ଭୁବନେଶ୍ବର:ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ନୂଆବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) । ସେପଟେ କୁହୁଡି ପାଇଁ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଜାଡ଼ରେ ଥରିବ ଓଡ଼ିଶା:
ଆହୁରି ୨୪ ଘଣ୍ଟା ରାଜ୍ୟରେ ଅନୁଭବ ହେବ ପ୍ରବଳ ଶୀତ । ଶୀତରେ ଥରିବ ଆଭ୍ୟନ୍ତରୀଣ ଅଞ୍ଚଳରୁ ଉପକୂଳ ଓଡ଼ିଶା । ତେବେ ନୂଆବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ରହିଛି । ଆଗାମୀ ୭ ଦିନ ଯାଏଁ ପାଗ ଏହିପରି ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ପ୍ରବଳ ଶୀତ ଅନୁଭବ ହେବ ବୋଲି ବିଭାଗ ଆକଳନ କରାଯାଇଛି । ଆସନ୍ତାକାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ:
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଆହୁରି ମଧ୍ୟ କହିଛନ୍ତି ଯେ, " ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା ଯେମିତିକି କନ୍ଧମାଳ ଏବଂ ଅନୁଗୋଳରେ ଘନ କୁହୁଡିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । " ଏହାସହ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସେପଟେ ଗତ ଡିସେମ୍ବର ମାସରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବାବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
ଏହା ବି ପଢନ୍ତୁ...ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ ।