ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସ: ବିକାଶ ଖୋଜୁଛି ବୌଦ୍ଧ, ମୋହନ ମାଝୀ ସରକାର ଦୃଷ୍ଟି ଦେବାକୁ ଅପିଲ୍ - Tourism Development Demand

World Tourism Day 2024: ଆଜି ବିଶ୍ବ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ବୁଦ୍ଧଙ୍କ ନାମକୁ ଯଥାର୍ଥରେ ପ୍ରତିପାଦିତ କରୁଥିବା ବୌଦ୍ଧ ଜିଲ୍ଲାରେ କେଉଁସବୁ ପର୍ଯ୍ୟଟନକ୍ଷେତ୍ର ରହିଛି, ଆସନ୍ତୁ ଜାଣିବା...

Boudh Tourism
Boudh Tourism (ETV Bharat Odisha)

ବୌଦ୍ଧ:ଆଜି ବିଶ୍ବ ପାଳୁଛି ପର୍ଯ୍ୟଟନ ଦିବସ । ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।ରାଜ୍ୟରେ ଅନେକ ସ୍ଥାନରେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ପର୍ଯ୍ୟଟନ ଶିଳ୍ପର ବିକାଶ ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡିକ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏହିପରି ଏକ ଜିଲ୍ଲା ହେଉଛି ବୌଦ୍ଧ ଜିଲ୍ଲା।

ବୌଦ୍ଧ ଜିଲ୍ଲାରେ କେଉଁ ପର୍ଯ୍ୟଟନସ୍ଥଳୀ ରହିଛି?

ବୌଦ୍ଧ ଜିଲ୍ଲାରେ ଭରି ରହିଛି ଅନେକ ପର୍ଯ୍ୟଟନ ବିଭବ । ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷ ତମାମ ପର୍ଯ୍ୟଟକମାନେ ଜିଲ୍ଲାକୁ ଆସୁଥିଲେ ମଧ୍ୟ ପର୍ଯ୍ୟଟନ ସ୍ଥଳୀର ଆବଶ୍ୟକ ମୁତାବକ ବିକାଶ ହୋଇ ପାରୁନଥିବାରୁ ସ୍ଥାନୀୟ ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୁଦ୍ଧଙ୍କ ନାମକୁ ଯଥାର୍ଥରେ ପ୍ରତିପାଦିତ କରୁଥିବା ଜିଲ୍ଲା ବୌଦ୍ଧରେ ସୌନ୍ଦର୍ଯ୍ୟ ବିମଣ୍ଡିତ କରୁଛି ଦେଢଶୁର ଭାଇବୋହୁ ପାହାଡ଼ । ଏହାସହ ଶୀତଳପାଣି, ସାତକୋଶିଆ ଅଭୟାରଣ୍ୟ, ପଦ୍ମତୋଳା ପୁଷ୍କରିଣୀ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ରହିଛି । ସେହପରି କୁମ୍ଭୀଦରହ, ତାମ୍ବିଦରହ, ଲତାଝରଣ, ଖରଖରି, ବୀରାମୁଣ୍ଡା, ଖଣ୍ଡିକନପା ଭଳି ବିଭିନ୍ନ ଜଳ ଉତ୍ସ ତଥା ଝରଣା ରହିଛି । ଏହାଛଡା ନାଏକପଡ଼ା ପାତାଳୀ କ୍ଷେତ୍ର, ଡମ୍ବରୁଗଡ ଭଳି ଆଧ୍ୟାତ୍ମିକ ପୀଠ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

Boudh Tourism (ETV Bharat Odisha)

ଅକ୍ସି ଟୁରିଜିମ:

ବୁଦ୍ଧିଜୀବୀ କେତନ କୁମାର ଅଗ୍ରୱାଲ କହିଛନ୍ତି, "ପ୍ରାୟ 4 ବର୍ଷ ପୂର୍ବରୁ ବୌଦ୍ଧ ଜିଲ୍ଲାର ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଅକ୍ସି ଟୁରିଜିମ' ମାଧ୍ୟମରେ ଏହାର ପ୍ରଚାର ପ୍ରସାର ଆରମ୍ଭ ହୋଇଥିଲା । ଏପରିକି ନନ୍ଦନବନ, ନାଏକପଡା ଗୁମ୍ଫା, ଡମ୍ବରୁଗଡ, ତାମ୍ବିଦରହ, ଖଣ୍ଡିକନପା ଭଳି କେତେକ ସ୍ଥାନର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ଅନେକ ପର୍ଯ୍ୟଟନସ୍ଥଳୀ ଅତ୍ୟନ୍ତ ଅବହେଳିତ ହୋଇ ପଡିରହିଛି ।"

Boudh Tourism (ETV Bharat Odisha)
Boudh Tourism (ETV Bharat Odisha)

ଏହା ବି ପଢନ୍ତୁ...ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ, ଥରେ ଗଲେ ବାରମ୍ବାର ମନ ହୁଏ - World Tourism Day 2024

ଏହା ବି ପଢନ୍ତୁ...‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମନମୋହନ - MANMOHAN SAMAL RETURNS FROM DELHI

ସୋନପୁରରେ ଶିକ୍ଷା ଓ ପର୍ଯ୍ୟଟନ ବିକାଶ ଦାବି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏକାଧିକ ସଂଗଠନର ଦାବିପତ୍ର

ଏହା ବି ପଢନ୍ତୁ...ବିକାଶ ହେବ ରାୟଗଡାର ପର୍ଯ୍ୟଟନ କ୍ଷେତ୍ର, ଆକୃଷ୍ଟ ହେବେ ପର୍ଯ୍ୟଟକ

Boudh Tourism (ETV Bharat Odisha)

'ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା'

ସବୁଠାରୁ ଆଶ୍ଚର୍ଯ୍ୟର କଥା ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ପର୍ଯ୍ୟଟନ ଅଧିକାରୀ ଜଣେ ନାହାନ୍ତି । ଆନୁସଙ୍ଗିକ ସୁବିଧା ଅଭାବରୁ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଜିଲ୍ଲାରୁ ଫେରିଯାଉଛନ୍ତି । ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ନୂଆ ସରକାରଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

Boudh Tourism (ETV Bharat Odisha)
Boudh Tourism (ETV Bharat Odisha)
Boudh Tourism (ETV Bharat Odisha)
Boudh Tourism (ETV Bharat Odisha)


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details