ହାଇଦ୍ରାବାଦ: ଆପଣଙ୍କ ଜିଓ ମୋବାଇଲ ନମ୍ବରକୁ ରିଚାର୍ଜ କରିବା ଲାଗି MyJio ଆପ୍ ଏକ ଦ୍ରୁତତମ ପ୍ଲାଟଫର୍ମ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ଏହି ଆପ୍ ଜରିଆରେ ଆପଣ ୟୁଟିଲିଟି ବିଲ୍ ମଧ୍ୟ ଦେଇପାରିବେ । ଯଦି ଆପଣ ବିଜୁଳି ବିଲ୍ ଦେବା ଲାଗି ଇଲେକ୍ଟ୍ରିକ୍ ଅଫିସକୁ ଯାଉଛନ୍ତି, ତେବେ ଏପରି ଆଉ କରିବାକୁ ପଡ଼ିବ ନାହିଁ । ଘରେ ବସି କିଛି କ୍ଲିକ୍ ଦ୍ବାରା ଆପଣ ବିଜୁଳି ବିଲ୍ ଦେଇପାରିବେ ।
MyJio ଆପ୍ରେ କିପରି ଭରିବେ ବିଜୁଳି ବିଲ୍ ?
- Step 1:ସର୍ବପ୍ରଥମେ Apple App Store ଓ Google Play Storeକୁ ଯାଇ MyJio ଆପ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ ।
- Step 2:ଏହାପରେ ନିଜ ମୋବାଇଲ୍ ନମ୍ବର ଦେଇ Log in କରନ୍ତୁ ।
- Step 3: ହୋମସ୍କ୍ରିନରେ ତଳେ ଦିଆଯାଇଥିବା 'Finance' ସେକ୍ସନକୁ ଯାଆନ୍ତୁ ଓ 'Bills' ଉପରେ ଟାପ୍ କରନ୍ତୁ ।
- Step 4: ଏବେ 'Electricity' ଅପସନ୍କୁ ଚୟନ କରନ୍ତୁ, ଯେଉଁଥିରେ ବିଜୁଳି ଅପରେଟରଙ୍କ ନାଁ ଆସିବ ।
- Step 5:ଆପଣଙ୍କ ବିଜୁଳି ଅପରେଟରଙ୍କୁ ଚୟନ କରନ୍ତୁ (ଯଦି ଜାଣିନାହାନ୍ତି ତେବେ ଆପଣଙ୍କ ବିଜୁଳି ବିଲ୍ରେ ନାମ ଦେଖନ୍ତୁ ) ।
- Step 6: କଷ୍ଟମର ନମ୍ବର (Customer ID) ଦିଅନ୍ତୁ ଓ 'Proceed' ବଟନ୍ ଉପରେ କ୍ଲିକ୍ କରନ୍ତୁ ।
- Step 7: ଏବେ ବିଜୁଳି ଶୁଳ୍କ କେତେ ଲେଖନ୍ତୁ ଓ ପେମେଣ୍ଟ ଲାଗି ନିଜର ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ UPI ମଧ୍ୟରୁ କୌଣସି ବିକଳ୍ପ ଚୟନ କରନ୍ତୁ ।
- Step 8:ଆବଶ୍ୟକ ବିବରଣୀ ଭରନ୍ତୁ ଓ ପେମେଣ୍ଟ ସମାପ୍ତ କରନ୍ତୁ ।