ହାଇଦ୍ରାବାଦ:ଦକ୍ଷିଣ କୋରିଆ କାର ନିର୍ମାତା କମ୍ପାନୀ କିଆ ଏହାର ସେଲଟସ୍କୁ ଅପଡେଟ କରି ନୂଆ 3ଟି ଭାରିଏଣ୍ଟ HTE (O), HTK (O) ଓ HTK+ (O) ସହ 2025 Kia Seltos ଲଞ୍ଚ କରିଛି । ଏହି ନୂଆ ଭାରିଏଣ୍ଟ ସହ ବଜାରରେ ଏବେ କିଆ ସେଲଟସ୍ର ବିଭିନ୍ନ କନଫିଗିରେସନରେ 24ଟି ଟ୍ରିମ ଉପଲବ୍ଧ ହୋଇଛି । HTE(O) ଭାରିଏଣ୍ଟ ସହ ଏହାର ପ୍ରାରମ୍ଭିକ ଏକ୍ସଶୋରୁମ ମୂଲ୍ୟ 11.13 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ 20.50 ଲକ୍ଷ ଟଙ୍କା (ଟପ୍ ମଡେଲ୍ X-Line) ପର୍ଯ୍ୟନ୍ତ ରହିଛି ।
ନୂଆ ଭାରିଏଣ୍ଟ ସହ ଲଞ୍ଚ ହେଲା 2025 Kia Seltos; ଦାମ ₹11.13 ଲକ୍ଷରୁ ଆରମ୍ଭ - 2025 KIA SELTOS LAUNCHED
ଭାରତୀୟ ବଜାରରେ କିଆ ଲଞ୍ଚ କଲା 2025 କିଆ ସେଲଟସ୍ । ଏହାର ଦାମ 11.13 ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଅଧିକ ପଢନ୍ତୁ
Published : Feb 21, 2025, 5:19 PM IST
ନୂଆ 3 ଭାରିଏଣ୍ଟ ପ୍ରିମିୟମ ଫିଚରଗୁଡ଼ିକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇଛି । ଏହାସହ ଏହି ଏସୟୁଭିକୁ 24ଟି ଟ୍ରିମ ଅପସନରେ ମଧ୍ୟ ବଜାରରେ ଉପଲବ୍ଧ କରାଇଛି । ଏହା 3ଟି 1.5 ଲିଟର ଇଞ୍ଜିନ ଅପସନ ସହ ଆସିଛି । ତନ୍ମଧ୍ୟରୁ ପ୍ରଥମ ପେଟ୍ରୋଲ ଇଞ୍ଜିନ 113.4ବିଏଚପି ଶକ୍ତି ଓ 144ଏନଏମ ଟର୍କ ଉତ୍ପାଦନ କରିଥାଏ । ଏହା 6-ସ୍ପିଡ୍ ମାନୁଆଲ୍ ଓ 7 ଷ୍ଟେପ୍ ସିଭିଟି ସହ ଆସିଛି । ସେହିପରି ଦ୍ବିତୀୟ ଟର୍ବୋ-ପେଟ୍ରୋଲ ଇଞ୍ଜିନ 157.8ବିଏଚପି ଶକ୍ତି ଓ 253Nm ଟର୍କ ଉତ୍ପାଦନ କରେ । ତୃତୀୟ ଡିଜେଲ ୟୁନିଟ୍ 114ବିଏଚପି ଶକ୍ତି ଓ 250nm ଟର୍କ ଉତ୍ପାଦନ କରେ । ତେବେ ନୂଆ ଭାରିଏଣ୍ଟର ଫିଚର ସମ୍ପର୍କରେ ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।
2025 Kia Seltos: ନୂଆ ଭାରିଏଣ୍ଟ ଓ ଫିଚର
- HTE (O): ଷ୍ଟାଣ୍ଡାର୍ଡ ସେଲଟସ୍ HTE (O) ଭାରିଏଣ୍ଟ ଡିଜେଲ ଏବଂ ପେଟ୍ରୋଲ୍ ଇଞ୍ଜିନ୍ ବିକଳ୍ପ ସହିତ ଉପଲବ୍ଧ । ଏହାର ଏକ୍ସଶୋରୁମ ମୂଲ୍ୟ 11.13 ଲକ୍ଷ ଟଙ୍କା ରହିଛି । ଫିଚର ଅନୁଯାୟୀ ନୂତନ ଏଣ୍ଟ୍ରି-ଲେଭଲ୍ ମଡେଲ୍ ବ୍ଲୁଟୁଥ୍ କନେକ୍ଟିଭିଟି, ଷ୍ଟିଅରିଂ-ମାଉଣ୍ଟ୍ ଅଡିଓ କଣ୍ଟ୍ରୋଲ୍, 6-ସ୍ପିକର ଅଡିଓ ସିଷ୍ଟମ୍ ଏବଂ ରିଅର ଭ୍ୟୁ ମିରର୍ ସହିତ 8-ଇଞ୍ଚ୍ ଟଚ୍ସ୍କ୍ରିନ୍ ପ୍ରଦାନ କରେ । ଏହାସହ ସମସ୍ତ ଡୋର୍ରେ ଆଲୋକିତ ପାୱାର ୱିଣ୍ଡୋ ସହିତ ସୁସଜ୍ଜିତ ହୋଇଛି ଯାହା ସୁବିଧା ଏବଂ ପ୍ରିମିୟମ ଅନୁଭବ ପ୍ରଦାନ କରେ । ଏହି ଭାରିଏଣ୍ଟ କାର ବାହାରେ କନେକ୍ଟେଡ୍ ଟେଲ୍ ଲ୍ୟାମ୍ପ୍, ଏଲଇଡି DRLs / PSTN ଲ୍ୟାମ୍ପ୍, ପଛ ଏଲଇଡି ଲ୍ୟାମ୍ପ୍ ଏବଂ ଅଟୋ ହେଡଲ୍ୟାମ୍ପ୍ କଣ୍ଟ୍ରୋଲ୍ ରହିଛି ।
- HTK (O):ସମାନ ଭାବରେ ଏଣ୍ଟ୍ରି-ଲେଭଲ ମଡେଲ୍ HTK (O) ଭାରିଏଣ୍ଟରେ ଉଭୟ ନ୍ୟାଚୁରାଲି ଆସ୍ପିରେଟେଡ୍ ଓ ଡିଜେଲ ଇଞ୍ଜିନ ବିକଳ୍ପ ଦିଆଯାଇଛି । ଏହା HTK ଓ HTK Plus (O) ଟ୍ରିମ ମଝିରେ ଆସିଥାଏ । ଏହାର ପ୍ରାରମ୍ଭିକ ଏକ୍ସଶୋରୁମ ମୂଲ୍ୟ 12.99 ଲଙ୍କା । ଏଥିରେ HTK ଟ୍ରିମ ଅପେକ୍ଷା ଅଧିକ ଅତ୍ୟାଧୁନିକ ଫିଚର ରହିଛି ଯେଉଁଥିରେ 16 ଇଞ୍ଚର ଆଲଏ ହ୍ବିଲ୍, ସମସ୍ତ ଡୋର୍ରେ ଆଲୋକିତ ପାୱାର ୱିଣ୍ଡୋ, ପେନାରୋମିକ୍ ସନରୁଫ୍ ସାମିଲ । ଅନ୍ୟ ମୁଖ୍ୟ ଫିଚର ମଧ୍ୟରେ ରିଅର ୱାଇପର୍, ୱାସର୍, ଡିଫଗର୍ ଏବଂ କ୍ରୁଜ କଣ୍ଟ୍ରୋଲ ରହିଛି ।
- HTK+ (O): ଏହି ଭାରିଏଣ୍ଟ HTK (O) ଓ HTX ଟ୍ରିମ ମଧ୍ୟରେ ଆସୁଛି । ଏହା ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ବିକଳ୍ପ ସହ ଆସିଥିବାବେଳେ ଏହାର ପ୍ରାରମ୍ଭିକ ଏକ୍ସଶୋରୁମ ମୂଲ୍ୟ 14.39 ଲକ୍ଷ ଟଙ୍କା ରହିଛି । ଏହି ମଡେଲରେ ସିକ୍ବେନ୍ସିଆଲ୍ ଟର୍ଣ୍ଣ ଇଣ୍ଡିକେଟର୍, 17 ଇଞ୍ଚ ଆଲଏ, LED ଫଗ୍ ଲ୍ୟାମ୍ପ୍ ମିଳୁଛି । ଅନ୍ୟ ମୁଖ୍ୟ ଫିଚର ଭାବେ ଆମ୍ବିଏଣ୍ଟ ଲାଇଟିଂ, ଅଟୋ-ଫୋଲ୍ଡିଂ ORVM, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ରହିଛି ।