ଓଡିଶା

odisha

ETV Bharat / technology

ଭାରତ ରଚିଲା ଇତିହାସ; ସ୍ମାର୍ଟଫୋନ ରପ୍ତାନୀରେ 20କୋଟି ଟଙ୍କା ମୂଲ୍ୟ ପାର - INDIA SMARTPHONE EXPORT

ଭାରତ ସ୍ମାର୍ଟଫୋନ ରପ୍ତାନୀରେ ରଚିଲା ଇତିହାସ । ପ୍ରଥମ ଥର ଲାଗି ଦେଶ ମାସିକ ସ୍ମାର୍ଟଫୋନ ରପ୍ତାନୀରେ 20କୋଟି ଟଙ୍କା ପାର କରିଛି । ଅଧିକ ପଢନ୍ତୁ

Apple leads in India's Smartphone Export Market
Apple leads in India's Smartphone Export Market (Photo Credits: Apple)

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ: ଭାରତ ଚଳିତ ବର୍ଷ ନଭେମ୍ବରରେ ସ୍ମାର୍ଟଫୋନ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି । ଦେଶ ପ୍ରଥମ ଥର ଲାଗି ଗୋଟିଏ ମାସରେ 20,000 କୋଟି ଟଙ୍କାର ସଂଖ୍ୟା ପାର କରିଛି । ସ୍ମାର୍ଟଫୋନ ରପ୍ତାନୀରେ ସବୁଠୁ ଅଧିକ ବୃଦ୍ଧି ଆପଲ୍‌ ପାଇଁ ହୋଇଛି । ନଭେମ୍ବର 2024ରେ ଭାରତ 20,395 କୋଟି ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍ ରପ୍ତାନୀ କରିଛି ଯାହାକି ଗତ ବର୍ଷ ସମାନ ସମୟ ତୁଳନାରେ 92% ବୃଦ୍ଧି ପାଇଛି । ନଭେମ୍ବର 2023 ରେ ଏହି ସଂଖ୍ୟା 10,634 କୋଟି ଟଙ୍କା ଥିଲା ।

ଲିଡର ସାଜିଲେ Apple ଓ Samsung:-

ଭାରତରୁ ସ୍ମାର୍ଟଫୋନ୍ ରପ୍ତାନୀରେ ଆପଲ୍ ଆଇଫୋନ୍ ଆଗରେ ରହିଛି । ଏହାପରେ ଦକ୍ଷିଣ କୋରିଆର ଟେକ ଜାଏଣ୍ଟ ସାମସଙ୍ଗ ରହିଛି । ନଭେମ୍ବର ରପ୍ତାନୀରେ ଏହି ଦୁଇଟି କମ୍ପାନୀର ସର୍ବାଧିକ ଅଂଶ ରହିଛି । Apple ନିଜର 3 ଭେଣ୍ଡରଙ୍କ ସାହାଯ୍ୟରେ ନଭେମ୍ବରରେ 14,000 କୋଟି ଟଙ୍କା ମୂଲ୍ୟର iPhones ରପ୍ତାନୀ କରିଛି । ଅକ୍ଟୋବର 2024ରେ 12,000 କୋଟି ଟଙ୍କା ମୂଲ୍ୟର ରପ୍ତାନୀ ପରେ ଏହା ଆପଲ୍‌ର ଏଯାବତ ସବୁଠୁ ଅଧିକ ମାସିକ ରପ୍ତାନୀ ହୋଇପାରିଛି । ଆପଲ୍‌ ବ୍ୟତୀତ Samsung ଓ ଭାରତୀୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀଗୁଡ଼ିକ ମଧ୍ୟ ରପ୍ତାନୀ ବୃଦ୍ଧି କରିବାରେ ଭୂମିକା ଗ୍ରହଣ କରିଛନ୍ତି । ଆପଲ୍‌ ପରେ ସାମସଙ୍ଗର ଅଂଶଦାନ ଅଧିକ ରହିଛି ।

ସ୍ମାର୍ଟଫୋନ ମାର୍କେଟରେ PLI ଯୋଜନାକୁ ଫାଇଦା:-

ସରକାରଙ୍କ ପ୍ରଡକ୍ଟ ଲିଙ୍କ୍ ଇନିସିଏଟିଭ୍ ଅର୍ଥାତ୍ PLI ଯୋଜନାର ଲାଭ ଦେଖିବାକୁ ମିଳିଛି । ଚଳିତ ଆର୍ଥିକ ବର୍ଷ 2025ର 7 ମାସ ସୁଦ୍ଧା ଆପଲ୍ ଆଇଫୋନର ଉତ୍ପାଦନ 10 ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହା କେବଳ 7 ବିଲିୟନ ଡଲାର ରପ୍ତାନୀ ଅନ୍ତର୍ଭୁକ୍ତ କରେ । ଗତ ଆର୍ଥିକ ବର୍ଷ 2024ରେ ଆପଲ୍ ଭାରତରେ ପ୍ରାୟ 14 ବିଲିୟନ ଡଲାର ମୂଲ୍ୟର ଆଇଫୋନ ଉତ୍ପାଦନ କରିଛି । ଏଥିମଧ୍ୟରୁ ପ୍ରାୟ 10 ବିଲିୟନ ଡଲାର ମୂଲ୍ୟର ଆଇଫୋନ୍ ରପ୍ତାନୀ ହୋଇଛି ।

ଏହା ବି ପଢନ୍ତୁ
  1. Q3 2024ରେ ହ୍ରାସ ପାଇଲା ଗ୍ଲୋବାଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ
  2. ଅଟୋ ସେଲ୍‌ ନଭେମ୍ବର 2024: Marutiର ବମ୍ଫର ବିକ୍ରି; ଖସିଲା Hyundai

ତାମିଲନାଡୁ ଓ କର୍ଣ୍ଣାଟକ କାରଖାନାର ଯୋଗଦାନ:-

ଭାରତରେ ଆଇଫୋନର ଉତ୍ପାଦନ ଓ ରପ୍ତାନୀରେ ସବୁଠୁ ବଡ଼ ଯୋଗଦାନ ତାମିଲନାଡୁର Foxconn କାରଖାନାକୁ ଯାଉଛି । ଏହାପରେ କର୍ଣ୍ଣାଟକ ସ୍ଥିତ Tata Electronicsର ଫ୍ୟାକ୍ଟ୍ରି ଓ Peagatronର ମଧ୍ୟ ଭୂମିକା ରହିଛି । ଏହି 3ଟି ଭେଣ୍ଡର ମିଳିତ ଭାବରେ ଆପଲ୍‌ର ରପ୍ତାନୀ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଭାରତ ହେବ 500ବିଲିୟନ ଡଲାର ଏକ୍ସପୋର୍ଟ ମାର୍କେଟ:-

ଆର୍ଥିକ ବର୍ଷ 2030 ସୁଦ୍ଧା ସ୍ଥାନୀୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 500 ବିଲିୟନ ଡଲାର ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ ଏଥିଲାଗି ଭାରତକୁ 2030 ସୁଦ୍ଧା ଏହି କ୍ଷେତ୍ରର ଶ୍ରେଷ୍ଠ 3ଟି ବିଶ୍ବ ରପ୍ତାନୀକାରୀଙ୍କ ମଧ୍ୟରୁ ଗୋଟିଏ ହେବାକୁ ପଡ଼ିବ । ଇଣ୍ଡିଆ ସେଲ୍ୟୁଲାର୍ ଓ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଏଏ) ତଥ୍ୟ ଅନୁଯାୟୀ ମୋବାଇଲ ଫୋନ ଉତ୍ପାଦନ 2014-15 ମଧ୍ୟରେ 18,900 କୋଟିରୁ ଆର୍ଥିକ ବର୍ଷ 2024ରେ ଆନୁମାନିକ 4.10 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବାକୁ ଯାଉଛି ।

ABOUT THE AUTHOR

...view details