାନକୁ ଟାର୍ଗେଟ କରିଥାଏ । ଏହାକୁ ଥ୍ରି ଫିଙ୍ଗର ଟକ୍ସିନ କୁହାଯାଏ । ବିଭିନ୍ନ ପ୍ରଜାତିର ଏଲାପିଡ୍ ବିଭିନ୍ନ ପ୍ରକାରର 3FTxs ଉତ୍ପାଦନ କରୁଥିଲେ ହେଁ ପ୍ରୋଟିନ ସମାନ ବୋଲି କୁହାଯାଇଛି । ପ୍ରଥମେ କୃତ୍ରିମ ଆଣ୍ଟିବଡିକୁ ବିକଶିତ କରାଯାଇଥିଲା । ଏହାପରେ ବିଶ୍ବର ବିଭିନ୍ନ ଏଲାପିଡ ସାପର 3FTxs ପାଇଁ ଆଣ୍ଟିବଡିର ପରୀକ୍ଷଣ ଆରମ୍ଙ କରିଥିଲେ । ଏହାପରେ ବୈଜ୍ଞାନିକମାନେ ଆନିମଲ ମଡେଲରେ ଆଣ୍ଟିବଡିର ପରୀକ୍ଷା କରିଥିଲେ । ତାଇଓ୍ବାନର ବ୍ୟାଣ୍ଡେଡ କ୍ରାଇଟ ଦ୍ବାରା ଉତ୍ପାଦିତ ବିଷାକ୍ତ 3FTx ସହିତ ସିନ୍ଥେଟିକ ଆଣ୍ଟିବଡିର ସମିଶ୍ରଣ କରିଥିଲେ । ଏହାକୁ ମୂଷାମାନଙ୍କ ଶରୀରକୁ ଛଡା ଯାଇଥିଲା । ତେବେ ଟକ୍ସିନ ଦିଆଯାଇଥିବା ମୂଷାମାନେ 4ଘଣ୍ଟା ମଧ୍ୟ ମୃତ୍ୟୁବରଣ କରିଥିଲେ । କିନ୍ତୁ ଯେଉଁମାନଙ୍କୁ ଟକ୍ସିନ ଏବଂ ଆଣ୍ଟିବଡିର ମିଶ୍ରଣ ଦିଆଯାଇଥିଲେ ସେମାନେ 24 ଘଣ୍ଟାର ପର୍ଯ୍ୟବେକ୍ଷଣରୁ ବର୍ତ୍ତିଯାଇ ସମ୍ପୁର୍ଣ୍ଣ ସୁସ୍ଥ ରହିଥିଲେ । ତେବେ ଟିମ ଏହା ପୂର୍ବରୁ କୋବ୍ରାର ବିଷ ଏବଂ ଆଫ୍ରିକାର ବ୍ଲାକ ମାମାର ବିଷକୁ ନେଇ ମଧ୍ୟ ପରୀକ୍ଷା କରିଥିଲେ । ଏହି ଆଣ୍ଟିବଡିର ଫଳପ୍ରଦତା ଅନ୍ୟ ପଦାର୍ଥ ଠାରୁ 15 ଗୁଣା ଅଧିକ ବୋଲି କୁହାଯାଇଛି ।

ମୂଷାମାନଙ୍କୁ ପ୍ରଥମେ ବିଷ ଦେବା ପରେ 0ମିନିଟ, 10 ମିନିଟ ଏବଂ 20 ମିନିଟ ବିଳମ୍ବରେ ଆଣ୍ଚିବଡି ଦିଆଯାଇଥିଲା । ତଥାପି ମଧ୍ୟ ଏହି ଆଣ୍ଚିବଡି ମୂଷାମାନଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା । ପାରମ୍ପାରିକ ଦ୍ରବ୍ୟ କେବଳ ବିଷ ଇଞ୍ଜେକ୍ସନ ଦେବା ସମୟରେ ହିଁ କାମ କରିଥିଲା । ମାଂସପେଶୀ ଏବଂ ସ୍ନାୟୁକୋଷ ମଧ୍ୟରେ ରହିଥିବା ବିଷାକ୍ତ ପଦାର୍ଥ ଏବଂ ରିସେପ୍ଟର ମଧ୍ୟରେ ରହିଥିବା ବନ୍ଧନ ସହିତ ପ୍ରାୟ ସମାନ ଅଟେ ।

ABOUT THE AUTHOR

...view details