ଓଡିଶା

odisha

ETV Bharat / state

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪: ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ସ୍ବଚ୍ଛତା ମାନ୍ୟତା - RAILWAY EMPLOYEES HONORED

ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ ହେଲେ 49 ରେଳ କର୍ମଚାରୀ । ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସମ୍ମାନ । ପୁରୀ ଓ ହରିଦାସପୁର ରାଜ୍ୟର ସ୍ବଚ୍ଛ୍ବ ଷ୍ଟେସନ ।

Railway Employees Honored
Railway Employees Honored (ETV Bharat Odisha)

By ETV Bharat Odisha Team

Published : Feb 2, 2025, 9:05 AM IST

ଭୁବନେଶ୍ବର:ପୂର୍ବତଟ ରେଳପଥ ପକ୍ଷରୁ ପାଳିତ ହେଲା ‘ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୪’ ମହୋତ୍ସବ । ଗତକାଲି (ଶନିବାର) ଭୁବନେଶ୍ୱରର ରେଳ ଅଡିଟୋରିୟମରେ ରେଳ କର୍ମଚାରୀଙ୍କ ଅତୁଳନୀୟ ସେବା ତଥା ଉତ୍ସର୍ଗୀକୃତତା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୪୯ ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ସେହିପରି ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ସ୍ବଚ୍ଛ ଷ୍ଟେସନ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।

  • ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪:

ଏହି କାର୍ଯ୍ୟକ୍ରମରେ ମୋଟ ୪୯ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି । ଏହାସହିତ ସେମାନଙ୍କ ସୀକୃତି ପ୍ରଦାନ କରାଯିବା ସହ ବିଭିନ୍ନ ରେଳ ମଣ୍ଡଳ ଏବଂ ରେଳ ୟୁନିଟଗୁଡିକର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ଦକ୍ଷତା ସିଲଡ୍ ପ୍ରଦାନ କରାଯାଇଛି । ରେଳସେବାର ଲକ୍ଷ୍ୟ ପୂରଣ କରିବାରେ ସେମାନଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ଜଣାଇଛି ରେଳବାଇ । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Railway Employees Honored (ETV Bharat Odisha)
  • ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ୍ ପୁରସ୍କାର :

ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ଦ୍ୱାରା ସମ୍ମାନିତ କରାଯାଇଛି । ତେବେ ଉଚ୍ଚକୋଟୀର କାର୍ଯ୍ୟ ଏବଂ ସେବା ବଜାୟ ରଖିବା ନେଇ ସମ୍ମାନିତ ହୋଇଛି ସମ୍ବଲପୁର ରେଳବାଇ ।

ଶ୍ରେଷ୍ଠ କ୍ଲିନ୍ ଷ୍ଟେସନ୍ ସିଲଡସ:


ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ ଥିବା ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ପରିଷ୍କାର ପରିଚ୍ଛନ୍ନତା ପାଇଁ ମାନ୍ୟତା ଦିଆଯାଇଛି । ପୁରୀ ଷ୍ଟେସନକୁ ବଡ଼ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ଏବଂ ହରିଦାସପୁର ଷ୍ଟେସନକୁ ଛୋଟ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ଏହା ବି ପଢନ୍ତୁ...4 ବିଶିଷ୍ଟ ଓଡିଆ ପାଇବେ ପଦ୍ମ ସମ୍ମାନ-2025
ଏହା ବି ପଢନ୍ତୁ...ସେବା ପାଇଁ ସମ୍ମାନ: ଓଡ଼ିଶାରୁ ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର, ରାଜ୍ୟରୁ ମୋଟ ୨୯


କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳ କର୍ମଚାରୀଙ୍କୁ କହିଛନ୍ତି, "ସେମାନଙ୍କ ପ୍ରତିବଦ୍ଧତା ଏବଂ ଦାୟିତ୍ୱ ପୂରଣ କରିବାରେ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଫୁଙ୍କୱାଲ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟକ୍ଷମତା ହାସଲ କରିବାରେ ନିରନ୍ତର ଉତ୍ସର୍ଗୀକୃତ ରହିବାକୁ କର୍ମଚାରୀମାନଙ୍କୁ ଉପଦେଶ ଦେଇଛନ୍ତି । ବିଶିଷ୍ଟ ରେଳ ସେବା ପୁରସ୍କର-୨୦୨୪ ସମାରୋହରେ ପୂର୍ବତଟ ରେଳପଥର ଲୁକ୍କାୟିତ ପ୍ରତିଭାମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ପୁରସ୍କୃତ କରାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details