ଓଡିଶା

odisha

ETV Bharat / state

ଦେଓମାଳି ପର୍ବତାରୋହଣ ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ଜିଲ୍ଳାପାଳ - voter awareness program

Voter Awareness Program: ଦେଓମାଳିରେ ଭୋଟର ସଚେତନତା କାର୍ଯ୍ୟକ୍ରମ । ଆସନ୍ତା ସାଧାରଣ ନିର୍ବାଚନରେ ମୂଲ୍ୟବାନ ଭୋଟ ଦେଇ ଦେଶ ଗଠନରେ ସାମିଳ ହେବାକୁ ଆହ୍ବାନ ଦେଲା କୋରାପୁଟ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 14, 2024, 7:38 PM IST

ଦେଓମାଳି ପର୍ବତାରୋହଣ ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ଜିଲ୍ଳାପାଳ
ଦେଓମାଳି ପର୍ବତାରୋହଣ ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ଜିଲ୍ଳାପାଳ

ଦେଓମାଳି ପର୍ବତାରୋହଣ ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ଜିଲ୍ଳାପାଳ

କୋରାପୁଟ: ଦେଓମାଳି ପର୍ବତରୁ ଭୋଟର ସଚେତନତା ବାର୍ତ୍ତା । କୋରାପୁଟ ଜିଲ୍ଲାର ସମସ୍ତ ବର୍ଗର ଭୋଟରଙ୍କୁ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ଆଜି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତାରେ ଏକ ଦେଓମାଳି ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷ କରି ନୂତନ ଯୁବପିଢି ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଉଥିବାରୁ ସେମାନଙ୍କ ମତଦାନର ଅଧିକାର ଓ ଦାୟିତ୍ବ ସମ୍ପର୍କରେ ସଚେତନ କରିଥିଲେ ଜିଲ୍ଲାପାଳ ।

ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ମାତ୍ର କିଛି ଦିନ ବାକି ରହିଥିବାବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ମତଦାନ କରିବା ପାଇଁ ଆହ୍ବାନ ଦିଆଯାଇଛି । ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା । କୋରାପୁଟ ଜିଲ୍ଲା ତଥା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଦେଓମାଳି ପର୍ବତ ଶିଖରରୁ ଏହି ପ୍ରୟାସ କରାଯାଇଛି ।

ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପତ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ଭୋଟରଙ୍କୁ ମତଦାନର ମହାନତା ଓ ଆଧାର ସମ୍ପର୍କରେ ସଚେତନତା କରାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଛି । ଏହି ଅବସରରେ ଜିଲ୍ଲାପାଳ ଭି. କେ.ଭାସନ କହିଛନ୍ତି ,"ଏହି ଟ୍ରାକିଂ ମାଧ୍ୟମରେ କୋରାପୁଟ ତଥା ରାଜ୍ୟର ସମସ୍ତ ଭୋଟରଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ଆସନ୍ତା ସାଧାରଣ ନିର୍ବାଚନରେ ଆପଣଙ୍କ ମୂଲ୍ୟବାନ ଭୋଟ ଦିଅନ୍ତୁ ଏବଂ ଦେଶ ଗଠନରେ ସାମିଲ ହୁଅନ୍ତୁ । "

ଏହା ମଧ୍ୟ ପଢନ୍ତୁ ...କଳାହାଣ୍ଡିରେ ଗଡ଼ିଲା ଭୋଟର ସଚେତନତା ରଥ, ଉଦଘାଟନ କଲେ ଜିଲ୍ଲାପାଳ - Voter Awareness Rally In Kalahandi

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବେଣୁଧର ଶବର, ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସମେତ ବ୍ଲକର ଏପିଓ ସୌମେନ୍ଦ୍ର ନାୟକ ସମେତ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ସହ ଥୁରିଆ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀସ ଯୋଗ ଦେଇଥିଲେ । ନିର୍ବାଚନରେ କିପରି ନିଜ ନିଜର ମତଦାନ ସାବ୍ୟସ୍ତ କରି ଦେଶର ସମ୍ମାନ ବଜାୟ ରଖିବା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଶତପ୍ରତିଶତ ମତଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ କୋଟିଆ ଅଞ୍ଚଳରେ ପଡୋଶୀ ରାଜ୍ୟ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଥିବାରୁ ସେଠାରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଭଳି ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ହେବେ ସେନେଇ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details