ହାଇଦ୍ରାବାଦ: ହ୍ୟୁମାନ ମୋବାଇଲ ଡିଭାଇସ (HMD) ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାର ନାମ ଏଚଏମଡି ଫ୍ୟୁଜନ (HMD Fusion) ରଖାଯାଇଛି । ଏହି ସ୍ମାର୍ଟଫୋନରେ ପାୱାରଫୁଲ 108MP ରିଅର କ୍ୟାମେରା ଓ 50MP ସେଲଫି କ୍ୟାମେରା ମିଳିବ । ଏହି ଫୋନର ସବୁଠୁ ଖାସ କଥା ହେଉଛି ଏଥିରେ ଆପଣ ସ୍ମାର୍ଟ ଆଉଟଫିଟକୁ ସଂଯୋଗ କରିପାରିବେ । ଯେଉଁଥିରେ କାଜୁଆଲ୍ ଆଉଟଫିଟ୍, ଗେମିଂ ଆଉଟଫିଟ ସାମିଲ । ଫୋନରେ 6ଟି ଖାସ ସ୍ମାର୍ଟ ପିନ୍ ଦିଆଯାଇଛି । ଯାହାର ସାହାଯ୍ୟରେ ଆପଣ ସ୍ମାର୍ଟଫୋନ ଓ ଆଉଟଫିଟ୍କୁ କନେକ୍ଟ କରିପାରିବେ ।
କଣ ଏହି ସ୍ମାର୍ଟ ଆଉଟଫିଟ୍:-
ଏହି ଫୋନର ଖାସ କଥା ହେଉଛି ଏହା ସ୍ମାର୍ଟ ଆଉଟଫିଟ୍ ସହିତ ଆସୁଛି । ଏହା ଏପରି ଏକ ଉପକରଣ, ଯାହାକୁ ଆପଣ ନିଜ ସ୍ମାର୍ଟଫୋନରେ ଯୋଡିପାରିବେ । ଏଥିରୁ ଗୋଟିଏ ହେଉଛି ଗେମିଂ ଆଉଟଫିଟ୍, ଏହାକୁ ସଂଯୋଗ କରି ଆପଣ ଗେମ୍ ଖେଳିପାରିବେ । ଅନ୍ୟଟି ହେଉଛି Flashy ଆଉଟଫିଟ୍ । ଏହା ସହିତ ଫୋନର କ୍ୟାମେରା ଚାରିପାଖରେ ଏକ RGB ଏଲଇଡି ଲାଇଟ୍ ରିଙ୍ଗ ଲଗାଯାଏ, ଯାହା ଫଟୋଗ୍ରାଫି ଅଭିଜ୍ଞତାକୁ ବହୁତ ଭଲ କରିଥାଏ ।
HMD Fusionର ଫିଚର:-
- ଡିସପ୍ଲେ: 90Hz ରିଫ୍ରେସ ରେଟ୍ 6.56 ଇଞ୍ଚ HD + HID ଡିସପ୍ଲେ ସହିତ ଆସିଛି ।
- କ୍ୟାମେରା: ଏଚଏମଡି ଫ୍ୟୁଜନ 108MP ଡୁଆଲ ମେନ୍ କ୍ୟାମେରା ଓ 50MP ଫ୍ରଣ୍ଟ-ଫେସିଂଙ୍ଗ କ୍ୟାମେରା ସହିତ ଆସିଛି । ନାଇଟ ମୋଡ 3.0, ଜେସ୍ଚର ବେସଡ୍ ସେଲଫି ଫିଚର, ଟ୍ରାକିଂ ଫୋକସ ସହିତ ଫ୍ଲାସ ଶଟ 2.0 ଓ ଟୋନ କଣ୍ଟ୍ରୋଲ ଭଳି ଆଧୁନିକ ଫିଚର ଦିଆଯାଇଛି ।
- ସ୍ମାର୍ଟ ଆଉଟଫିଟ କନେକ୍ଟିଭିଟି:ଆଉଟଫିଟ୍ ସହିତ HMD ଫ୍ୟୁଜନକୁ ଲଞ୍ଚ କରାଯାଇଛି । ଫ୍ୟୁଜନ୍ "ଗେମିଂ ଆଉଟଫିଟ୍" ଆଧୁନିକ ଗେମପ୍ଲେ କଣ୍ଟ୍ରୋଲ୍ ପ୍ରଦାନ କରୁଥିବାବେଳେ 'ଫ୍ଲାସି ଆଉଟଫିଟ୍' ସେଲଫି ପାଇଁ ଏକ ଫୋଲ୍ଡେବଲ୍ RGB ଏଲଇଡି ଫ୍ଲାସ୍ ରିଙ୍ଗ୍ ପ୍ରଦାନ କରେ ।
- ଫୋନ ମରାମତି ଅପସନ: ଘରେ ବସି ଆପଣ ଏହାର ଡିସପ୍ଲେ ଆଦି ବଦଳାଇପାରିବେ । ଏଥିପାଇଁ କେବଳ ଏକ ସ୍କ୍ରୁଡ୍ରାଇଭର ଆବଶ୍ୟକ । ଏହାକୁ ବ୍ୟବହାର କରି ଆପଣ ଡିସପ୍ଲେ, ବ୍ୟାଟେରୀ ଓ ଚାର୍ଜିଂ ପୋର୍ଟକୁ ସହଜରେ ବଦଳାଇପାରିବେ ।
- ପ୍ରୋସେସର ଓ ମେମୋରୀ: HMD ଫ୍ୟୁଜନ ସ୍ମାର୍ଟଫୋନରେ 4 ଜେନ 2 ପ୍ରୋସେସର ମିଳିଥାଏ । ଡିଭାଇସରେ 8GB RAM, 256GB ଷ୍ଟୋରେଜ ସହିତ ଆସିଛି ।
- ବ୍ୟାଟେରୀ: ଏହା 5000mAh ବ୍ୟାଟେରୀ ଓ ଇନ-ବକ୍ସ 33W ଫାଷ୍ଟ ଚାର୍ଜର ସହିତ ଆସେ ।
ଦାମ ଓ ଉପଲବ୍ଧତା:-
HMD Fusionର ଦାମ 17,999ଟଙ୍କା ରହିଛି । କିନ୍ତୁ ପ୍ରାରମ୍ଭିକ ସେଲ୍ରେ ଗ୍ରାହକ ଏହାକୁ ମାତ୍ର 15,999ଟଙ୍କା ଦେଇ କିଣିପାରିବେ । ଏହା HMD କାଜୁଆଲ, Flashy ଓ ଗେମିଂ ଆଉଟଫିଟ୍ ସହିତ ମଧ୍ୟ ଉପଲବ୍ଧ । ଏହାର ଦାମ 5,999ଟଙ୍କା ରହିଥିବା ବେଳେ କମ୍ପାନୀ ଏହାକୁ ମାଗଣାରେ ପ୍ରଦାନ କରିବ । ଆସନ୍ତା ନଭେମ୍ବର 29 ତାରିଖ ମଧ୍ୟାହ୍ନ 12:01ଠାରୁ ଏହାର ସେଲ୍ ଆମାଜନ ଓ କମ୍ପାନୀର ଅଫିସିଆଲ ୱେବସାଇଟରେ ଆରମ୍ଭ ହେବ ।