ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ପୁରା ଘଟଣାର ଡେମୋ ଦେଖାଇଲା ଅଭିଯୁକ୍ତ । ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ସହ ଆଜି (ମଙ୍ଗଳବାର) ସକାଳେ ମୁମ୍ୱାଇ ପୋଲିସ ସୈଫଙ୍କ ଘରେ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚିଥିଲା । ଯେଉଁଠାରେ ଆକ୍ରମଣ ଦିନ ଘଟିଥିବା ଘଟଣାର ଡେମୋ ଦେଖାଇଲା ଅଭିଯୁକ୍ତ । ଭିତରରୁ ସମସ୍ତ ସୂଚନା ସଂଗ୍ରହ କରିବା ପରେ, ପ୍ରାୟ 1 ଘଣ୍ଟା ପରେ, ପୋଲିସ ଅଭିଯୁକ୍ତ ସହ ସୈଫଙ୍କ ଘରୁ ବାହାରିଥିଲା ।
ଡେମୋ ଦେଖାଇଲା ଅଭିଯୁକ୍ତ
ଅଭିଯୁକ୍ତ କିପରି ଓ କାହିଁକି ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିଲା ଏବଂ ସେ କିପରି ଅଭିନେତାଙ୍କ ଘରେ ଏଣ୍ଟ୍ରି କରିଥିଲା । ସେନେଇ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ସହ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ । ଏହି ସମୟରେ ଅଭିଯୁକ୍ତ କିପରି ସୈଫଙ୍କ ଘରେ ପ୍ରବେଶ କରିଥିଲା ଏବଂ କିପରି ଆକ୍ରମଣ କରିଥିଲା ସବୁ ତଥ୍ୟ ବଖାଣିଛି । ଯାହା ପୋଲିସର ଆଗାମୀ ଯାଞ୍ଚରେ ସାହାଯ୍ୟ ହେବ ।
ଅଭିଯୁକ୍ତ କିପରି ସୈଫଙ୍କ ଘରେ ପଶିଥିଲା?
ଘଟଣା ଦିନ, ଅଭିଯୁକ୍ତ ସୈଫଙ୍କ ସିଡ଼ି ଦେଇ କୋଠାର ସପ୍ତମ ମହଲାରେ ପହଞ୍ଚିଥିଲା। ସୈଫ ଏହି ମହଲାରେ ତାଙ୍କ ପରିବାର ସହିତ ରୁହନ୍ତି। ଅଭିଯୁକ୍ତ ଡକ୍ଟ ଅଞ୍ଚଳରେ ପ୍ରବେଶ କରି ପାଇପ୍ ସାହାଯ୍ୟରେ ଦ୍ୱାଦଶ ମହଲାରେ ପହଞ୍ଚିଥିଲେ। ତା'ପରେ ସେ ସୈଫ ଏବଂ କରିନାଙ୍କ ସାନ ପୁଅ ଜାହାଙ୍ଗୀରଙ୍କ ରୁମର ବାଥରୁମ ଭିତର ଦେଇ ଘରେ ପଶିଥିଲା ।
ଏହା ମଧ୍ୟ ପଢନ୍ତୁ: ସୈଫଙ୍କୁ ଛୁରାମାଡ ପଛରେ ବାଂଲାଦେଶୀ ! ଚାଞ୍ଚଲ୍ୟକର ବୟାନ ଦେଲା ମୁମ୍ବାଇ ପୋଲିସ
1 କୋଟି ପାଇଁ ସୈଫଙ୍କୁ 6ଥର ଛୁରାମାଡ଼ !
ଯେତେବେଳେ ସେ ବାହାରକୁ ଆସିଲା, ତାକୁ ସୈଫଙ୍କ ଚାକରାଣୀ ଧରିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସେ ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ସେଠାରେ ପହଞ୍ଚିଥିଲେ । ଚାକରାଣୀଙ୍କୁ ବନ୍ଧକ ରଖି ୧ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହି ସମୟରେ ସେ ସୈଫଙ୍କ ସହ ଅଭିଯୁକ୍ତର ହାତାହାତି ହୋଇଥିଲା । ଫଳରେ ଅଭିଯୁକ୍ତ 6ଥର ଛୁରାମାଡ଼ କରି ସେଠାରୁ ଫେରାର୍ ହୋଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଧରାପଡିଥିବା ବେଳେ ପୋଲିସ ଅଭିଯୁକ୍ତକୁ 5 ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: ମାନବିକତା ଦେଖାଇଥିଲେ ଅଟୋ ଡ୍ରାଇଭର; ସୈଫଙ୍କୁ ସମୟରେ ପହଞ୍ଚାଇଥିଲେ ହସ୍ପିଟାଲ, ପାଇଲେ ପୁରସ୍କାର ରାଶି
ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ସୈଫ
ସୈଫ ଅଲି ଖାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସୋମବାର ଦିନ ଅଭିନେତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଗଲା ନାହିଁ। ତାଙ୍କୁ ଆଉ ଗୋଟିଏ ଦିନ ପାଇଁ ଡାକ୍ତରଙ୍କ ଅବଜରଭେସନରେ ରଖାଯିବ ବୋଲି ଡାକ୍ତର ସୂଚନା ଦେଇଥିଲେ । ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସୈଫଙ୍କୁ ଆଜି ଡିସଚାର୍ଜ କରାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ