ETV Bharat / state

PM-USHAରେ ଓଡିଶାକୁ 670 କୋଟି, ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି-ଗବେଷଣା କ୍ଷେତ୍ରରେ ସୁଯୋଗ - PM USHA

ଓଡ଼ିଶାରେ ବଢିବ ଉଚ୍ଚ ଶିକ୍ଷାର ଗୁଣବତ୍ତା । ପିଏମ-ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ ବୈଠକରେ ଓଡି଼ଶାକୁ ମିଳିଲା 670 କୋଟି ଟଙ୍କା ।

PM USHA YOJANA
PM USHA YOJANA (ETV BHARAT ODISHA)
author img

By ETV Bharat Odisha Team

Published : Jan 3, 2025, 4:02 PM IST

ଭୁବନେଶ୍ବର: PM-USHA (ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ) ଯୋଜନାରେ ଓଡି଼ଶାକୁ ମିଳିଲା 670 କୋଟି ଟଙ୍କା । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟରେ ପିଏମ-ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । 4ଟି ବର୍ଗରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ଦିଗରେ 39ଟି ପ୍ରସ୍ତାବ ନିମନ୍ତେ ଏହି ଟଙ୍କା ଖର୍ଚ୍ଚ ହେବ।

ଶିକ୍ଷା ଓ ଗବେଷଣାର ବିକାଶ ନିମନ୍ତେ ୪ ବିଶ୍ଵବିଦ୍ୟାଳୟକୁ ମିଳିବ ୪୦୦ କୋଟି :

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ''ଶିକ୍ଷା ଓ ଗବେଷଣାର ବିକାଶ ନିମନ୍ତେ ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସର୍ବମୋଟ ୪୦୦ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାକୁ ସୁଦୃଢ କରିବା ନିମନ୍ତେ 5 ଟି ଜିଲ୍ଲାକୁ 20 କୋଟି ଲେଖାଏଁ ପ୍ରଦାନ କରାଯିବ । ସେହି ବିଶ୍ବବିଦ୍ୟାଳୟ ଗୁଡିକ ହେଉଛି କୋରାପୁଟର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ, ସମ୍ବଲପୁର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ । ଲିଙ୍ଗଗତ ସମାନତା ପାଇଁ 5ଟି ଜିଲ୍ଲାକୁ 10 କୋଟି ଲେଖାଏଁ ପ୍ରଦାନ କରାଯିବ ।

PM USHA YOJANA (ETV BHARAT ODISHA)

ସେହି ଜିଲ୍ଲା ଗୁଡିକ ହେଉଛି, କନ୍ଧମାଳ, ମୟୂରଭଞ୍ଜ, ଭଦ୍ରକ, ନବରଙ୍ଗପୁର, ସମ୍ବଲପୁର । ଅନ୍ୟ ଯେଉଁ 24ଟି ମହାବିଦ୍ୟାଳୟ ରହିଲା ସେଗୁଡିକୁ 5 କୋଟି ଆର୍ଥିକ ପ୍ରାବଧାନ ପ୍ରଦାନ କରାଯିବ । ସେଗୁଡ଼ିକ ହେଉଛି ଅନୁଗୋଳ ଜିଲ୍ଲାର 3 ମହାବିଦ୍ୟାଳୟକୁ 15 କୋଟି, ଢେଙ୍କାନାଳ ଜିଲ୍ଲାର 2 ମହାବିଦ୍ୟାଳୟକୁ 10 କୋଟି, ବଲାଙ୍ଗୀର, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କଟକ ଜିଲ୍ଲାରେ ଗୋଟିଏ ଲେଖାଏଁ ମହାବିଦ୍ୟାଳୟ ପାଇଁ 5 କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ''

ଏହା ମଧ୍ୟ ପଢନ୍ତୁ-PM-USHA: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ଶୁଭାରମ୍ଭ, MoU ସ୍ବାକ୍ଷରିତ - PM Uchchatar Shiksha Abhiyan - PM UCHCHATAR SHIKSHA ABHIYAN

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ପିଏମ୍-ଉଷା ଯୋଜନା ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ଓଡ଼ିଶାରେ ପିଏମ୍ ଉଷା ଯୋଜନା ପାଇଁ ଅନୁରୋଧ

ଭିତ୍ତିଭୂମିକୁ ସୁଦୃଢ କରାଯିବ:

PM-USHA ର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲବ୍ରୋଟୋରୀ, କମ୍ପ୍ୟୁଟର ଲବ୍ରୋଟୋରୀ, ଆକାଡେମିକ ବିଲ୍ଡିଂ, ଲାଇବ୍ରେରୀ, ଇ- ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ। ସେହିପରି ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟୀର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ରାଜ୍ୟରେ ବୃଦ୍ଧି ହେବ ଉଚ୍ଚ ଶିକ୍ଷାର ମାନ:

ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିଭିଭୂମିରେ ବିକାଶ ଘଟିବା ସହ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍ ଉଷା) ରେ ଓଡ଼ିଶାକୁ 600 କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ। ଏପଟେ ଦୀର୍ଘ ବର୍ଷ ଧରି ରାଜ୍ୟରେ ପିଏମ୍-ଉଷା କାର୍ଯ୍ୟକାରୀ ହୋଇପାରିନଥିଲା । ଯାହାଦ୍ୱାରା କେନ୍ଦ୍ର ସରକାର ଏହି ଯୋଜନାକୁ କୋଟି କୋଟି ଟଙ୍କାର ଅନୁଦାନ ପାଇବାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ବଞ୍ଚିତ ହେଉଥିଲା । ଗତ ଅଗଷ୍ଟ ମାସରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହୋଇଛି । ପିଏମ୍- ଉଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ମଧ୍ୟ ହୋଇଛି । ଏହି ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସାମିଲ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.