ଓଡିଶା

odisha

ETV Bharat / state

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

Wife Killed By Husband: ଘରୋଇ କଳି ପାଇଁ ସ୍ବାମୀ ସାଜିଲା ରାକ୍ଷସ । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର କୁଆରମୁଣ୍ଡା ବ୍ଲକ ଜଲଙ୍ଗବିରା ପଞ୍ଚାୟତରେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 3, 2024, 6:47 AM IST

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ
ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

ରାଉରକେଲା:ଦାମ୍ପତ୍ୟ ଜୀବନରେ ଝଗଡା ଲାଗିବା ସ୍ବାଭାବିକ ମାତ୍ର ଏହି ଝଗତା ଅତ୍ୟଧିକ ହେଲେ ତାହାର ପରିଣତି କରୁଣ ହୋଇଥାଏ । ଘରୋଇ କଳି ପାଇଁ ସ୍ବାମୀ ସାଜିଲା ସଇତାନ । ନିଜ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କଲା ନିର୍ଦ୍ଦୟୀ ସ୍ବାମୀ । ରାଗରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର କୁଆରମୁଣ୍ଡା ବ୍ଲକ ଜଲଙ୍ଗବିରା ପଞ୍ଚାୟତରେ । ପୋଲିସର ସୂଚନା ମୁତାବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତରେ ୬୦ ବର୍ଷୀୟ ସାମୁଏଲ ସୋରେନଙ୍କ ତାଙ୍କ ସ୍ତ୍ରୀ ଫୁଲମଣି ବସବାସ କରନ୍ତି । ନିୟମିତ ମଦ ପାନ କରି ସାମୁଏଲ ନିଜ ସ୍ତ୍ରୀକୁ ମାରପିଟ କରୁଥିଲେ । ତେବେ ସବୁଦିନ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେଉଥିଲା । ଗତ ଶନିବାର ଘରୋଇ କଳିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା ।

ଏହି ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀ ଫୁଲମଣି ଓ ସ୍ବାମୀ ସାମୁଏଲ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ତେବେ ରାତିରେ ସେମାନଙ୍କ ମଧ୍ୟରେ ଝଗଡା ଶାନ୍ତ ହୋଇଥିଲା । କିନ୍ତୁ ପୁଣି ଆଜି ସକାଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା କିନ୍ତୁ ଅପରାହ୍ନ ସମୟରେ ଏହି ଝଗଡା ସମ୍ପୂର୍ଣ୍ଣ ଚରମ ରୂପ ନେଇଥିଲା । ରାଗରେ ଉତକ୍ଷିପ୍ତ ହୋଇ ସାମୁଏଲ ସ୍ତ୍ରୀ ଫୁଲମଣିଙ୍କୁ ଏକ ବାଡ଼ିରେ ପିଟି ପିଟି ମାରି ଦେଇଥିଲା ଏବଂ ଘଟଣା ସ୍ଥଳରୁ ଫେରାର ମାରିଥିଲା ।

ଏହା ମଧ୍ୟ ପଢନ୍ତୁ...ପରକୀୟା ପ୍ରୀତିରୁ ମାଆ-ପୁଅକୁ ହତ୍ୟା ଘଟଣା, ମାଇଁ ଓ ଭଣଜା ଗିରଫ

ପଡୋଶୀ ଲୋକେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ତେବେ କୁଆରମୁଣ୍ଡା ପୋଲିସକୁ ଖବର ମିଳିବା ପରେ ବିରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାଶ, କୁଆରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ ଟିମ ମଧ୍ୟ ଯାଇ ଯାଞ୍ଚ କରିଥିଲେ । ପରେ ଅଭିଯୁକ୍ତ ପତ୍ନୀ ହନ୍ତା ସ୍ବାମୀ ସାମୁଏଲକୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ବଡିକୁ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତ ସାମୁଏଲକୁ ହତ୍ୟାଦଫା ଲଗାଇ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଆଜିର ଏହି ସ୍ତ୍ରୀକୁ ସ୍ବାମୀର ପିଟିପିଟି ହତ୍ୟା ଘଟଣା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details