ଓଡିଶା

odisha

ରାଜଧାନୀରେ ସୀମା ଟପିଲା ନିର୍ଯାତନା, ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ପିଟିଲା ସ୍ୱାମୀ !

By ETV Bharat Odisha Team

Published : Feb 10, 2024, 8:24 AM IST

Woman Brutally Tortured: ବିଦ୍ୟୁତ ଖୁଣ୍ଟରେ‌ ବନ୍ଧାଯାଇ ମହିଳାଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏୟାରପୋର୍ଟ ଥାନା ଅଞ୍ଚଳରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Woman Brutally Tortured
Woman Brutally Tortured

ଭୁବନେଶ୍ୱର:ରାଜଧାନୀରେ ମହିଳା ନିର୍ଯାତନାର ବର୍ବର ଚିତ୍ର । ଆଇନକୁ ହାତକୁ ନେଇ ମହିଳାଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ମହିଳଙ୍କୁ ବିଦ୍ୟୁତ ଖୁଣ୍ଟରେ‌ ବନ୍ଧାଯାଇ ନିର୍ଦ୍ଧୁମ ମାଡ଼ ମରାଯାଇଛି । ଏହାକୁ ସ୍ଥାନୀୟ ଲୋକେ ଦେଖିଥିଲେ ସୁଦ୍ଧା କେହି ଉଦ୍ଧାର କରିବାକୁ ଆସିନଥିଲେ । ଶେଷରେ ଖବର ପାଇ ପହଞ୍ଚିଥିଲା ପୋଲିସ । ଏୟାରପୋର୍ଟ ଥାନା କାରଗିଲ ରୋଡ୍ ଗୌରୀ ନଗରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି ।


ମିଳିଥିବା ସୂଚନା ମୁତାବକ, ସେହି ଅଞ୍ଚଳରେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ସହ ରୁହନ୍ତି । ଉଭୟଙ୍କର ଗୋଟିଏ ୩ ବର୍ଷର ସନ୍ତାନ ମଧ୍ୟ ରହିଛି । ତେବେ ମହିଳା ଜଣଙ୍କ ନିଜ ଛୁଆକୁ ବାଡେଇବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଆଉ ଏହି ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ମହିଳା ଜଣଙ୍କ ରାଗରେ ସ୍ୱାମୀଙ୍କ ଗାଡ଼ି ଭାଙ୍ଗି ଦେଇଥିବାରୁ ସେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ନିର୍ଯାତନା ଦେଇଥିବା ସନ୍ଦେହ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...ପୁଣି ସାମ୍ନାକୁ ଆସିଲା ଯୌତୁକ ନିର୍ଯାତନା ଘଟଣା, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଏହା ମଧ୍ୟ ପଢନ୍ତୁ...ଯୌତୁକ ଜୁଇରେ ଜଳିଲା ଜୀବନ, ନବବଧୂକୁ ତଣ୍ଟି ଚିପି ହତ୍ୟା !

ଏହା ମଧ୍ୟ ପଢନ୍ତୁ...ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ! ନିର୍ଯାତନା ଦେଉଥିଲା ସାବତ ବାପା

ଘରୋଇ କଳି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ପଚରାଉଚରା କରୁଛି । ଅଧିକ ତଦନ୍ତ ପରେ ଘଟଣା ପଛର ସତ ସାମ୍ନାକୁ ଆସିବ । ପାରିବାରିକ କଳହକୁ ନେଇ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ରଶି ସାହାଯ୍ୟରେ ବନ୍ଧା ଯାଇଥିବା କୁହାଯାଉଛି । ହେଲେ ଏମିତି କି ପାରିବାରିକ ସମସ୍ୟା ଥିଲା ଯେ, ମହିଳାଙ୍କୁ ଏପରି ନିର୍ଯାତନା ଦିଆଗଲା ? ଏଥିପାଇଁ ଦାୟୀ କିଏ ? ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ଘଟଣା ଘର ଭିତରେ ନୁହେଁ ବରଂ ବାହାରେ ସର୍ବସମ୍ମୁଖରେ ଘଟିଛି । ହେଲେ ସ୍ଥାନୀୟ ଲୋକେ କିପରି ପ୍ରତିବାଦ କଲେ ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ ଥାନାରେ ଉଭୟ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣାର ସତ୍ୟାସତ୍ୟ ଜଣାପଡିଲେ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details