ହାଇଦ୍ରାବାଦ: ସାଧାରଣ ତନ୍ତ୍ର ଦିବସ ଆସୁଥିବା ବେଳେ ଦେଶରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ଏହି ପବିତ୍ର ଦିବସ ଅବସରରେ ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଏହାର ସେଲ୍ ଆରମ୍ଭ କରିଦେଇଛନ୍ତି । ଆମାଜନ୍ ପରେ ଏବେ ଫ୍ଲିପକାର୍ଟ ରିପବ୍ଲିକ ଡେ ସେଲ୍ ନେଇ ଘୋଷଣା କରିଛି । କମ୍ପାନୀ ଏହାର ନାଁ 'Monumental Sale' ରଖିଛି । ସେଲ୍ରେ ଅନେକ ପ୍ରଡକ୍ଟ ଉପରେ ବଡ଼ ରିହାତି ମିଳିବାକୁ ଯାଉଛି । ଖାସ୍ କରି ସ୍ମାର୍ଟଫୋନ କଥା କହିଲେ ଲାଟେଷ୍ଟ iPhone 16 ଉପରେ 10ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବାକୁ ଯାଉଛି । ଯଦି ଆପଣ କୌଣସି ବ୍ରାଣ୍ଡର ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ସେଲ୍ର ଲାଭ ଉଠାଇପାରିବେ ।
Flipkart Monumental Sale: କେବେଠୁ ଆରମ୍ଭ
ଫ୍ଲିପକାର୍ଟର ଏହି ସେଲ୍ ଜାନୁଆରୀ 14 ତାରିଖ ମଧ୍ୟରାତ୍ରି 12ଟାରୁ ଆରମ୍ଭ ହୋଇ 19 ତାରିଖ ରାତି 11:59 ପର୍ଯ୍ୟନ୍ତ ଚାଲିବ । Flipkart Plus ୟୁଜର ଜାନୁଆରୀ 13 ତାରିଖଠାରୁ ଆଗୁଆ ଆକ୍ସେସ ପାଇବେ । ଏହାର ଅର୍ଥ ସାଧାରଣ ୟୁଜରଙ୍କ ପୂର୍ବରୁ ଏମାନଙ୍କ ଲାଗି ଏହି ସେଲ୍ ଉପଲବ୍ଧ ହେବ । ଯଦି ଆପଣ 365 ଦିନ ମଧ୍ୟରେ ଚାରୋଟି ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଆପେ ଆପେ Flipkart Plus membership ଯୋଡ଼ି ହୋଇଯିବ ।
ଡିସକାଉଣ୍ଟ ଓ ବ୍ୟାଙ୍କ ଅଫର
- ଯଦି ଆପଣ Axis ବ୍ୟାଙ୍କ କ୍ରେଡିଟ କାର୍ଡରେ ସପିଂ କରୁଛନ୍ତି ତେବେ ଆପଣଙ୍କୁ 5% ଅନଲିମିଟେଡ କ୍ୟାସବ୍ୟାକ୍ ସହ Rs. 1000 ଗିଫ୍ଟ ଭାଉଚର ମିଳିବ ।
- ପ୍ରମୁଖ ବ୍ୟାଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାର କଲେ ବିନା ମୂଲ୍ୟରେ EMI ବିକଳ୍ପ ପାଇପାରିବେ ।
- ଏହି ସେଲ୍ ଅବଧି ମଧ୍ୟରେ ପ୍ରତିଦିନ ସନ୍ଧ୍ୟା 6ଟାରେ Revolutionary Deals ଆରମ୍ଭ ହେବ । ଯାହାଦ୍ବାରା ଆପଣ ମାତ୍ର Rs 76 ଟଙ୍କାରେ ଜିନିଷ କିଣିପାରିବେ ।
- ରାତି 12ଟାରୁ ମଧ୍ୟାହ୍ନ 12ଟା ମଧ୍ୟରେ Rush Hour deals ରହିବ, ଯେଉଁଥିରେ ଅନେକ ପ୍ରଡକ୍ଟ ଉପରେ ବଡ଼ ଡିସକାଉଣ୍ଟ ମିଳିବ ।
- ସେହିପରି Tick Tick Dealsରେ ଆପଣ ପ୍ରତି ଘଣ୍ଟାରେ ଗୋଟିଏ ନୂଆ ଡିଲ୍ ପାଇପାରିବେ ।