ଓଡିଶା

odisha

ETV Bharat / technology

ହ୍ୟାସଟାଗ୍‌କୁ 'ଅସୁନ୍ଦର' କହିଲେ ଏଲନ ମସ୍କ; ବ୍ୟବହାର ନ କରିବାକୁ କଲେ ଅପିଲ୍‌ - ELON MUSK CALLS HASHTAGS UGLY

ଭବିଷ୍ୟତରେ ହୁଏତ 'X' ପ୍ଲାଟଫର୍ମରେ ଆଉ ବ୍ୟବହାର ହେବନି ହ୍ୟାସଟାଗ୍‌ (#) । ଏହାକୁ ଅସୁନ୍ଦର କହିବା ସହ ବ୍ୟବହାର ନ କରିବାକୁ କହିଛନ୍ତି ଏଲନ ମସ୍କ । ଅଧିକ ପଢନ୍ତୁ

Representational picture
Representational picture (ETV Bharat via Copilot Designer)

By ETV Bharat Tech Team

Published : Dec 19, 2024, 12:18 PM IST

ହାଇଦ୍ରାବାଦ: ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର) ବ୍ୟବହାର କରନ୍ତି ତେବେ ନିଜ ପୋଷ୍ଟ ସହିତ ଜଡ଼ିତ ଶବ୍ଦକୁ ହ୍ୟାସଟାଗ୍‌ (#) ଯେପରିକି #Twitter ଆଦିର ବ୍ୟବହାର କରନ୍ତି । ଏବେ ଏହାର ଆବଶ୍ୟକତା ନାହିଁ । ଏହା ଆମେ କହୁନାହୁଁ, ଖୋଦ Xର ମୁଖ୍ୟ ଏଲନ ମସ୍କ ୟୁଜରଙ୍କୁ କହିଛନ୍ତି । ସେ ହ୍ୟାସଟାଗ୍‌କୁ 'ଅସୁନ୍ଦର' (Ugly) କହିବା ସହ ଏହାକୁ ବନ୍ଦ କରିବାକୁ ୟୁଜରମାନଙ୍କୁ ଆହ୍ବାନ ଦେଇଛନ୍ତି ।

Xର ସିଇଓ ଏଲନ ମସ୍କ ଏକ ପୋଷ୍ଟରେ ରିପ୍ଲାଏ ଦେଇ କହିଛନ୍ତି ଯେ ଏବେ ହ୍ୟାସଟାଗ୍‌ ବ୍ୟବହାର ଆବଶ୍ୟକତା ନାହିଁ । ଏହା କେବଳ ଅନାବଶ୍ୟକ ନୁହେଁ, ବରଂ ଅସୁନ୍ଦର ଦିଶିଥାଏ । ନିକଟରେ Grok (ଏଲନ ମସ୍କଙ୍କ କମ୍ପାନୀ xAI ଦ୍ବାରା ବିକଶିତ AI ଚାଟ୍‌ବଟ୍‌)କୁ ପ୍ରଶ୍ନ କରାଯାଇଥିଲା ଯେ ଏବେ ବି ହ୍ୟାସଟାଗ୍‌ର ବ୍ୟବହାର ପ୍ରାସଙ୍ଗିକ ? ଏହା ଉପରେ ପ୍ରତିକ୍ରିୟା ରଖି ଏଲନ ମସ୍କ 'ଦୟାକରି ହ୍ୟାସଟାଗ୍‌ ବ୍ୟବହାର ବନ୍ଦ କରନ୍ତୁ । ସିଷ୍ଟମକୁ ଏବେ ଏହାର ଆବଶ୍ୟକତା ନାହିଁ' ବୋଲି କହିଥିଲେ ।

ଏହା ବି ପଢନ୍ତୁ
  1. ପୁଣି ଛଟେଇ; Xର ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଏଲନ ମସ୍କ
  2. ଜାନୁଆରୀ 11ରେ ଷ୍ଟାରସିପ୍‌ ସୁପର ହେଭି ରକେଟ୍‌ର ସପ୍ତମ ପରୀକ୍ଷଣ

ମସ୍କଙ୍କ ଏପରି ଟିପ୍ପଣୀ ପରେ ଏବେ ଚର୍ଚ୍ଚାର ହେଉଛି ଯେ 'ହ୍ୟାସଟାଗ୍‌', ଯାହାକି ଡିଜିଟାଲ ସର୍ଚ୍ଚର ଶକ୍ତିଶାଳୀ ଟୁଲ୍‌ ଥିଲା, କଣ ଏବେ ଏକ୍ସ ପ୍ଲାଟଫର୍ମରେ ଏହାର କୌଣସି ପ୍ରାସଙ୍ଗିକତା ନାହିଁ ? ସୂଚନା ଥାଉ କି ହ୍ୟାସଟାଗ୍‌, ଟ୍ରେଡିଙ୍ଗ ବିଷୟକୁ ଖୋଜିବା ବା କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁରେ ସାମିଲ ହେବା ଲାଗି ଏହି ହ୍ୟାସଟାଗ୍‌ର ବ୍ୟବହାର କରାଯାଏ । ଟ୍ବିଟରରେ ଏହାର ବହୁଳ ବ୍ୟବହାର ହୁଏ । କୌଣସି ବଡ଼ ଘଟଣା ଘଟିଲେ ଉକ୍ତ ବିଷୟବସ୍ତୁ # ସହିତ ଏକ୍ସରେ ଟ୍ରେଣ୍ଡ କରେ । ଉକ୍ତ ହ୍ୟାସଟାଗ୍‌କୁ କ୍ଲିକ କରିବା ପରେ ସେହି ବିଷୟବସ୍ତୁ ନେଇ ଯେଉଁମାନେ ପୋଷ୍ଟ କରିଥାନ୍ତି, ତାହା ତଳକୁ ତଳ ଦୃଶ୍ୟମାନ ହୁଏ । ହେଲେ ଏଲନ ମସ୍କଙ୍କ ଏପରି ରିପ୍ଲାଏ ପରେ ଏହା ପୁରୁଣା ଇଣ୍ଟରନେଟ ଯୁଗ ପରି ପ୍ରତୀୟମାନ ହେଉଛି ।

ଭବିଷ୍ୟରେ ଆଉ ରହିବ ନା ନାହିଁ ହ୍ୟାସଟାଗ୍‌ ?

Xର ସିଷ୍ଟମ ଏବେ ଏତେ ମାତ୍ରାରେ ସ୍ମାର୍ଟ ହୋଇଛି ଯେ ୟୁଜରଙ୍କୁ ନିଜ ପୋଷ୍ଟରେ ଏକାଧିକ ହ୍ୟାସଟାଗ୍‌ ଲଗାଇବାର ଆବଶ୍ୟକତା ନାହିଁ । ଏହା ବିନା ମଧ୍ୟ ନିର୍ଦ୍ଦିଷ୍ଟ ଘଟଣା ସହିତ ଜଡିତ କଣ୍ଟେଣ୍ଟ ସାମ୍ନାକୁ ଆସିପାରେ । ତାହା ବ୍ରେକିଂ ନ୍ୟୁଜ ହେଉ ବା କୌଣସି ଭାଇରାଲ ଟ୍ରେଣ୍ଡ ବା କୌଣସି ଚର୍ଚ୍ଚିତ ଖବର । Xର ଆଲଗୋରିଦମ ଏହାକୁ ଖୋଜିପାଇବାରେ ସକ୍ଷମ ହୋଇଥାଏ ।

ପରିଶେଷରେ, ଯଦି ଆପଣ ହ୍ୟାସଟାଗ୍‌କୁ ବ୍ୟବହାର କରିବେ କି ନାହିଁ ଭାବନାରେ ପଡ଼ିଛନ୍ତି, ତେବେ ଆମେ ଆପଣଙ୍କ ଦ୍ବନ୍ଦ୍ବ ଦୂର କରୁଛି । Xର ସିଇଓ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନୂଆ ରୂପରେଖ ଦେବା ଲାଗି ଚେଷ୍ଟା କରୁଛନ୍ତି । ଏହାର ସିଷ୍ଟମକୁ ମଧ୍ୟ ସମୟାନୁସାରେ ଅପଡେଟ କରୁଛନ୍ତି । ଯଦି ଆପଣ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ହ୍ୟାସଟାଗ୍‌ ଉପରେ ଭରସା ନ କରି ଭଲ କଣ୍ଟେଣ୍ଟ ଉପରେ ଗୁରୁତ୍ବ ଦିଅନ୍ତୁ । ଯାହାଦ୍ବାରା ଆପଣ ଭିଡ଼ ଭିତରୁ ଅଲଗା ହେବେ ଓ ପ୍ଲାଟଫର୍ମ ଆପଣଙ୍କ କଣ୍ଟେଣ୍ଟ ଅନୁଯାୟୀ ଆପଣଙ୍କୁ ପ୍ରାଧାନ୍ୟ ଦେବ ।

ABOUT THE AUTHOR

...view details