ଓଡିଶା

odisha

କେବେ ବଢିବ ଶ୍ରମିକଙ୍କ ଦୈନିକ ମଜୁରୀ ? ଘୋଷଣା କଲେ ହେଲେ ଲାଗୁ ହେଉନି - LABOUR WAGES ISSUE in ODISHA

By ETV Bharat Odisha Team

Published : Jun 30, 2024, 9:09 AM IST

LABOUR WAGES ISSUE: ଶ୍ରମିକଙ୍କ ଦୈନିକ ମଜୁରୀ ବଢିବା ନେଇ ଗତ ମାର୍ଚ୍ଚ ମାସରେ ଓଡ଼ିଶା ଶ୍ରମ ବିଭାଗ କରିଥିଲେ ଘୋଷଣା । ବିତିଗଲା ତିନି ମାସ ହୋଇପାରୁନାହିଁ ଲାଗୁ । ଅଧିକ ପଢନ୍ତୁ

WHEN WILL THE DAILY WAGES OF WORKERS INCREASE IN ODISHA
WHEN WILL THE DAILY WAGES OF WORKERS INCREASE IN ODISHA (ETV Bharat Odisha)

ରାଉରକେଲା:କେବେ ଲାଗୁ ହେବ ସରକାରଙ୍କ ଦ୍ଵାରା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ? ଅଣକୁଶଳୀ, ଅର୍ଦ୍ଧକୁଶଳୀ ଏବଂ କୁଶଳୀ ସହ ଉଚ୍ଚ କୁଶଳୀଙ୍କ ବର୍ଦ୍ଧିତ ଦରମା ବା ଦୈନିକ ମଜୁରୀ କେବେ ବୃଦ୍ଧି ହେବ ? ଶ୍ରମିକମାନେ ଆଶା ଭରସାରେ ଥିବାବେଳେ କିନ୍ତୁ ବର୍ତ୍ତମାନ ନୂଆ ସରକାର ମଧ୍ୟ ଏହି ଦିଗରେ କୌଣସି ପଦକ୍ଷେପ ନେଲା ଭଳି ପରିଲକ୍ଷିତ ହେଉନାହିଁ ।

WHEN WILL THE DAILY WAGES OF WORKERS INCREASE IN ODISHA (ETV Bharat Odisha)

ତେବେ ନିର୍ବାଚନ ପୂର୍ବରୁ ଓଡିଶା ସରକାରଙ୍କ ଶ୍ରମ ଏବଂ ESI ବିଭାଗ ଦ୍ଵାରା ମାର୍ଚ୍ଚ 13 ତାରିଖ ଦିନ ଘୋଷଣା କରାଯାଇଥିଲା ଏବଂ ଏକ ନୋଟିସ ଜାରି କରି ସମସ୍ତ ଶ୍ରମ ବିଭାଗର ଅଧିକାରୀ ଏବଂ ଶ୍ରମିକ ସଂଗଠନଙ୍କୁ ଏହି ନୋଟିସ କରାଯାଇଥିଲା ଯେ ସମସ୍ତ ସ୍ତରର ଶ୍ରମିକମାନଙ୍କ ଦୈନିକ ମଜୁରୀ ବଢାଯିବ । କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ଲାଗୁ ହୋଇନାହି ଯେଉଁଠି ପୂର୍ବ ସରକାର ଥିବାବେଳେ ଘୋଷଣା ହୋଇଥିଲା । ତାହା ଆଜି ଯାଏ ପୁରା ହୋଇନାହିଁ ।

ଏଭଳି ସ୍ଥିତିରେ ଶ୍ରମିକ ଆଜିବି ସରକାରୀ ସର୍ବନିମ୍ନ ମଜୁରୀରେ କାମ କରିବାକୁ ବାଧ୍ୟ ହୋଇଛି । ଆଜି ବି କିଛି ଶ୍ରମିକ ଖାସ୍ କରି ବିଭିନ୍ନ କଳଖାନମାନଙ୍କରେ 292 ଟଙ୍କା ବା ତା' ଠାରୁ କମ ମଜୁରୀ ପାଉଛନ୍ତି । ଦୈନିକ ମଜୁରୀ ବୃଦ୍ଧି ଘୋଷଣା ଶୁଣି ଶ୍ରମିକ ଶ୍ରେଣୀର ଲୋକେ ଖୁସି ବ୍ୟକ୍ତ କରିଥିଲେ କିନ୍ତୁ ବର୍ତ୍ତମାନ ଏହା ସ୍ୱପ୍ନ ପରି ଲାଗିଲାଣି । କାରଣ କାହାରି ପାଖରେ ସଠିକ ଉତ୍ତର ନାହିଁ ଯେ କେବେ ଏହି ସର୍ବନିମ୍ନ ମଜୁରୀ ଲାଗୁ ହେବ । ଶ୍ରମ ବିଭାଗ ଜିଲ୍ଲା ଶ୍ରମ ଅଧିକାରୀଠାରୁ ନେଇ ଡେପୁଟି କମିଶନରଙ୍କ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ ।

ଏହା ମଧ୍ୟ ପଢନ୍ତୁ...ଚିନ୍ତା ବଢ଼ାଉଛି ନିଅଣ୍ଟିଆ ବର୍ଷା, ଗଜା ମରୁଡି ଆଶଙ୍କା - Deficit in Monsoon Rain

ଏଠାରେ ପ୍ରଶ୍ନ ଉଠୁଛି, ଶ୍ରମ ବିଭାଗ କେତେଥର ପ୍ଲାଣ୍ଟ କର୍ତ୍ତୃପକ୍ଷ ବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଏହି ସର୍ବନିମ୍ନ ମଜୁରୀ ବିଷୟରେ ଜଣାଇଥିଲେ । ହେଲେ କାହିଁକି ଏହା ଲାଗୁ ହେଉନାହିଁ ବା କାହିଁକି ବ୍ୟବସାୟିକ ପ୍ରତିଷ୍ଠାନ ଏହାକୁ ମାନୁନାହାନ୍ତି ସେନେଇ ପଦକ୍ଷେପ ନେଉନାହିଁ । ବର୍ତ୍ତମାନ ନୂଆ ସରକାର ଆସିବା ପରେ ପୂର୍ବ ସରକାରୀ ଘୋଷଣା ରବ୍ଦ ହେଲା କି ନା ପୂର୍ବ ସରକାରୀ ଘୋଷଣାକୁ ଜାଣିଶୁଣି ଅଟକାଇ ରଖୁଛି । ବର୍ତ୍ତମାନ ଏସବୁ ନେଇ ଶ୍ରମିକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଛି । ତେବେ ସରକାର ଏବଂ ଶ୍ରମ ବିଭାଗ ଏହା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ଲୋକେ । ବର୍ତ୍ତମାନ ଦେଖିବା ବାକି ରହିଲା ଶ୍ରମିକଙ୍କ ଦୈନିକ ମଜୁରୀ ବଢୁଛି ନା ଘୋଷଣା ଘୋଷଣାରେ ହିଁ ରହିଯାଉଛି । ତେବେ ଶ୍ରମ ବିଭାଗ ପାଖରେ ମଧ୍ୟ ଏହାକୁ ନେଇ କୌଣସି ଉତ୍ତର ନାହିଁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details