ETV Bharat / state

ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ - LINGARAJ TEMPLE RITUALS DISRUPTED

ସେବାୟତଙ୍କ ମଧ୍ଯରେ ବିବାଦକୁ ନେଇ ପବିତ୍ର ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ।

lingaraj temple
lingaraj temple (ETV BHARAT ODISHA)
author img

By ETV Bharat Odisha Team

Published : Jan 14, 2025, 10:17 AM IST

ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟତଙ୍କ ବିବାଦକୁ ନେଇ ନୀତିକାନ୍ତି ବନ୍ଦ । ଗତକାଲି ରାତି ୮ ଟାରୁ ବିବାଦକୁ ନେଇ ଆଜି ସକାଳୁ ମକର ନୀତି ହୋଇପାରିନାହିଁ । ସନ୍ଧ୍ୟା ଧୂପ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି ଲିଙ୍ଗରାଜ ମହାପ୍ରଭୁ।

ବଡୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଲିଙ୍ଗରାଜଙ୍କ ମକର ନୀତି ବନ୍ଦ:

ସେବାୟତ ରାଜକିଶୋର ମହାପାତ୍ରଙ୍କ କହିବା ଅନୁସାରେ, '' ଗତକାଲିର ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହୋଇଥିଲେ । ପରେ ମହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ ଏବଂ ଆଜି ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । ହେଲେ ଆଜି ପୁନର୍ବାର ବଡୁ ସେବାୟତ ଏକାକୀ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଏହାକୁ ନେଇ ବିବାଦ ଉପୁଜିଥିଲା । ପୂଜା ପଣ୍ଡା ନିଯୋଗ ଏହାକୁ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ। ଯେଉଁଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି। ''

ଏହା ମଧ୍ୟ ପଢନ୍ତୁ-ଛୁଆ ପାଇଁ ଗୁଆ ଖୋଜା; ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି ଶ୍ରଦ୍ଧାଳୁ - MAKAR SANKRANTI 2025

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ମକର ସଂକ୍ରାନ୍ତି; ଜାଣନ୍ତୁ କଣ ରହିଛି ପୂଜାବିଧି, କାହିଁକି ହୁଏ ମକର ଚାଉଳ ଭୋଗ ? - MAKAR SANKRANTI 2025

ପୂଜା ପାମ୍ପଡା ନିଯୋଗ ପ୍ରତିବାଦ କରିବ:

ସେ ଆହୁରି ମଧ୍ୟ କହିଛନ୍ତି, '' ବଡୁ ସେବାୟତଙ୍କ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରି ଆମ ମାନଙ୍କୁ ଠାକୁରଙ୍କ ନୀତି କରିବାକୁ ଦେଉନାହାନ୍ତି। ଆଉ ନିଜେ ଭକ୍ତଙ୍କୁ ଲୁଟି ଭେଟ ଆକାରରେ ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ପୂଜା ପାମ୍ପଡା ନିଯୋଗ ଏକାଠି ହୋଇ ସିଂହଦ୍ବାରରେ ଏହାର ମିଳିତ ପ୍ରତିବାଦ କରିବ। ଆଉ ନିଜ ହକ ପାଇଁ ସର୍ବସାଧାରଣ ଦର୍ଶନକୁ ବନ୍ଦ କରାଯିବ, ଯାହାଦ୍ୱାରା ପ୍ରଶାସନ ର ନିଦ ଭାଙ୍ଗିବ ଆଉ ଠାକୁରଙ୍କ ନୀତି ସ୍ୱାଭାବିକ ହୋଇପାରିବ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.