ଭୁବନେଶ୍ୱର:ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ‘ଆଧୁନିକ ଓଡ଼ିଆ ସାହିତ୍ୟ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ବିଶିଷ୍ଟ କଥାଶିଳ୍ପୀ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲ ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସର ସ୍ୱର ଓ ସମ୍ଭାବନା ଉପରେ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସରେ ଓଡ଼ିଆ ଅସ୍ମିତାର ସ୍ୱର ସ୍ପଷ୍ଟ ରୂପେ ବାରି ହୋଇପଡ଼େ । ଜଗତୀକରଣ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ (୧୯୯୨-୨୦୨୪) ସମୟକୁ ସାମ୍ପ୍ରତିକ ସମୟ ଭାବେ ବିବେଚନା କରାଯାଏ । ଆଧୁନିକ ସମୟରେ ଓଡ଼ିଆ ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଔପନ୍ୟାସିକମାନଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବିଶିଷ୍ଟ ଗାଳ୍ପିକ ତଥା ଶିଶୁ ସାହିତ୍ୟିକ ପ୍ରଫେସର ଦାସ ବେନହୁର କହିଛନ୍ତି ଯେ, ଯେଉଁ ପରିବର୍ତ୍ତନ ଜନଜୀବନକୁ ଆଚ୍ଛାଦିତ କରି ରଖେ ତାହାକୁ ଆଧୁନିକତା କୁହାଯାଏ । ପ୍ରତ୍ୟେକ ଉପନ୍ୟାସ ହେଉଛି ଏକ କ୍ଷୁଦ୍ରଗଳ୍ପର ବିଶାଳ ରୂପ । ହୃଦୟର କଥା ନକହି ମସ୍ତିଷ୍କର କଥା ଅଧିକ କହିବା ଦ୍ୱାରା ସାହିତ୍ୟ ଲୋକଙ୍କ ଠାରୁ ଦୂରେଇ ଯାଉଛି । ଗ୍ରାମ୍ୟ ଜୀବନର ପ୍ରତିଫଳନ ଦେଖିବାକୁ ମିଳୁନାହିଁ । ଭାରତୀୟ କ୍ଷୁଦ୍ରଗଳ୍ପର ପୃଷ୍ଠଭୂମି, ଜୀବନଚର୍ଯ୍ୟା ଏବଂ ଜୀବନଶୈଳୀ ଉପରେ ଆଧାରିତ, ମାତ୍ର ପାଶ୍ଚାତ୍ୟ କ୍ଷୁଦ୍ରଗଳ୍ପ ସଂଘର୍ଷ ଓ ପ୍ରତିହିଂସା ଉପରେ ପର୍ଯ୍ୟବସିତ ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏହାମଧ୍ୟ ପଢନ୍ତୁ.. ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ପୋଷ୍ଟକାର୍ଡ ଆର୍ଟ ବିନିମୟ ସେହିଭଳି ବିଶିଷ୍ଟ କବି ତଥା ସମାଲୋଚକ ପ୍ରଫେସର ଶତୃଘ୍ନ ପାଣ୍ଡବ କହିଛନ୍ତି ଯେ, ଭୋପାଳ ଗ୍ୟାସ ଦୁର୍ଘଟଣା, ଆନ୍ତଃରାଜ୍ୟ ନଦୀଜଳ ବିବାଦ ଓ ଋଷିଆ-ୟୁକ୍ରେନ ଯୁଦ୍ଧ ଭଳି ସମାଜରେ ଘଟିଯାଉଥିବା ଘଟଣାବଳୀ ଆଧୁନିକ କବିତାକୁ ପ୍ରଭାବିତ କରିଛି । ଆଧୁନିକ ସାହିତ୍ୟରେ ଗୁଚ୍ଛ କବିତା, ସାନ କବିତା, ଛନ୍ଦ କବିତା ବିଭିନ୍ନ ପ୍ରକାର କବିତା ମାନ ରଚନା କରାଯାଉଛି । ଆଧୁନିକ କବିତା ମାଧ୍ୟମରେ କବିମାନଙ୍କର ମୌଳିକତା ପ୍ରତିପାଦିତ । ଆଞ୍ଚଳିକ ଶବ୍ଦ, ବୈଜ୍ଞାନିକ ଶବ୍ଦ ଇତ୍ୟାଦି ଆଧୁନିକ କବିତାରେ ସ୍ଥାନ ପାଇଛି । ସମକାଳୀନ ବାସ୍ତବତାର ବିଭିନ୍ନ ଦିଗ କବିତାରେ ସ୍ଥାନ ପାଇଥାଏ ।
ଅନ୍ୟପଟେ ପ୍ରଫେସର ମଣିନ୍ଦ୍ର ମେହେର କହିଛନ୍ତି ଯେ, ଆଲୋଚକଙ୍କ ମତରେ ଗଦ୍ୟ ସାହିତ୍ୟ ବାସ୍ତବଧର୍ମୀ ଅଟେ । ଯେଉଁ ସାହିତ୍ୟିକଙ୍କ ଜୀବନ ଓ ଦର୍ଶନ ଅଲଗା ଥାଏ ତାଙ୍କ ସାହିତ୍ୟ ଲୋକପ୍ରିୟ ହୋଇପାରେନାହିଁ । ସ୍ୱାଧାନତା ସଂଗ୍ରାମୀମାନଙ୍କ ଆତ୍ମଜୀବନୀ ମାଧ୍ୟମରେ ଆଧୁନିକତାର ଛାପ ଦେଖିବାକୁ ମିଳିଥାଏ । ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ କହିଛନ୍ତି ଯେ, ବହୁ ଚର୍ଚ୍ଚିତ ଉପନ୍ୟାସ କିନ୍ନର ଲେଖିବା ପୂର୍ବର ମନୋଭାବ ବର୍ଣ୍ଣିତ କରାଯାଇଥିବା ଦୃଶ୍ୟକୁ ଆଖିରେ ଦେଖିବା ପରେ ଯେଉଁ ମାନବୀୟ ଅନୁଭୂତି ସୃଷ୍ଟି ହେଲା ତାହାହିଁ ଉପନ୍ୟାସର ବାସ୍ତବ ପ୍ରତିଫଳନ । ମଣିଷ ମଧ୍ୟରେ ଯେଉଁ ଅମାପ ଶକ୍ତି ଭରି ରହିଛି ସେ ତାର ଅବତାରଣା କରିଛନ୍ତି । ମଣିଷ ଓ ସାଧାରଣ ମଣିଷର ଚିନ୍ତା ଓ କାର୍ଯ୍ୟଶୈଳୀ ଭିନ୍ନ ଅଟେ । ମଣିଷର ଆକାଂକ୍ଷା ଦ୍ୱାରା ସମାଜର ସମୃଦ୍ଧି ଓ ଅଭିବୃଦ୍ଧି ହୋଇଥାଏ ।
ନାଟ୍ୟକାର ପ୍ରଫେସର ଡ଼.ରମେଶ ପ୍ରସାଦ ପାଣିଗ୍ରାହୀ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତିରେ ରଙ୍ଗମଞ୍ଚ ବିଭିନ୍ନ ସିଦ୍ଧାନ୍ତ ଏବଂ ଅଭ୍ୟାସର ଏକ ବ୍ୟାପକ ଓ କ୍ଷେତ୍ର ବିକଶିତ କରୁଛି । ଆଉମଧ୍ୟ ସେ ପ୍ରାଚୀନ ନାଟ୍ୟ ସାହିତ୍ୟର ବୈଭବ ବିଷୟରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଓଡ଼ିଆ ନାଟକର ସମାଜ ପ୍ରତି ଥିବା ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଡ. ଦିଲୀପ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ବକ୍ତା ଭାବରେ ରେଭେନ୍ସା ହାୟର ସେକେଣ୍ଡାରି ବିଦ୍ୟାଳୟ କଟକର ଛାତ୍ରୀ ବିଶ୍ୱଜିତା ଦାସ ବକ୍ତବ୍ୟ ରଖିଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର