ହାଇଦ୍ରାବାଦ: ଜୁଲାଇ ମାସଠାରୁ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆର ରିଚାର୍ଜ ପ୍ଲାନର ଦାମ ପ୍ରାୟ 25 ପ୍ରତିଶତ ବୃଦ୍ଧି କରାଯାଇଛି । ଏହାପରେ ଲୋକେ ଏବେ ସରକାରୀ ଟେଲିକମ କମ୍ପାନୀ BSNL ପ୍ଲାନ ସର୍ଚ୍ଚ କରୁଛନ୍ତି । ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ବିଏସଏନଏଲର ଶସ୍ତା ଡେଲି 1GB ପ୍ଲାନ ସମ୍ପର୍କରେ କହିବାକୁ ଯାଉଛି । ଯାହାକି ଜିଓ ତୁଳନାରେ ଅଧା ଦାମରେ ମିଳୁଛି । ଯଦି ଫାଇଦା କଥା କହିବା ତେବେ ଏହା ଜିଓ ଭଳି ସମାନ ବୈଧତା ଓ କଲିଂ ସୁବିଧା ଦେଉଛି ।
ଏଠାରେ ଆମେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL)ର 52ଦିନିଆ ରିଚାର୍ଜ ପ୍ଲାନ ସମ୍ପର୍କରେ ଆଲୋଚନା କରୁଛେ । ବିଏସଏନଏଲ ନିଜ ଗ୍ରାହକଙ୍କୁ 298 ଟଙ୍କାରେ ରିଚାର୍ଜ ପ୍ଲାନ ସହିତ କଲିଂ ଓ ଡେଟା ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନ ନିହାତି ଗ୍ରାହକଙ୍କୁ 2ମାସ ପର୍ଯ୍ୟନ୍ତ ଭ୍ୟାଲିଡିଟି ପ୍ରଦାନ କରିବ ନାହିଁ, ବରଂ ଏହା 2ମାସ ରିଚାର୍ଜ ପ୍ଲାନ ଭଳି ଏକ ଶସ୍ତା ଅପସନ ହୋଇପାରିବ । ଏଥିଲାଗି ଯଦି ଆପଣ ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଶସ୍ତା ବିକଳ୍ପକୁ ଖୋଜୁଛନ୍ତି, ତେବେ BSNL ପ୍ଲାନ ଏକ ଭଲ ଅପସନ ହୋଇପାରେ ।
52ଦିନ ପର୍ଯ୍ୟନ୍ତ ମିଳିବ Validity:-