ଓଡିଶା

odisha

ETV Bharat / technology

Gpayରେ ବିଜୁଳି ଓ ଗ୍ୟାସ ବିଲ୍‌ ଦିଅନ୍ତି କି ? ଏବେ ଦେବାକୁ ପଡ଼ିବ ଅତିରିକ୍ତ ଶୁଳ୍କ, କିପରି ବର୍ତ୍ତିବେ ଜାଣନ୍ତୁ - HOW TO AVOID GPAY CONVENIENCE FEE

ଗୁଗଲ୍‌ ପେ ବିଜୁଳି ଓ ଗ୍ୟାସ ବିଲ୍‌ ପରି ୟୁଟିଲିଟି ସର୍ଭିସ ଲାଗି କନଭିନିଏନ୍ସ ଫି ଲାଗୁ କରିଛି । ଏଥିରୁ କିପରି ବର୍ତ୍ତିବେ ଏହି ଆର୍ଟିକଲରେ ଟିପ୍ସ ଜାଣନ୍ତୁ...

How to Avoid Google Pay convenience fee
How to Avoid Google Pay convenience fee (File Photo)

By ETV Bharat Tech Team

Published : Feb 22, 2025, 2:45 PM IST

ହାଇଦ୍ରାବାଦ:ଯଦି ଆପଣ ଗୁଗଲ୍‌ ପେ ଜରିଆରେ ବିଜୁଳି ଓ ଗ୍ୟାସ୍‌ ପରି ୟୁଟିଲିଟି ସର୍ଭିସର ବିଲ୍‌ ଦେଉଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । ଦେଶର ପ୍ରମୁଖ UPI ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ Gpay ୟୁଟିଲିଟି ସର୍ଭିସ ଲାଗି ପେମେଣ୍ଟ ଉପରେ ସୁବିଧା ଶୁଳ୍କ (Convenience Fee) ଦେବାକୁ ପଡ଼ିବ । ପୂର୍ବରୁ ବିଲ୍‌ ପେମେଣ୍ଟ ଲାଗି ପ୍ଲାଟଫର୍ମ ଅତିରିକ୍ତ ଦେୟ ନେଉନଥିଲା । କିନ୍ତୁ ଏବେ କ୍ରେଡିଟ୍‌ ବା ଡେବିଟ୍‌ କାର୍ଡ ବ୍ୟବହାର କରି ବିଲ୍‌ ପେମେଣ୍ଟ କଲେ 0.5-1% ଚାର୍ଜ ଦେବାକୁ ପଡ଼ିବ । ତେବେ କିଛି ଟ୍ରିକ୍ସ ଅଛି ଯେଉଁଥିରୁ ଆପଣ ବିଲ୍‌ ବାଦ ଅତିରିକ୍ତ ଶୁଳ୍କ ଦେବାରୁ ବର୍ତ୍ତିପାରିବେ ।

ଏହି ସର୍ଭିସ ଲାଗି ଦେବାକୁ ପଡ଼ିବ ଶୁଳ୍କ

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁସାରେ, ଯଦି ଆପଣ ବିଲ୍‌ ପେମେଣ୍ଟ ଲାଗି କ୍ରେଡିଟ୍‌ ବା ଡେବିଟ୍‌ କାର୍ଡର ବ୍ୟବହାର କରୁଛନ୍ତି, ତେବେ 0.5-1% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ସହ GST ମଧ୍ୟ ଦେବାକୁ ପଡ଼ିବ । କହି ରଖୁଛୁ କି, ପୂର୍ବରୁ ଗୁଗଲ୍‌ ପେ ୟୁଜରଙ୍କଠାରୁ ବିଲ୍‌ ପେମେଣ୍ଟ ଲାଗି ଅତିରିକ୍ତ ଚାର୍ଜ ନେଉନଥିଲା । କିନ୍ତୁ ଗୋଟିଏ ବର୍ଷ ପୂର୍ବରୁ ଗୁଗଲ୍‌ ପେ ମୋବାଇଲ ରିଚାର୍ଜ ଉପରେ 3ଟଙ୍କା ସୁବିଧା ଶୁଳ୍କ ନେଉଥିଲା । ଏବେ ବିଲ୍‌ ପେମେଣ୍ଟ ଉପରେ ମଧ୍ୟ ଏହାକୁ ଲାଗୁ କରିଛି ।

କାହିଁକି ସୁବିଧା ଶୁଳ୍କ ନେଉଛି Gpay ?

ETର ଏକ ରିପୋର୍ଟ ଅନୁସାରେ ଜଣେ ଗ୍ରାହକ ବିଜୁଳି ବିଲ୍‌ ଭରିବା ସମୟରେ ଅତିରିକ୍ତ ଭାବେ 15 ଟଙ୍କା ସୁବିଧା ଶୁଳ୍କ ଦେଇଥିଲେ । ଏହି ଚାର୍ଜରେ ଜିଏସଟି ବି ସାମିଲ । ଗ୍ଲୋବାଲ ସର୍ଭିସ ଫର୍ମ PwC ଅନୁସାରେ, ଷ୍ଟେକହୋଲର୍ଡ୍ସ ୟୁପିଆଇ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ 0.25% ଖର୍ଚ୍ଚ କରିଥାନ୍ତି । ଏବେ ଲାଗୁଛି ଏହି ଖର୍ଚ୍ଚକୁ ଭରଣ ଲାଗି ଏବେ ଫିନଟେକ୍‌ କମ୍ପାନୀ ଏପରି ରେଭେନ୍ୟୁ ମଡେଲ ଆପଣାଉଛନ୍ତି । ଧିରେ ଧିରେ ୟୁପିଆଇ ଟ୍ରାଞ୍ଜାକ୍ସନ ବୃଦ୍ଧି ପାଉଥିବାବେଳେ ଏହା ମାଧ୍ୟମରେ ଫିନଟେକ୍‌ କମ୍ପାନୀ ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି । ଅନେକ ଥର UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ନେବା ଦାବି ଉଠିଛି । କିନ୍ତୁ ଏଯାବତ ଏହା ମାଗଣା ଅଛି ।

ଅତିରିକ୍ତ ଶୁଳ୍କ ଦେବାରୁ କିପରି ବର୍ତ୍ତିବେ ?

ଏହି ନୂଆ ନିୟମ ଆସିବା ପରେ ମଧ୍ୟ ଯଦି ଆପଣ GPay ବ୍ୟବହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଅତିରିକ୍ତ ଶୁଳ୍କ ଦେବାକୁ ଚାହୁଁନାହାନ୍ତି, ତେବେ ଆମେ ଆପଣଙ୍କ ନିମ୍ନରେ କିଛି ଟିପ୍ସ ଦେଇଛୁ:

  • UPI ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରନ୍ତୁ: ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କାରବାର ମାଗଣା ହୋଇଥାଏ ।
  • ୟୁଟିଲିଟି ବିଲ୍ ପାଇଁ କ୍ରେଡିଟ୍ / ଡେବିଟ୍ କାର୍ଡରୁ ଦୂରେଇ ରୁହନ୍ତୁ: ଏହା ବଦଳରେ ବ୍ୟାଙ୍କ ଆଧାରିତ UPI ପେମେଣ୍ଟ ବାଛନ୍ତୁ ।
  • ଦେୟ ଦେବା ପୂର୍ବରୁ ଯାଞ୍ଚ କରନ୍ତୁ: ଏକ ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ କୌଣସି ଅତିରିକ୍ତ ସୁବିଧା ଦେୟ ରହିଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଏପରି ଥିଲେ ଅନ୍ୟ ଟ୍ରାଞ୍ଜାକ୍ସନ ଉପାୟ ବାଛନ୍ତୁ ।
  • ବିକଳ୍ପ ପେମେଣ୍ଟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ: କିଛି ବ୍ୟାଙ୍କ ଏବଂ ପ୍ଲାଟଫର୍ମ ବିଲ୍‌ ପେମେଣ୍ଟ ପାଇଁ ଦେୟ ଆଦାୟ କରନ୍ତି ନାହିଁ ।
  • ବ୍ୟାଙ୍କ ୱେବସାଇଟରେ ଅଟୋ-ପେ ଫିଚର ବାଛନ୍ତୁ: ଅନେକ ବ୍ୟାଙ୍କ ଅତିରିକ୍ତ ଦେୟ ବିନା ୟୁଟିଲିଟି ବିଲ୍ ପାଇଁ ଅଟୋ-ପେ ସୁବିଧା ପ୍ରଦାନ କରନ୍ତି ।
ଏହା ବି ପଢନ୍ତୁ
  1. ପର୍ସ ହଜାଇବାଠୁ ବେଶୀ ବିପଦ ମୋବାଇଲ ହଜାଇବା, SIM ବ୍ଲକ୍‌ ପୂର୍ବରୁ କରନ୍ତୁ UPI ID ବନ୍ଦ
  2. ଗୁଗଲ୍‌ ପେ, ଫୋନ ପେ, ପେଟିଏମରେ କେମିତି ବନ୍ଦ କରିବେ UPI AutoPay ? ଜାଣନ୍ତୁ ଷ୍ଟେପ-ବାଏ-ଷ୍ଟେପ

ABOUT THE AUTHOR

...view details