ଓଡିଶା

odisha

ETV Bharat / technology

ଏହି ଦେଶରେ ବ୍ୟାନ୍‌ ହେଲା ଆପଲ iPhone 16; ପର୍ଯ୍ୟଟକ ହଟହଟା

କିଛି ଦିନ ତଳେ ଆପଲ୍‌ ଏହାର ଲାଟେଷ୍ଟ ଆଇଫୋନ 16 ଲଞ୍ଚ କରିଥିଲା । ଯାହାକୁ ଏହି ଦେଶରେ ବ୍ୟାନ କରାଯାଇଛି । କାରଣ କଣ ଜାଣନ୍ତୁ

Apple iPhone 16 banned in Indonesia
Apple iPhone 16 banned in Indonesia (ETV Bharat)

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ଆପଲ୍‌ର ଲାଟେଷ୍ଟ ଆଇଫୋନ 16କୁ ନେଇ ସାରା ବିଶ୍ବରେ ବେଶ ଚର୍ଚ୍ଚା ହେଉଥିଲା । ଏହି ସ୍ମାର୍ଟଫୋନକୁ କିଣିବା ଲାଗି ଆପଲ୍‌ ଷ୍ଟୋରରେ ଅନେକ ଭିଡ଼ ଜମାଇଥିଲେ । କିନ୍ତୁ ଇଣ୍ଡୋନେସିଆ ସରକାର ଆଇଫୋନ 16କୁ ଦେଶରେ ବ୍ୟାନ୍‌ କରିଦେଇଛନ୍ତି । ଏହାର ବିକ୍ରିକୁ 'ବେଆଇନ' ବୋଲି ମଧ୍ୟ କହିଛନ୍ତି । ଏ ନେଇ ଇଣ୍ଡୋନେସିଆ ଶିଳ୍ପ ମନ୍ତ୍ରୀ ଅଗସ ଗୁମିୱାଙ୍ଗ ଘୋଷଣା କରିଛନ୍ତି । ଦେଶରେ ଯେକୌଣସି ବ୍ୟକ୍ତି ହାତରେ ଆଇଫୋନ 16 ଦେଖିବାକୁ ମିଳିଲେ ଏହାକୁ ବେଆଇନ ବୋଲି ଧରାଯିବ ଓ ଦଣ୍ଡ ଦିଆଯିବ ।

ଇଣ୍ଡୋନେସିଆ ଶିଳ୍ପ ମନ୍ତ୍ରୀଙ୍କ କହିବାନୁସାରେ ଇଣ୍ଡୋନେସିଆରେ ବିକ୍ରି ପାଇଁ ଆଇଫୋନ 16ର ଅନ୍ତର୍ଜାତୀୟ ମୋବାଇଲ୍ ଉପକରଣ ପରିଚୟ (IMEI) ସାର୍ଟିଫିକେଟ ନାହିଁ । ଆପଲ୍ ଆଶା କରାଯାଉଥିବା ବିନିଯୋଗ ଆବଶ୍ୟକତା ପୂରଣ କରିନାହିଁ । ଇଣ୍ଡୋନେସିଆର ଅନେକ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଯେପରିକି Tokopedia, Blibli, Lazada ଆଇଫୋନ୍ 16 ତାଲିକାଭୁକ୍ତ କରିନାହାଁନ୍ତି । ହେଲେ ଏହାର ଆନୁଷଙ୍ଗିକ ସାମଗ୍ରୀ ଏହି ପ୍ଲାଟଫର୍ମରେ ଉପଲବ୍ଧ, କିନ୍ତୁ ଫୋନ ନୁହେଁ । ଏପରିକି ଆପଲ୍‌ର ଅଫିସିଆଲ ଇଣ୍ଡୋନେସିଆର ୱେବସାଇଟ୍ ଆଇଫୋନ୍ 16 କିମ୍ବା ଏହାର ନୂତନ ମଡେଲଗୁଡିକ ବିକ୍ରି କରୁନାହିଁ ।

iPhone 16 ବ୍ୟାନ ହେବାର କାରଣ ?

ଆପଲ ଦ୍ବାରା ଇଣ୍ଡୋନେସିଆରେ କରାଯାଇଥିବା ନିବେଶରେ ବିବାଦ ଯୋଗୁଁ ଆଇଫୋନ 16 ବିକ୍ରି ଉପରେ ରୋକ ଲଗାଯାଇଛି । ଆପଲ ପ୍ରତିଶ୍ରୁତି ଦେଇଥିଲା ଯେ, 1.71 ଟ୍ରିଲିୟନ୍ ରୁପିଆ ($ 109 ନିୟୁତ) ର 1.48 ଟ୍ରିଲିୟନ୍ ରୁପିଆ ($ 95 ନିୟୁତ) ବିନିଯୋଗ କରିଛି । ଯାହା ଦ୍ବାରା 230 ବିଲିୟନ ରୁପିଆ (14.75 ମିଲିୟନ ଡଲାର) ରହିଛି । ଶିଳ୍ପ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କିଛି ସର୍ତ୍ତ ପୂରଣ ହୋଇ ନ ଥିବାରୁ ଶିଳ୍ପ ମନ୍ତ୍ରଣାଳୟ ଆଇଫୋନ 16 ବିକ୍ରି ପାଇଁ ଅନୁମତି ଦେଇନାହିଁ । ଏହି ମାସର ଆରମ୍ଭରେ ମନ୍ତ୍ରୀ କହିଥିଲେ ଯେ, TKDN (ଘରୋଇ ଉପାଦାନ ସ୍ତର)ର ସମ୍ପ୍ରସାରଣ ଯୋଗୁଁ ବର୍ତ୍ତମାନ ଇଣ୍ଡୋନେସିଆରେ ଆପଲର ଆଇଫୋନ୍ 16 ବିକ୍ରି ହୋଇପାରିବ ନାହିଁ ।

ଏହା ବି ପଢନ୍ତୁ
  1. ପାକିସ୍ତାନରେ ସବୁଠୁ ମହଙ୍ଗା iPhone 16 ସିରିଜ; ଜାଣନ୍ତୁ ଭାରତ ତୁଳନାରେ କେଉଁ ଦେଶରେ ଶସ୍ତା
  2. ଭାରତରେ iPhone 16ସିରିଜ ସେଲ୍‌ ଆରମ୍ଭ; ଷ୍ଟୋର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼ - iPhone 16 sale in India
  3. ମାତ୍ର 10ମିନିଟରେ ଘର ପହଞ୍ଚିବ iPhone 16; ଡେଲିଭରି ସେବା ଆରମ୍ଭ କଲା ଏହି ଆପ୍‌

ଇଣ୍ଡୋନେସିଆରେ କଣ ରହିଛି ନିୟମ ?

TKDN ପ୍ରମାଣ ଲାଗି ଇଣ୍ଡୋନେସିଆରେ ବିକ୍ରି ହେଉଥିବା ପ୍ରଡକ୍ଟଗୁଡ଼ିକରେ 40 ପ୍ରତିଶତ ସ୍ଥାନୀୟ ସାମଗ୍ରୀ ବ୍ୟବହାର ହେବା ଦରକାର । ଯେଉଁ ପ୍ରଡକ୍ଟ ଏହି ନିୟମକୁ ସଠିକ ଭାବେ ଅନୁସରଣ କରେ, ଏହାପରେ ହିଁ ଉକ୍ତ ପ୍ରଡକ୍ଟଟି ଦେଶରେ ବିକ୍ରି ହେବାକୁ ସକ୍ଷମ ।

ବ୍ୟାନ ପରେ କାହିଁକି ଆଶ୍ଚର୍ଯ୍ୟଚକିତ ଆପଲ୍‌ ?

ଆପଲ୍ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଖବର ହୋଇପାରେ । କାରଣ ଯେତେବେଳେ ଟିମ୍ କୁକ୍ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ, ସେତେବେଳେ ଏହି ଆଲୋଚନା ଅତ୍ୟନ୍ତ ସକରାତ୍ମକ ଥିଲା । ବର୍ତ୍ତମାନ ଏପରି ହଠାତ୍ ନିଷ୍ପତ୍ତି କମ୍ପାନୀକୁ ଆଶ୍ଚର୍ଯ୍ୟ କରିପାରେ । ବୈଠକ ପରେ କୁକ୍ ଇଣ୍ଡୋନେସିଆରେ ଏକ ଉତ୍ପାଦନ କାରଖାନା ସ୍ଥାପନ ବିଷୟରେ ମଧ୍ୟ କହିଥିଲେ ।

iPhone 16 କେବେ ହୋଇଥିଲା ଲଞ୍ଚ ?

ବିଶ୍ବ ସ୍ତରରେ ଚଳିତ ବର୍ଷ ସେପ୍ଟେମ୍ବରରେ ଆପଲ୍‌ ଆଇଫୋନ-16 ଲଞ୍ଚ କରିଥିଲା । ସେପ୍ଟେମ୍ବର 20 ତାରିଖରେ ଭାରତରେ ଆଇଫୋନ 16 ସିରିଜର ସେଲ ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details