ଓଡିଶା

odisha

ETV Bharat / state

ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ ! କେଉଁଠି ଛୁଇଁବ ଉପକୂଳ ?

ବଢିଲା ଓଡିଶା ପ୍ରତି ବିପଦ । ୨୪ରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ସମ୍ଭାବ୍ୟ ବାତ୍ୟା । ଆଇଏମଡି ଦେଲା ଅପଡେଟ୍ସ ।

By ETV Bharat Odisha Team

Published : 12 hours ago

Updated : 12 hours ago

୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ଏବେବି ବାତ୍ୟା ଚିତ୍ର ଅସ୍ପଷ୍ଟ
୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ଏବେବି ବାତ୍ୟା ଚିତ୍ର ଅସ୍ପଷ୍ଟ (ETV Bharat odisha)

ଭୁବନେଶ୍ବର:ଓଡିଶା ପ୍ରତିବଢିଲା ବାତ୍ୟା ଭୟ । ଓଡିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ବଡ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଅବପାତ । ଗତକାଲିଠାରୁ କେନ୍ଦ୍ରୀୟ-ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଆସନ୍ତା ୨୪ ଘଣ୍ଚା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ଆଣ୍ଡାମାନ ସାଗରୀୟ କ୍ଷେତ୍ରରେ ଲଘୁଚାପରେ ପରିଣତ ହେବ । ପରେ ଏହା ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସଦ୍ୟତମ ଆକଳନ କରିଛି ।

୨୪ ରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ !

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଲାଟେଷ୍ଟ ଫୋରକାଷ୍ଟ ଅନୁସାରେ, 23 ତାରିଖ ସୁଦ୍ଧା ଏହି ଅବପାତ, ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି । ତେବେ ଏହାର ତୀବ୍ରତା କେତେ ଓ ପ୍ରଭାବ କିପରି ରହିବ, ତାହା ଏବେଠାରୁ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କ୍ରମଶଃ ଚିତ୍ର ସ୍ପଷ୍ଟ ହେବା ପରେ ବାତ୍ୟାର ପ୍ରଭାବ, ଗତିପଥ, ସମ୍ଭାବିତ ଲ୍ୟାଣ୍ଡଫଲ ପଏଣ୍ଟ ଆଦି ସମ୍ପର୍କରେ ତଥ୍ୟ ଜଣାପଡିବ ।

  • ୨୩ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଅବପାତ
  • ୨୪ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା
  • ଓଡିଶା ପ୍ରତି ବାତ୍ୟା ଆଶଙ୍କା ବଢିଲା

ଏହା ମଧ୍ୟ ପଢନ୍ତୁ :- କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୨୧ରେ ଲଘୁଚାପ, ୨୩ରୁ ୩ ଦିନ ପ୍ରବଳ ବର୍ଷା

ଏହା ମଧ୍ୟ ପଢନ୍ତୁ.... ଓଡ଼ିଶାରେ ଘନଉଛି ବାତ୍ୟା ଆଶଙ୍କା, ୨୨ରେ ଲଘୁଚାପ, ୨୩ରୁ ଲଗାତର ୩ ଦିନ ବର୍ଷା

  • କ୍ରମଶଃ ସ୍ପଷ୍ଟ ହେବ ତୀବ୍ରତା ଓ ଗତିପଥ:-

ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ବାତ୍ୟାର ସମ୍ଭାବ୍ୟ ଗତିପଥ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ରହିବ । ଫଳରେ ଓଡିଶା ପ୍ରତି ବାତ୍ୟା ଆଶଙ୍କା ବଢିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସରକାର ମୁକାବିଲା ପ୍ରସ୍ତୁତି ଆରମ୍ଭ କରିବେ । ତେବେ ପୂର୍ବରୁ ଅକ୍ଟୋବର ମାସରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାର ଉଦାହରଣ ରହିଛି ।

ଏହା ମଧ୍ୟ ପଢନ୍ତୁ....23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?

ଏହା ମଧ୍ୟ ପଢନ୍ତୁ....୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 12 hours ago

ABOUT THE AUTHOR

...view details