ହାଇଦ୍ରାବାଦ:ଆପଲ ୟୁଜର୍ସଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଏଣିକି ଫ୍ରିରେ ଆପଲ ୟୁଜର୍ସ ଟିଭି ଶୋ'ର ମଜା ନେଇପାରିବେନି । ଫ୍ରି ଆପକୁ ହଟାଇଲା ଆପଲ । କିମି ନାମକ ଏକ ଆପକୁ ଆପଷ୍ଟୋରରୁ ହଟାଇଲା ଆପଲ । ଆପଷ୍ଟୋରରେ ରହିଥିବା କିମି ଆପ୍ ୟୁଜର୍ସଙ୍କୁ ଫ୍ରିରେ ଟିଭି ଶୋ ଏବଂ ସିନେମା ଦେଖିବା ପାଇଁ ଅନୁମତି ଦେଇଥିଲା । ବର୍ତ୍ତମାନ ଏଥିରେ ରୋକ ଲଗାଇଛି କମ୍ପାନୀ । iOS, iPadOS ଏବଂ macOSରୁ କିମି ଆପକୁ ହଟାଇଛି କମ୍ପାନୀ । ତେବେ କେଉଁ କାରଣ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ କୌଣସି ସବିଶେଷ ସୂଚନା ଦିଆଯାଇ ନାହିଁ ।
ତେବେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ଆପ୍ ବ୍ୟବହାରକାରୀଙ୍କୁ ଭୁଲ ତଥ୍ୟ ଦେଉଥିଲା । ମିଡ ଲିଡିଙ୍ଗ ଟ୍ୟାଗ ପାଇବା ପରେ କମ୍ପାନୀ ଆପ ଷ୍ଟୋରରୁ ଏହି ଆପକୁ ହଟାଇ ଦେଇଛି । ୨୦୨୩ ମସିହାରୁ ଆପଷ୍ଟୋରରେ ରହିଥିଲା କିମି ଆପ୍ । ତେବେ ଅନେକ ଅଭିଯୋଗ ପରେ ୫ମାସରେ ଏହାକୁ ହଟାଇଛି କମ୍ପାନୀ । ଆପ୍ ଷ୍ଟୋରରେ ଭିଜନ ଟେଷ୍ଟିଂ ଆପ୍ ଭାବେ ଉପଲବ୍ଧ ରହିଥିଲା କିମି ଆପ୍ । କିନ୍ତୁ ଏହି ଆପ୍ ଭିଜନ ଟେଷ୍ଟିଂ ରହିଥିଲା ନା ନାହିଁ ସେନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିମି ଆପକୁ ନେଇ ଆପଷ୍ଟୋରରେ ଡେସକ୍ରିପସନ ଏବଂ ସ୍କ୍ରିନସଟ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।