ହାଇଦ୍ରାବାଦ:ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଅନ୍ୟ କମ୍ପାନୀ ପରି କୃତ୍ରିମ ବୁଦ୍ଧିମତା (AI)କୁ ଆପଣାଇବାରେ ଲାଗିଛି । ନିକଟରେ ଏହି ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ହୋଇଛି ଯେପରିକି ଅଲଗା ଭାଷାରେ ଭିଡିଓ ଡବ୍ ହେଲା ପରି ଫିଚର ସାମିଲ ହୋଇଛି । ଏବେ ଏଥିରେ ଗୁଗଲ୍ ଡିପମାଇଣ୍ଡର ଲାଟେଷ୍ଟ AI ଭିଡିଓ ଜେନେରେସନ ମଡେଲ 'Veo 2' ଇଣ୍ଟିଗ୍ରେଟ୍ କରିଛି । ଏହାର ଅର୍ଥ ଆପଣ ମାତ୍ର 2ମିନିଟରେ ଖାଲି ଟେକ୍ସଟ୍ ଟାଇପ କରି ଭିଡିଓ ସୃଷ୍ଟି କରିପାରିବେ । ଏ ସମ୍ପର୍କରେ ୟୁଟ୍ୟୁବ ଏକ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛି । ତେବେ ଏହା କିପରି କାମ କରିବେ ବିସ୍ତୃତ ଭାବରେ ଜାଣିବା ।
କଣ ମିଳିବ ସୁବିଧା ?
- ଏବେ ୟୁଟ୍ୟୁବ କ୍ରିଏଟର କେବଳ ଏଆଇ ବ୍ୟାକଗ୍ରାଉଣ୍ଡ୍ ଜେନେରେଟ କରିପାରିବେ ନାହିଁ, ବରଂ ଷ୍ଟାଣ୍ଡଏଲୋନ୍ ଭିଡିଓ କ୍ଲିପ୍ ସୃଷ୍ଟି କରିପାରିବେ । ଯଦି ୟୁଜରଙ୍କ ନିକଟରେ କୌଣସି ଖାସ୍ ସିନ୍ର ଫୁଟେଜ୍ ନାହିଁ, ତେବେ ମାତ୍ର ଗୋଟିଏ ଟେକ୍ସଟ୍ ଟାଇପ୍ କରି ନିଜ ପସନ୍ଦ ବା ଆବଶ୍ୟକ ମୁତାବକ ଭିଡିଓ କ୍ଲିପ୍ ସୃଷ୍ଟି କରାଯାଇହେବ ।
- କମ୍ପାନୀର କହିବାନୁସାରେ, ୟୁଜର ବ୍ୟାକଗ୍ରାଉଣ୍ଡ ସହିତ ଏବେ ପୂରା ଏଆଇ-ଜେନେରେଟେଡ୍ ଭିଡିଓ କ୍ଲିପ୍ ସୃଷ୍ଟି କରିପାରିବେ । ଏହା ସେହି କ୍ରିଏଟରଙ୍କୁ ଫାଇଦା ଦେବ ଯେଉଁମାନେ ସ୍ବତନ୍ତ୍ର କଣ୍ଟେଣ୍ଟ ତିଆରି କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କ ନିକଟରେ ସଠିକ ଫୁଟେଜ୍ ନାହିଁ ।
- ଗୁଗଲ୍ର କହିଛି ଯେ Veo 2 ଇଣ୍ଟିଗ୍ରେସନ ପରେ Dream Screen ଏବେ ଆହୁରି ଦ୍ରୁତ ଭାବେ ଭିଡିଓ ସୃଷ୍ଟି କରିପାରିବ । ଏହି ମଡେଲ ରିଅଲ-ୱାର୍ଲଡ ଫିଜିକ୍ସ ଓ ହ୍ୟୁମାନ ମୁଭମେଣ୍ଟକୁ ଭଲ ଭାବେ ବୁଝିଥାଏ, ଫଳରେ ଆଉଟପୁଟ୍ ଅଧିକ ନାଚୁରାଲ୍ ହେବ । ଏହାବାଦ ୟୁଜର ଷ୍ଟାଇଲ, ଲେନ୍ସ ଓ ସିନେମାଟିକ୍ ଇଫେକ୍ଟକୁ ଚୟନ କରିପାରିବେ, ଯାହାଦ୍ବାରା ଭିଡିଓ ଅଧିକ ପ୍ରଫେସନାଲ ଲାଗିବ ।
- Veo 2 ଇଣ୍ଟିଗ୍ରେସନ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କ୍ରିଏଟରଙ୍କ ଲାଗି ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ ।
Veo 2କୁ YouTube Shortsରେ କିପରି ବ୍ୟବହାର କରିବେ ?