ଓଡିଶା

odisha

କାଠଗଡାକୁ ଯାଇପାରିଲେନି ସାକ୍ଷୀ, କୋର୍ଟରେ ପହଞ୍ଚିବା ପୂର୍ବରୁ ଫିଲ୍ମ ଷ୍ଟାଇଲରେ ହତ୍ୟା !

By ETV Bharat Odisha Team

Published : Feb 23, 2024, 10:13 AM IST

Witness Murdered: ସାକ୍ଷୀ ଦେବା ପୂର୍ବରୁ ମିଳିଲା ମୃତଦେହ । ଜମି ବାଡିକୁ ନେଇ କୋର୍ଟରେ ବିଚାରଧୀନ ଥିବା ମାମଲାର ସାକ୍ଷୀ ଦେଇ ଥାଆନ୍ତେ ସମ୍ପୃକ୍ତ ବ୍ୟକ୍ତି । ଅଧିକ ପଢନ୍ତୁ

Witness Murdered
Witness Murdered

Witness Murdered

ଢେଙ୍କାନାଳ: ସାକ୍ଷୀ ଦେବା ପୂର୍ବରୁ ମିଳିଲା ମୃତଦେହ । ନିଜ ଘର ପଛପଟେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଜମି ବାଡିକୁ ନେଇ କୋର୍ଟରେ ବିଚାରଧୀନ ଥିବା ମାମଲାର ସାକ୍ଷୀ ଦେଇଥାଆନ୍ତେ ସମ୍ପୃକ୍ତ ବ୍ୟକ୍ତି । ଏହା ପୂର୍ବରୁ ମୃତଦେହ ମିଳିଥିବାବେଳେ ସମ୍ପର୍କୀୟମାନେ ହତ୍ୟା କରିଥିବା ନେଇ ସନ୍ଦେହ କରୁଛନ୍ତି ମୃତକଙ୍କ ପରିବାର । ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବାବନ୍ଧ ଗ୍ରାମରେ ଘଟିଛି । ମୃତକ ହେଲେ ଦଳିତ ବସ୍ତିର ଅକ୍ଷୟ ନାଏକ ।

ତେବେ ଗତକାଲି(ଗୁରୁବାର)କୋର୍ଟରେ ସାକ୍ଷ୍ୟଗ୍ରହଣ ଥିବାବେଳେ ସେହି ଦିନ ହିଁ ଜଣେ ସାକ୍ଷୀକୁ ସିନେମା ଢଙ୍ଗରେ କରାଯାଇଛି ହତ୍ୟା । କିଏ ହତ୍ୟା କରିଛି ସେନେଇ ପୋଲିସ ଦ୍ଵନ୍ଦରେ ପଡିଯାଇଛି । ସୂଚନା ଅନୁସାରେ, ଯୁବକଙ୍କ ମୃତଦେହ ଠାବ ହେବାର ଖବର ପାଇ ରାସୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପୋଲିସ ମୃତଦେହ ଜବତ କରିଛି । ମୃତଦେହରେ ରକ୍ତ ଛିଟା ଲାଗିଥିବାବେଳେ କେହି ପିଟିପିଟି ବା ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଫରେନସିକ୍ ଟିମ୍ ମାଧ୍ୟମରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୃତ ଅକ୍ଷୟଙ୍କ ଭାଇ ଅରବିନ୍ଦ ନାଏକଙ୍କର ତାଙ୍କ ଖୁଡିଙ୍କ ସହିତ ଜମିବାଡିକୁ ନେଇ ଗଣ୍ଡଗୋଳ ରହିଥିଲା । ଏପରିକି ମାମଲା କୋର୍ଟରେ ବିଚାରାଧୀନ ଥିଲା ।

ଏହା ମଧ୍ୟ ପଢନ୍ତୁ...ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଏହା ମଧ୍ୟ ପଢନ୍ତୁ...ଘରେ ପଶି ହାଣି ପକାଇଲେ ଦୁର୍ବୃତ୍ତ; ମାଆ ମୃତ, ପୁଅ-ବୋହୂ ଗୁରୁତର


ତେବେ ଅକ୍ଷୟ ଏହି ମାମଲାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ରହିଥିଲେ । ଏହି ମାମଲାର ସାକ୍ଷ୍ୟଗ୍ରହଣ ଗୁରୁବାର ରହିଥିଲା । ମାତ୍ର ସାକ୍ଷ୍ୟ ଗ୍ରହଣ ଦିନ ସକାଳୁ ଅକ୍ଷୟଙ୍କ ଏପରି ରକ୍ତାକ୍ତ ମୃତଦେହ ଠାବ ହୋଇଛି । ତେଣୁ ଏହି ହତ୍ୟାକାଣ୍ଡ ଜମିଜମା ମାମଲା ସହିତ ଜଡିତ ଥିବା ସନ୍ଦେହ କରାଯାଉଛି । ତେବେ ବୁଧବାର ରାତିରେ ଅକ୍ଷୟଙ୍କର ଭାଇ ଓ ଖୁଡିଙ୍କ ମଧ୍ୟରେ ବଚସା ହୋଇଥିବା କହିଛନ୍ତି ସ୍ଥାନୀୟଲୋକେ । ଯାହାକୁ ନେଇ ଅକ୍ଷୟଙ୍କ ସମ୍ପର୍କୀୟମାନଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ସୂଚନା ଅନୁସାରେ, ଅକ୍ଷୟଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ହୋଇଥିଲା । ଏବେ ଅକ୍ଷୟଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ବେସାହାରା ହୋଇଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ନିରପେକ୍ଷ ତଦନ୍ତ ପରେ ହିଁ ହତ୍ୟାର କାରଣ ଜଣାପଡିବ ବୋଲି ତାଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି । ସେପଟେ ପୋଲିସ ଏନେଇ ଛାନଭିନ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details