ଓଡିଶା

odisha

ETV Bharat / state

ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ - Help To Needy Man

Paralyzed Youth Need Aid: ପିଲାଟି ଦିନରୁ ମା ବାପା ଛେଉଣ୍ଡ ନିବ୍ରତଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା। ମାତ୍ର ଦୁର୍ଘଟଣା ପରେ ତାଙ୍କର ଆର୍ଥିକ ସ୍ଥିତି ପରିବାର ପାଇଁ ବୋଝ ଉପରେ ନଳିତା ବିଡା ହୋଇପଡିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 13, 2024, 6:07 PM IST

ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ
ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ

ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ

ନିମାପଡା: କଥାରେ ଅଛି ଦଇବ ଦଉଡି ମଣିଷ ଗାଇ, ଯେଣିକି ଟାଣଇ ସେଣିକି ଯାଇ । ଦିନ ଥିଲା ନିବ୍ରତଙ୍କ ଜୀବନରେ କିଛି ଅଭାବ ନଥିଲା । ମନଲାଖି ଚାକିରି, ମନ ବୁଝି ପାରୁଥିବା ସ୍ତ୍ରୀ ଆଉ ଛୋଟ ପୁଅକୁ ନେଇ ନିଜର ସଂସାରକୁ ବେଶ ହସଖୁସିରେ କାଟୁଥିଲେ ନିବ୍ରତ । ମାତ୍ର ସମୟର କାଳ ଭଉଁରୀରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ପରିବାରର ଏକମାତ୍ର ରୋଜଗାରକ୍ଷମ ନିବ୍ରତ ଏକ ସଡକ ଦୁର୍ଘଟଣାରେ ହୋଇଯାଇଥିଲେ ଶଯ୍ୟାଶାୟୀ ।

ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ନୟାହାଟ ଦେସ୍ଥଳୀ ପିଣ୍ଡୋଳ ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ନିବ୍ରତ ବିଶ୍ବାଳ ପିଲାଟି ଦିନରୁ ଅନାଥ ହୋଇଯାଇଥିଲେ । ସାହିପଡିଶାଙ୍କ ଦୟା ଓ ସ୍ନେହରୁ ବଡ ହୋଇ ନିଜ ଗୋଡରେ ନିଜେ ଛିଡା ହୋଇଥିଲେ ନିବ୍ରତ । ଏକ ସଫ୍ଟୱେର କମ୍ପାନୀରେ ଆକାଉଣ୍ଟାଣ୍ଟ ଚାକିରି କରି ସେ ନିଜ ପସନ୍ଦର ଝିଅ ସହିତ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ । କୋରନା ସମୟରେ ଘରେ ବସି ଅନଲାଇନ କାମ କରି ଦୁଇ ପଇସା ରୋଜଗାର କରୁଥିଲେ ନିବ୍ରତ । ଭଲ ରୋଜଗାର କରିବା, ଭଲ ଘର ଖଣ୍ଡେ କରିବା, ପୁଅଟିକୁ ପାଠ ପଢେଇବା, ଏଭଳି ଅନେକ ସ୍ବପ୍ନ ଥିଲା ଦମ୍ପତିଙ୍କର, କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା ।

ଏହା ମଧ୍ୟ ପଢନ୍ତୁ ...ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ

ଦିନେ ସାଇକେଲରେ ଆସୁଥିବା ସମୟରେ ନିବ୍ରତ ଦୁର୍ଘଟଣା ହୋଇଥିଲେ । ଯାହା ଫଳରେ ତାଙ୍କ ସ୍ପାଇନାଲ କର୍ଡରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ତାଙ୍କ ଶରୀର ପାରାଲିସିସ୍ ହୋଇପଡିଥିଲା । ବିଭିନ୍ନ ଡାକ୍ତରଙ୍କୁ ଦେଖାଇବା ସତ୍ତ୍ବେ ସେ ୫ବର୍ଷ ହେବ ଶଯ୍ୟାଶାୟୀ ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଫିଜିଓଥେରାପି ପାଇଁ ମାସକୁ ୧୨-୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଯାଏଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ଖାଇବାକୁ ମୁଠେ ଦାନା ନଥିବା ବେଳେ ସାହି ପଡିଶା ଓ ସାଙ୍ଗସାଥୀଙ୍କ ସହାୟତାରେ ଚଳୁଛନ୍ତି ନିବ୍ରତ ଓ ତାଙ୍କ ପରିବାର ।

କେତେ ମନ୍ଦିରରେ ଦୀପ ଜାଳି, ନିବ୍ରତଙ୍କ ପାଇଁ ଆଶୁ ଆରୋଗ୍ୟ ମନାସୁଛନ୍ତି ପତ୍ନୀ ବନ୍ଦନା । ଶେଜ ଉପରେ ପଡିଥିବା ନିବ୍ରତଙ୍କ ସେବା ଶୁଶ୍ରୁଷାରେ ନିଜକୁ ସମର୍ପି ଦେଉଛନ୍ତି ବନ୍ଦନା । ସାହି ପଡିଶା ମଧ୍ୟ ବନ୍ଦନାଙ୍କ ତ୍ୟାଗ ଓ ଧୈର୍ଯ୍ୟ ପାଇଁ ଆଖିରୁ ବୁହାଉଛନ୍ତି ଲୁହ । ତେବେ ପତ୍ନୀ ବନ୍ଦନାଙ୍କ ସମେତ ସାଙ୍ଗସାଥୀ, ପଡୋଶୀ ମାନେ ମଧ୍ୟ ସରକାର ଓ ପ୍ରଶାସନଙ୍କୁ ଗୁହାରି କରିଛନ୍ତି ଆର୍ଥିକ ସହାୟତା ପାଇଁ । ଏହାସହ କୌଣସି ଏନଜିଓ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ନିବ୍ରତଙ୍କୁ ସାହାଯ୍ୟ କରନ୍ତି ତାହେଲେ ନିବ୍ରତଙ୍କ ଚିକିତ୍ସା ହୋଇପାରନ୍ତା ଆଉ ନିବ୍ରତ ପୁନଃବାର ସକ୍ଷମ ହୋଇପାରନ୍ତେ ଏଭଳି ଅନୁରୋଧ ପରିବାରବର୍ଗ କରିଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details