ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ - VK Pandian at Nabarangpur - VK PANDIAN AT NABARANGPUR

VK Pandian at Nabarangpur: ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପାଣ୍ଡିଆନ । ନବରଙ୍ଗପୁରରେ ୪ଟି ବିଧାନସଭା କ୍ଷେତ୍ରରେ କଲେ ଜୋରଦାର ପ୍ରଚାର । ଅଧିକ ପଢ଼ନ୍ତୁ

VK Pandian at Nabarangpur
VK Pandian at Nabarangpur

By ETV Bharat Odisha Team

Published : Apr 26, 2024, 10:59 PM IST

VK Pandian at Nabarangpur

ନବରଙ୍ଗପୁର: ଆଜି ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତରେ ଆସି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କାର୍ଯ୍ୟ ସାରି ଫେରିଛନ୍ତି । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ପୌର ପରିଷଦର ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ଏହାପରେ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଡରା ଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଡାବୁଗାଁ ବିଧାନସଭା ଅନ୍ତର୍ଗତ ମୈଦାଲପୁରଠାରେ ଜନସଭାକୁ ସମ୍ବୋଧିତ କରିଥିଲେ । ଶେଷରେ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ପୂଜାରୀ ଗୁଡ଼ା ମିନି ଷ୍ଟାଡିୟମ ଠାରେ ଆୟୋଜିତ ବିଶାଳ ଜନସଭାକୁ ଉଦବଧନ ଦେଇ ଫେରିଯାଇଛନ୍ତି ପାଣ୍ଡିଆନ ।

୪ଟି ବିଧାନସଭା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ବିଗତ ଦିନରେ ୪ଟି ବିଧାନସଭା କ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଓ ଲୋକଙ୍କ ଦ୍ବାରା ଦିଆଯାଇଥିବା ନିର୍ବାଚନମଣ୍ଡଳୀର ସମସ୍ୟା ଗୁଡିକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ଏବଂ ନିର୍ବାଚନ ମଣ୍ଡଳୀବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯାଇଥିବା କହିଛନ୍ତି ପାଣ୍ଡିଆନ । ଆଦିବାସୀମାନଙ୍କ ଉପରେ ରହିଥିବା ଛୋଟମୋଟ ସମସ୍ତ ମାମଲା ଏହିଭଳି ୫୦ ହଜାରରୁ ଊର୍ଦ୍ଧ୍ବ କେସକୁ ରଦ୍ଦ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଆଦିବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଥିବା କହିଛନ୍ତି ଭିକେ ପାଣ୍ଡିଆନ । ବିଜୁ ସ୍ବାସ୍ଥ୍ୟ କାର୍ଡରେ ଲୋକେ ଅନେକ ସୁବିଧା ପାଉଛନ୍ତି । କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ, ପ୍ରଚାର ବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ - PANDIAN HELICOPTER CHECKED

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ, ଅର୍ଥାତ ଆସନ୍ତା ମେ' ୧୩ ତାରିଖରେ ନବରଙ୍ଗପୁର ଲୋକସଭା ସମେତ ଜିଲ୍ଲାର ଏହି ୪ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୪ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମେତ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରାଇବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ପାଣ୍ଡିଆନ । ଏହି ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶା ପ୍ରଗତି ଓ ଉନ୍ନତିରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ପାଣ୍ଡିଆନ । ଅନ୍ୟପଟେ ମାଆଙ୍କ ଦେହାନ୍ତ ପରେ ରାଜଧର୍ମ ପାଳନ କରିବା ପାଇଁ ପ୍ରଚାର ଜୋରଦାର କରିଛନ୍ତି ପ୍ରଦୀପ ମାଝୀ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details