ଓଡିଶା

odisha

ETV Bharat / technology

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, 100 ବର୍ଷ ପରେ ଲାଗିବ ଗ୍ରହଣ - LUNAR ECLIPSE ON HOLI - LUNAR ECLIPSE ON HOLI

LUNAR ECLIPSE ON HOLI: ପବିତ୍ର ଦୋଳ ପୂର୍ଣ୍ଣିମାରେ ଲାଗିବ ଚନ୍ଦ୍ରଗ୍ରହଣ । 100 ବର୍ଷ ପରେ ଏହି ଗ୍ରହଣ ଲାଗିବାକୁ ଥିବା ବେଳେ କେଉଁଠି ଦୃଶ୍ୟମାନ ହେବ ଜାଣନ୍ତୁ

Lunar Eclipse
Lunar Eclipse

By ETV Bharat Odisha Team

Published : Mar 25, 2024, 10:00 AM IST

ହାଇଦ୍ରାବାଦ: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଶାସ୍ତ୍ରରେ ଏହାକୁ ବସନ୍ତ ଉତ୍ସବ ମଧ୍ୟ କୁହାଯାଇଥାଏ । ତେବେ ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ତ୍ବ ରହିଛି । ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ହୋଲି ଦହନ କରାଯାଇଥାଏ ଏବଂ ଏହାର ପରଦିନ ହୋଲି ଖେଳ ହୋଇଥାଏ । ତେବେ ଆଜି ଚନ୍ଦ୍ରଗ୍ରହଣ ଲାଗିବା ନେଇ ସୂଚନା ରହିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଏହି ଗ୍ରହଣ ପ୍ରାୟ 100 ବର୍ଷ ପରେ ହେଉଥିବା ନେଇ ଜ୍ୟୋତିର୍ବିଦମାନେ ମତ ପୋଷଣ କରିଛନ୍ତି । ମାର୍ଚ୍ଚ 24 ତାରିଖରେ ହୋଲି ଦହନ ହୋଇଥିବା ବେଳେ 25 ତାରିଖରେ ହୋଲି ଖେଳ ହେଉଛି । ତେବେ ଆଜି ପଡୁଥିବା ଚନ୍ଦ୍ରଗ୍ରହଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ ।

କେଉଁ ସମୟରେ ଲାଗିବ ଗ୍ରହଣ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ସକାଳ 10ଟା 23ରୁ ଆରମ୍ଭ ହୋଇ ଅପରାହ୍ନ 3ଟା 1 ମିନିଟରେ ସର୍ବମୋକ୍ଷ ହେବ । ପ୍ରାୟ 4ଘଣ୍ଟା 36 ମିନିଟ ଧରି ଚାଲିବ ଗ୍ରହଣ । ଏହି ଗ୍ରହଣ କନ୍ୟା ରାଶି ଏବଂ ଉତ୍ତର ଫାଲଗୁନୀ ନକ୍ଷେତ୍ରରେ ଲାଗିବାକୁ ଯାଉଛି । ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ନହେବା କାରଣରୁ ଏହା ପାଳନ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି ।

କେଉଁଠି ଦୃଶ୍ୟମାନ ହେବ ଗ୍ରହଣ: ଏହି ଚନ୍ଦ୍ରଗ୍ରହଣ ଆମେରିକା, ସ୍ପେନ, ଇଟାଲୀ, ଜାପାନ, ଋଷ, ପର୍ତ୍ତୁଗାଲରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: Hybrid Solar Eclipse: ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଉପଛାୟା ଚନ୍ଦ୍ରଗ୍ରହଣ କଣ:ତେବେ ଆଜି ହେଉଥିବା ଚନ୍ଦ୍ରଗ୍ରହଣ ଉପଛାୟା ହେବ । ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ଚନ୍ଦ୍ର ଗ୍ରହଣ ତିନି ପ୍ରକାରର ହୋଇଥାଏ । ପୂର୍ଣ୍ଣ, ଆଶିଂକ ଓ ଉପଛାୟା । ପୃଥିବୀର ଦୁଇପ୍ରକାରର ଛାଇ ରହିଛି । ପ୍ରଥମଟି ଛାୟା ଯାହା ଏକ ଗାଢା କଳା ରଙ୍ଗର ଛାଇ । ଖାଲି ଆଖିରେ ପରିଷ୍କାର ଦେଖି ହୁଏ । ଦ୍ବିତୀୟଟି ଉପଛାୟା, ଏକ ଫିକା କଳା ଛାଇ । ଯାହା ଖାଲି ଆଖିରେ ଦେଖିବା କଷ୍ଟକର । ଉପଛାୟାଟି ବଡ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର ।

ବିଜ୍ଞାନର ବ୍ୟାଖାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ । ଏଥିରୁ ପୁରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ । ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି ଉପଛାୟାରେ ପ୍ରବେଶ କରି ସେଥିରୁ ବାହାରିଯାଇଥାଏ । ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଆଖିରେ ଦେଖି ହୁଏନାହିଁ । ବୋଧହୁଏ ସେଥିପାଇଁ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ ।

ABOUT THE AUTHOR

...view details