ଭୁବନେଶ୍ବର:ଦଶହରାରେ ଖେଳିଗଲା ଦୁଃଖର କଳା ବାଦଲ । ପ୍ରେମ ପାଇଁ ଯୁବକ ଜଣଙ୍କ ଜୀବନ ହାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର । ଖାରବେଳନଗର ଥାନା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଯୁବ ଇଞ୍ଜିନିୟର ଜଣକ ପ୍ରେମ ପାଇଁ ଜୀବନ ହାରିଥିବା କୁହାଯାଉଛି ।
ସୂଚନା ଅନୁସାରେ, ଖାରବେଳନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ରୁହନ୍ତି ନବ କୁମାର ଜେନା । ତାଙ୍କର ସାନ ପୁଅ ରୋନିତ ଜେନା ଗତ 12 ତାରିଖରେ ଜୀବନ ହାରିଛନ୍ତି । ଫଳରେ ଘରେ ଓ ପୁରା ଆପାର୍ଟମେଣ୍ଟରେ ଦୁଃଖର କଳା ବାଦଲ ଛାଇଯାଇଛି । ଦଶହରା ଅବସରରେ ଯେଉଁଠି ହସଖୁସିର ମାହୋଲ ହେବା କଥା ସସେହି ସମୟରେ ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବେଶ । କାରଣ ନବରାତ୍ରରେ ମା'ଙ୍କ ଦର୍ଶନ କରାଇବା ପାଇଁ ନବମୀ ଦିନ ନିଜ ମା'ଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱର ବିଭିନ୍ନ ମଣ୍ଡପ ବୁଲାଇଥିଲେ ରୋନିତ । ଆଉ ଆସିବା ପରେ ବିଳମ୍ବିତ ରାତିରେ ସେ ଜାବନ ହାରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପରିବାର।
ରୋନିତଙ୍କ ବାପାଙ୍କ ପ୍ରତିକ୍ରିୟା:
ରୋନିତଙ୍କ ବାପା କହିଛନ୍ତି, "ପାର୍ବଣରେ ପୂଜା ପାଇଁ ସେ ବ୍ରହ୍ମପୁରରୁ ଦିନ ୫ଟାରେ ଆସି ଘରେ ପହଞ୍ଚିଥିଲା । ଖାଇ ପିଇ ମା'ଙ୍କୁ ନେଇ ମେଢ ଦେଖିବାକୁ ଗଲା। ରାତିରେ ସମସ୍ତେ ଶୋଇଲେ । ଆଉ ସକାଳ 6ଟା ଗାଡ଼ି ପାଖରେ ମୃତଦେହ ପଡିଥିବା ଦେଖି ସମସ୍ତେ ଡାକିଲେ । ଆମେ ଦେଖିଲା ବେଳକୁ ପୁଅର ମୃତ୍ୟୁ ହୋଇଛି। ପରେ ତା' ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଲୁ ସେ କାହାକୁ ଭଲ ପାଉଥିଲା। କଲେଜର ତୃତୀୟ ବର୍ଷର ଜଣେ ଛାତ୍ରୀ ବୋଲି ରୋନିତର ସାଙ୍ଗ ମାନେ କହିଛନ୍ତି । ମୋତେ ପୂର୍ବରୁ କିଛି ଟଙ୍କା ମଧ୍ୟ ମାଗିଥିଲା, ମୁଁ ପରେ ଜାଣିବାକୁ ପାଇଲି ଯେ ତା'ର ବ୍ରେକଅପ୍ ହୋଇଛି। ଟଙ୍କା ଧାର ଉଧାର ଯୋଗୁ ସେ ଡରିକି ଏପରି ପଦକ୍ଷେପ ନେଇଥାଇପାରେ, ହେଲେ ବିଷୟରେ ପରିବାର ଲୋକଙ୍କୁ ଜଣାଇ ନାହିଁ।" ଆସନ୍ତା ନଭେମ୍ବର ୯ରେ ରୋନିତଙ୍କୁ ୨୪ବର୍ଷ ପୂରିଥାନ୍ତା ବୋଲି କହିଛନ୍ତି ତାଙ୍କ ମା'। ଏପରିକି ଏକ ଘରୋଇ କମ୍ପାନୀରେ ମଧ୍ୟ ତାଙ୍କର ଚାକିରି ହୋଇଥିବା ପରିବାରଲୋକେ କହିଛନ୍ତି।
ପ୍ରେମିକା ପାଇଁ ଉପହାର ପଠାଇଥିଲେ: