ଓଡିଶା

odisha

By ETV Bharat Odisha Team

Published : Jan 28, 2024, 4:32 PM IST

ETV Bharat / state

ଚର୍ଚ୍ଚାରେ କୋରାପୁଟ ମହିଳା ଚାଷୀ ହୀରା, ସମନ୍ୱିତ ଚାଷ କରି ହେଲେ ସ୍ୱାବଲମ୍ବୀ

Integrated Farming In Koraput: ସମନ୍ୱିତ ଚାଷ କରି ଚର୍ଚ୍ଚାରେ ଚାଷୀ ହୀରା ପାତ୍ର । ଜଳବାୟୁ ପରିବର୍ତ୍ତମାନ ଯୋଗୁଁ ଗୋଟିଏ ଋତୁରେ ବିଭିନ୍ନ ପ୍ରକାର ଚାଷ କରି ସ୍ଵାବଲମ୍ବୀ ହୋଇଛନ୍ତି ସେ । ଅଧିକ ପଢନ୍ତୁ

ଚାଷ କରି ସ୍ଵାବଲମ୍ବୀ ମହିଳା ଚାଷୀ , ଚର୍ଚ୍ଚାରେ କୋରାପୁଟର ହୀରା
ଚାଷ କରି ସ୍ଵାବଲମ୍ବୀ ମହିଳା ଚାଷୀ , ଚର୍ଚ୍ଚାରେ କୋରାପୁଟର ହୀରା

ଚାଷ କରି ସ୍ଵାବଲମ୍ବୀ ମହିଳା ଚାଷୀ , ଚର୍ଚ୍ଚାରେ କୋରାପୁଟର ହୀରା

କୋରାପୁଟ: ଜଳବାୟୁ ପରିବର୍ତ୍ତମାନ ଯୋଗୁଁ ସାରା ବିଶ୍ଵ ବର୍ତ୍ତମାନ ସମସ୍ୟାର ଘେରରେ ବାନ୍ଧି ହୋଇଯାଉଥିବା ବେଳେ ଏଥିରୁ ମଣିଷ ସମେତ ଜୈବ ବିବିଧତାକୁ ସୁରକ୍ଷା ଦେବାରେ ମହିଳାଙ୍କ ନେତୃତ୍ବରେ ଅଭିଯାନର ଆବଶ୍ୟକତା ରହିଛି । ଏହି ଭିତରେ କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟର ମହିଳା ଚାଷୀ ହୀରା ପାତ୍ର ଏକ ଉଦାହରଣ ପାଲଟିଛନ୍ତି । ନିଜ ପରିବାରର ପାଞ୍ଚ ଏକର ଜାଗାରେ କେବଳ ଧାନ, ମାଣ୍ଡିଆ ଚାଷ କରି ଆସୁଥିବାବେଳେ ସରକାରଙ୍କ କୃଷି ବିଭାଗ ସହଯୋଗରେ ବିଭିନ୍ନ ପ୍ରକାର ଲାଭକାରୀ ଫସଲ ଉତ୍ପାଦନ କରିବାରେ ସଫଳ ହୋଇଛିନ୍ତି ।

ସାଧାରଣତଃ ଅନିୟମିତ ବର୍ଷା ସାଙ୍ଗକୁ ଜଳବାୟୁରେ ବୃଦ୍ଧି ପାଉଥିବା ଉଷ୍ମତା ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି । ତେଣୁ ଏହି ସମସ୍ୟାକୁ ଆଖି ଆଗରେ ରଖି ସେମାନେ ବିଭିନ୍ନ ଚାଷ କରି ବର୍ଷ ତମାମ କିଛି ନା କିଛି ଆୟ କରିବା ସମ୍ଭବ ହେଉଛି । ଗୋଟିଏ ଫସଲ ପାଇଁ ପାଗ ଅନୁକୂଳ ନହୋଇ କ୍ଷତି ଘଟିବା ସମୟରେ ଅନ୍ୟ ଏକ ଚାଷ କ୍ଷତିପୂରଣ କରୁଥିବା ହୀରଙ୍କ ସ୍ୱାମୀ ପଦ୍ମନ ପାତ୍ର କହିଛନ୍ତି ।

ସେ ଋତୁ ଅନୁଯାୟୀ ଧାନ, ମାଣ୍ଡିଆ, ସୁଆଁ ଭଳି ପାରମ୍ପରିକ ଚାଷ ସହିତ କଦଳୀ, ଅମୃତଭଣ୍ଡା, ପନିପରିବା ଚାଷ କରି ବେଶ ଦୁଇ ପଇସା ଅର୍ଜନ କରିପାରିଛନ୍ତି । ଏଥି ସହିତ ଘର ନିକଟରେ ଛେଳି, କୁକୁଡ଼ା, ବତକ ଓ ବିଶେଷ କରି ମହୁ ଚାଷ କରି ହୀରାଙ୍କ ପରିବାର ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗାଁର ଅପର ମୁଣ୍ଡରେ ଏକ ପୋଖରୀ ଖୋଳି ମାଛ ଚାଷ କରିବାରେ ସକ୍ଷମ ହୋଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ଅନୁଯାୟୀ ଚାଷ କରିବାରେ ଅନେକ ଅସୁବିଧା ଦେଖାଦେଇଛି । ତେଣୁ ଏହି ସମ୍ମିଳିତ ଚାଷକୁ ଆପଣାଇଛନ୍ତି ଏହି ପରିବାର ।

ଏହା ମଧ୍ୟ ପଢନ୍ତୁ .....ଚାଷ ପାଇଁ ବଦଳାଇଲେ ପେଷା; ଚାକିରୀ ଛାଡ଼ି ଚାଷକୁ ବେଉସା, ସଫଳ ହଲେ ଚନ୍ଦନ

ତେବେ ବିଶ୍ଵରେ ମହିଳାଙ୍କ ସ୍ଥିତି ଓ ସେମାନଙ୍କୁ ନେଇ ବିଶ୍ଵସ୍ତରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଯୋଜନା କରାଯାଉଛି । ହେଲେ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ଲଘୁ ଶସ୍ୟର ଚାଷ ତଥା ସମନ୍ବିତ କୃଷି ଉତ୍ପାଦନରେ ମହିଳାଙ୍କ ଭୂମିକା ଗୁରୁତ୍ବପୁର୍ଣ୍ଣ ରହିଛି । ଅନ୍ୟପଟେ କୋରାପୁଟର ସ୍ଵାବଲମ୍ବୀ ମହିଳା ବିଶ୍ବ ପାଇଁ ଉଦାହରଣ ସାଜିବେ ବୋଲି କହିଛନ୍ତି କୃଷି ଅଧିକାରୀ କେଶବ ରାଓ । ହୀରାଙ୍କ ଏହି ଅଭୂତପୂର୍ବ ସଫଳତାକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ନିକଟ ଅତୀତରେ ଜିଲ୍ଲାର ଏକ ପ୍ରଗତିଶୀଳ ଚାଷୀଭାବେ ସମ୍ମାନିତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details