ହାଇଦ୍ରାବାଦ: ଭାରତରେ କ୍ବିକ୍ କମର୍ସ ସେବାକୁ ଅଧିକ ଲୋକପ୍ରିୟତା ମିଳିଛି । ଏହି ସେକ୍ଟରର ମଧ୍ୟ ଦ୍ରୁତ ଗତିରେ ଅଭିବୃଦ୍ଧି ଘଟୁଛି । ଏବେ ମାର୍କେଟର ମୋଟ ମୂଲ୍ୟ 57,701 କୋଟି ଟଙ୍କା ରହିଛି । ଭାରତରେ ସ୍ବିଗି ଇନଷ୍ଟାମାର୍ଟ, ବ୍ଲିଙ୍କଇଟ୍, ଜେପ୍ଟୋ ପରି କମ୍ପାନୀ ଏକ ପ୍ରମୁଖତା ବଜାୟ ରଖିଛନ୍ତି । ସେମାନଙ୍କ ଟକ୍କର ଦେବାକୁ ଏହି ମାର୍କେଟରେ ପ୍ରବେଶ କରିବାକୁ ଯାଇଛି ଇ-କମର୍ସ ପ୍ଲାଟଫର୍ମ 'ଆମାଜନ'ର କ୍ବିକ୍ କମର୍ସ ସର୍ଭିସ ତେଜ୍ (Tez) । 2025 ନୂଆବର୍ଷରୁ ଏହି ସେବା ଆମାଜନ ଆରମ୍ଭ କରିବାକୁ ଯାଉଛି ।
କେବେ ହେବ ଲଞ୍ଚ୍ ?
ଏକ ରିପୋର୍ଟ ଅନୁସାରେ, ଆମାଜନର ତେଜ୍ ସେବାର ଲଞ୍ଚ ତାରିଖ ଆସନ୍ତା ମାସରେ ଫାଇନାଲ ହେବ । କମ୍ପାନୀ ଡିସେମ୍ବର ମାସରେ ଏ ନେଇ ଏକ ସମୀକ୍ଷା ବୈଠକ ଡାକିଛି । ସେହିଦିନ ତେଜ୍ର ଲଞ୍ଚ ତାରିଖ ଉପରେ ମୋହର ବାଜିବ । ଏଠାରେ କହିରଖୁଛୁ କି, ଡିସେମ୍ବର 9ରୁ 10 ତାରିଖ 2ଦିନ ଧରି ଆମାଜନର ବାର୍ଷିକ କାର୍ଯ୍ୟକ୍ରମ 'ସମ୍ଭବ' ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ତେଜ୍ ସମ୍ପର୍କରେ କମ୍ପାନୀ ଖୁଲାସା କରିବ । ବିଶେଷ ସୂତ୍ର ଅନୁସାରେ କମ୍ପାନୀ ଲାଗି ଆମାଜନ କର୍ମଚାରୀଙ୍କୁ ଭର୍ତ୍ତି କରୁଛି ।