ଭୁବନେଶ୍ବର:ଶୀତରେ ଥରୁଛି ସାରା ଓଡି଼ଶା । ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା । ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ ଶୀତ ଲହରୀ । ତେଣୁ ଆସନ୍ତାକାଲି ଯାଏଁ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଅଞ୍ଚଳ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Odisha Weather Update Danse Fog and Rain Alert (IMD) ୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ :
ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡ଼ା, ଅନୁଗୋଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ଶୀତ ଲହରୀ ( Cold wave) ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ ଆହୁରି ଦୁଇଦିନ ଯାଏଁ ଘନ କୁହୁଡି଼ ଦୃଶ୍ୟମାନ ନେଇ ବିଭାଗ ଚେତାବନୀ ବିଭାଗ ଦେଇଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ଘନ କୁହୁଡିର ସମ୍ଭାବନା ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଜରାଯାଇଛି । ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ନାହିଁ । ଆସନ୍ତାକାଲି ପରଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ପୂର୍ବାନୁମାନ କରିଛି ବିଭାଗ ।
ଲଘୁଚାପ ସକ୍ରିୟ:
ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଯଦିଓ ଓଡି଼ଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ କିନ୍ତୁ ୧୭ ତାରିଖରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଗଜପତି, ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲା ଏବଂ ୧୯ ତାରିଖରେ ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ପରେ ୨୧ ତାରିଖ ପରଠୁ ପାଗରେ ଶୁଖିଲା ରହିବ ।
ଏହା ବି ପଢନ୍ତୁ...୪୮ ଘଣ୍ଟା ପ୍ରବଳ ଶୀତ: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୭ରୁ ବର୍ଷା !
ଏହା ବି ପଢନ୍ତୁ...ଜାଡ଼ରେ ଥରୁଛି ଶିମିଳିପାଳ,୧ ଡିଗ୍ରୀକୁ ଖସିଲା ପାରଦ, ଓଡ଼ିଶାରେ ଶୀତ ଲହରୀ
ଏହା ବି ପଢନ୍ତୁ...IMD: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, 17ରୁ ବର୍ଷିବ, ଥରିବ ଓଡ଼ିଶା
କେଉଁଠି କେତେ ସର୍ବନିମ୍ନ ତାପମାତ୍ରା ? :
ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୪.୮ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ଵରରେ ୧୦.୯ ଓ କଟକରେ ୧୧.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଶିମିଳିଗୁଡ଼ାରେ ୫.୩ , ଫୁଲବାଣୀ ରେ ୭.୦, ଝାରସୁଗୁଡ଼ାରେ ୭.୧ ,ଦାରିଙ୍ଗିବାଡିରେ ୭.୫, ଭବାନୀପାଟଣାରେ ୭.୮ , ଅନୁଗୋଳରେ ୮.୦, କିରେଇରେ ୮.୩ , ଚିପିଲିମାରେ ୮.୪, କେନ୍ଦୁଝରରେ ୮. ୮, ସୁନ୍ଦରଗଡରେ ୯.୦, ଜଗତସିଂହପୁରରେ ୯.୫, କୋରାପୁଟ ଓ ଢେଙ୍କାନାଳରେ ୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
Odisha Weather Update Danse Fog and Rain Alert (IMD) - ସ୍ଥାନ ତାପମାତ୍ରା
- ରାଉରକେଲା ୫.୭ ଡିଗ୍ରୀ ସେଲସିୟସ
- ଉଦୟଗିରିରେ ୪.୮ ଡିଗ୍ରୀ ସେଲସିୟସ
- ଭୁବନେଶ୍ଵର ୧୦.୯ ଡିଗ୍ରୀ ସେଲସିୟସ
- କଟକ ୧୧.୦ ଡିଗ୍ରୀ ସେଲସିୟସ
- ଶିମିଳିଗୁଡ଼ା ୫.୩ ଡିଗ୍ରୀ ସେଲସିୟସ
- ଫୁଲବାଣୀ ୭.୦ ଡିଗ୍ରୀ ସେଲସିୟସ
- ଝାରସୁଗୁଡ଼ା ୭.୧ ଡିଗ୍ରୀ ସେଲସିୟସ
- ଦାରିଙ୍ଗିବାଡ଼ି ୭.୫ ଡିଗ୍ରୀ ସେଲସିୟସ
- ଭବାନୀପାଟଣା ୭.୮ ଡିଗ୍ରୀ ସେଲସିୟସ
- ଅନୁଗୋଳ ୮.୦ ଡିଗ୍ରୀ ସେଲସିୟସ
- କିରେଇ ୮.୩ ଡିଗ୍ରୀ ସେଲସିୟସ
- ଚିପିଲିମା ୮.୪ ଡିଗ୍ରୀ ସେଲସିୟସ
- କେନ୍ଦୁଝର ୮. ୮ ଡିଗ୍ରୀ ସେଲସିୟସ
- ସୁନ୍ଦରଗଡ଼ ୯.୦ ଡିଗ୍ରୀ ସେଲସିୟସ
- ଜଗତସିଂହପୁର ୯.୫ ଡିଗ୍ରୀ ସେଲସିୟସ
- କୋରାପୁଟ ୯.୬ ଡିଗ୍ରୀ ସେଲସିୟସ
- ଢେଙ୍କାନାଳରେ ୯.୬ ଡିଗ୍ରୀ ସେଲସିୟସ
Odisha Weather Update Danse Fog and Rain Alert (IMD) Odisha Weather Update Danse Fog and Rain Alert (IMD) ଇଟିଭି ଭାରତ, ଭୁବନେଶ୍ବର