ଓଡିଶା

odisha

ETV Bharat / state

ରତ୍ନ ପଥର ସଂଗ୍ରହ ହେଲା କାଳ, ପଥର ତଳେ ଗଲା ଜୀବନ - Youth died in boud - YOUTH DIED IN BOUD

Youth Died During Collecting Of Gemstones : ମରଣଜନ୍ତା ପାଲଟିଛି ମହାନଦୀର ଶଯ୍ୟାର ରତ୍ନ ପଥର ଖଣି । ରତ୍ନ ପଥର ସଂଗ୍ରହ ବେଳେ ପଥର ତଳେ ଚାପି ହୋଇ ଜଣେ ମୃତ । ଅଧିକ ପଢନ୍ତୁ

ରତ୍ନ ପଥର ସଂଗ୍ରହ ହେଲା କାଳ, ପଥର ତଳେ ଗଲା ଜୀବନ
ରତ୍ନ ପଥର ସଂଗ୍ରହ ହେଲା କାଳ, ପଥର ତଳେ ଗଲା ଜୀବନ

By ETV Bharat Odisha Team

Published : Mar 30, 2024, 6:07 PM IST

ରତ୍ନ ପଥର ସଂଗ୍ରହ ହେଲା କାଳ, ପଥର ତଳେ ଗଲା ଜୀବନ

ବୌଦ୍ଧ:ରତ୍ନ ପଥର ସଂଗ୍ରହ ବେଳେ ଅଘଟଣ । ରତ୍ନ ପଥର ସଂଗ୍ରହ ବେଳେ ପଥର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମହାନଦୀ ତଟରେ । ଦୀର୍ଘ ବର୍ଷ ହେଲା ମହାନଦୀରୁ ବେଆଇନ ଭାବେ ରତ୍ନ ପଥର ସଂଗ୍ରହ ହେଉଥିବା ବେଳେ ବିଭିନ୍ନ ସମୟରେ ଏଭଳି ରତ୍ନ ପଥରକୁ ନେଇ ଅପରାଧୀକ ଘଟଣା ଘଟୁଥିବା ନଜିର ରହିଛି ।ସେପଟେ ଘଟଣା ସ୍ଥଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ସୂଚନାଯୋଗ୍ୟ, ଗତକାଲି(ଶୁକ୍ରବାର) ଦିନ ବୌଦ୍ଧ ଜିଲ୍ଲା ମର୍ଜାକୁଦ ମହାନଦୀ ଦ୍ବୀପାଞ୍ଚଳର ଅପରପାର୍ଶ୍ବରେ ଥିବା କୁଲାରୀକୁଦ ନିକଟରେ ରତ୍ନ ପଥର ସଂଗ୍ରହ ଚାଲିଥିଲା । ଏହି ସମୟରେ ହଠାତ୍ ଉକ୍ତ ଖାଦାନରେ ଏକ ପଥର ଜଣେ ଶ୍ରମିକଙ୍କ ଉପରେ ଚାପି ହୋଇ ଯାଇଥିଲା । ଅନୁଗୁଳ ଜିଲ୍ଲା ବରଡାକଟା ଗ୍ରାମର ଜଣେ ଶ୍ରମିକ ପଥର ତଳେ ଚାପି ହୋଇ ଯାଇଥିବା ବେଳେ ଅନ୍ୟ ସହଯୋଗୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଘଟଣା ସମ୍ପର୍କରେ ବିଳମ୍ବରେ ସୂଚନା ମିଳିବା ପରେ ଆଜି (ଶନିବାର) ସକାଳୁ ବୌଦ୍ଧ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ଜଗତୀ ନିକଟରୁ କରଡ଼ି ପର୍ଯ୍ୟନ୍ତ ନଦୀ ଶଯ୍ୟାରୁ ବିଗତ ଚାଳିଶ ବର୍ଷ ହେଲା ବିଭିନ୍ନ ରତ୍ନ ପଥର ମିଳିଆସୁଛି । ଏଠାରେ ବିଗତ ଚାଳିଶ ବର୍ଷ ହେଲା ହଜାର ହଜାର କୋଟି ଟଙ୍କାର ହୀରା,ନୀଳା,ମାଣିକ ଭଳି ବିଭିନ୍ନ ରତ୍ନ ପଥର ସଂଗ୍ରହ କାର୍ଯ୍ୟରେ ଅନେକ ପରିବାର ତଥା ବ୍ୟବସାୟୀ ସମ୍ପୃକ୍ତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ସୀମା ଟପୁଛନ୍ତି ଅପରାଧି, ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ମହିଳା ଗୁରୁତର - Miscreants Attacks Women

ତେବେ ଗତ କିଛି ଦିନ ପୂର୍ବରୁ ମହାନଦୀର ବେଲାଦୁଲା ଘାଟ ନିକଟରୁ ଏକ ଦୁର୍ମୂଲ୍ୟ ହୀରା ପଥର ପାଞ୍ଚ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟରେ ବିକ୍ରି ହୋଇଥିଲା । ସେହିପରି ବଙ୍କାପଡା ନିକଟରେ ରତ୍ନ ପଥର ସଂଗ୍ରହ ବେଳେ ପଥର ସନ୍ଧିରୁ ହଠାତ୍ ଶ୍ରମିକ ମାନେ ବାହାରିଲା ପରେ ଉକ୍ତ ଖାଦାନରେ ପଥର ଚାପି ହୋଇ ଯାଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ରତ୍ନ ପଥର ସଂଗ୍ରହ କାର୍ଯ୍ୟ କରୁଥିବା ଶ୍ରମିକମାନେ ବଞ୍ଚି ଯାଇଥିଲେ । ବରମ୍ବାର ଏଭଳି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନିକ ଉଦାସୀନତାରୁ ଏଭଳି ଅଘଟଣା ଘଟିବା ସହିତ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details