ଓଡିଶା

odisha

ETV Bharat / state

ଅଲମ୍ପିକରେ ମେଡାଲ ଆଣିବା ମୋର ଲକ୍ଷ୍ୟ: ମନ୍ନତା ମିଶ୍ର - ସନ୍ତରଣକାରୀ ମନ୍ନତା ମିଶ୍ର

BIMSTEC International Aquatics Championship 2024: ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଫେରିଛନ୍ତି ଓଡ଼ିଆ ଝିଅ ମନ୍ନତା ମିଶ୍ର । ଅଧିକ ପଢ଼ନ୍ତୁ

ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ
ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ

By ETV Bharat Odisha Team

Published : Feb 10, 2024, 8:24 PM IST

ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଆ ଝିଅ । ପଦକ ଜିତି ଓଡ଼ିଶାକୁ କରିଛନ୍ତି ଗୌରବାନ୍ବିତ । ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଫେରିଛନ୍ତି ଓଡ଼ିଆ ଝିଅ ମନ୍ନତା ମିଶ୍ର । ଭୁବନେଶ୍ୱର ବିମାନବନ୍ଦରରେ ମନ୍ନତାଙ୍କୁ ସ୍ୱାଗତ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ମନ୍ନତାଙ୍କୁ ଶୁଭକାମନା ଜଣାଯାଇଛନ୍ତି ରାଜ୍ୟ ସନ୍ତରଣ ସଂଘ କର୍ମକର୍ତ୍ତା ଓ ଶୁଭେଚ୍ଛୁ । ସେପଟେ ଅଲମ୍ପିକରେ ମେଡାଲ ଆଣିବା ଲକ୍ଷ୍ୟ ରଖିଥିବା କହିଛନ୍ତି ପ୍ରତିଭା ସମ୍ପର୍ଣ୍ଣ ସନ୍ତରଣକାରୀ ମନ୍ନତା ମିଶ୍ର ।

ରାଜ୍ୟ ଓ ଜାତୀୟ ପରେ ଏବେ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ଆଣିଛନ୍ତି ଓଡ଼ିଆ ଝିଅ ମନ୍ନତା ମିଶ୍ର । ଗୋଟିଏ ପରେ ଗୋଟେ ସଫଳତାର ସିଢ଼ି ଚଢିଚାଲିଛନ୍ତି ସୁନା ଝିଅ ମନ୍ନତା । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଆଇଏମଏସଟିଇସି ଅନ୍ତର୍ଜାତୀୟ ଆକ୍ବାଟିକ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତି ଆଜି ଓଡିଶା ଫେରିଛନ୍ତି ମନ୍ନତା । ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଆଗକୁ ଆହୁରି ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ମେଡାଲ ଆଣିବାକୁ ଆଶା ରଖିଛନ୍ତି ଓଡିଶାର ଏହି ପ୍ରତିଭାବାନ ଝିଅ । ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଅଲମ୍ପିକରେ ଭାଗ ନେଇ ମେଡାଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।

ମନ୍ନତା ମିଶ୍ର କହିଛନ୍ତି, "ପ୍ରତିଯୋଗିତାରେ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ କ୍ୟାଟେଗୋରୀରେ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାତେଇଛି । ଏହି ପ୍ରତିଯୋଗିତାରେ ୭ଟି ଦେଶର ପ୍ରତିଯୋଗୀ ସାମିଲ ହୋଇଥିଲେ । ଥାଇଲାଣ୍ଡର ପ୍ରତିଯୋଗିଙ୍କ ସହ କଡା ଟକ୍କର ହୋଇଥିଲା । ଏହା ହେଉଛି ମୋର ପ୍ରଥମ ଆନ୍ତର୍ଜାତିକ ପଦକ । ପ୍ରଥମ ଥର ଭାଗ ନେଇ ପଦକ ହାସଲ କରିଥିବାରୁ ଖୁସି ଲାଗୁଛି । ଆଗକୁ ବହୁତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ଇଚ୍ଛା ରଖିଛି । ଏମିତି ମେଡାଲ ଜିତି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରିବି । ଅଲମ୍ପିକରେ ସାମିଲ ହୋଇ ମେଡାଲ ଆଣିବା ମୋ ଲକ୍ଷ୍ୟ ରହିଛି । ସଫଳତା ପଛରେ ରାଜ୍ୟ ସରକାର ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆମକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହାସହ ସଫଳତା ପଛରେ ପରିବାର, କୋଚ ଓ ଆଇଆଇଏସ ସନ୍ତରଣ ଗୁଣବତ୍ତା କେନ୍ଦ୍ରର ବଡ଼ ଭୂମିକା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ......ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ଝିଅ, ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ

ସୂଚନା ଅନୁସାରେ ଓଡିଶାର ପ୍ରତିଭାବାନ ସନ୍ତରଣକାରୀ ୧୭ ବର୍ଷୀୟ ମନ୍ନତା ନୂଆଦିଲ୍ଲୀରେ ଆୟୋଜିତ ବିଆଇଏମଏସଟିଇସି ଆକ୍ବାଟିକ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଦ୍ଵିତୀୟ ସ୍ଥାନ ହାସଲ କରି ପଦକ ହାତେଇଛନ୍ତି ମନ୍ନତା । ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details