ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି - ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ

Teacher Misbehave to Girl Student: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଟ୍ରେନରେ ଅସଦାଚରଣ କରିଥିବା ଅଭିଯୋଗ କଲେ ଛାତ୍ରୀ । ଅଧିକ ପଢନ୍ତୁ

Teacher Misbehave to Girl Student
Teacher Misbehave to Girl Student

By ETV Bharat Odisha Team

Published : Feb 7, 2024, 4:12 PM IST

Teacher Misbehave to Girl Student

ମାଲକାନଗିରି: କର୍ଣ୍ଣାଟକରେ ହେବାକୁ ଥିବା କ୍ରୀଡ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି କରିବାକୁ ମୟୂରଭଞ୍ଜ ନେଇଥିଲେ ଶିକ୍ଷକ । "ଫେରିବା ବେଳେ ଟ୍ରେନରେ ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ "! ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ । ଶିକ୍ଷକ ବିଭୂତିଭୂଷଣ ପଣ୍ଡାଙ୍କ ବିରୋଧରେ ଛାତ୍ରୀ ଅଭିଯୋଗ ଆଣିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ଡିସେମ୍ବର ମାସରେ କର୍ଣ୍ଣାଟକରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା । କବାଡି ଓ ଖୋକୋ ଖେଳ ପାଇଁ ଅଂଶ ଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିବାକୁ ମାଲକାନଗିରି ଏକଲବ୍ୟ ଆବାସିକ ବିଦ୍ୟାଳୟର ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ମୟୂରଭଞ୍ଜ ଯାଇଥିଲେ । ଏହି ଛାତ୍ରଛାତ୍ରୀଙ୍କ ଦାୟିତ୍ବ ନେଇଥିଲେ ଶିକ୍ଷକ ବିଭୁତିଭୂଷଣ ପଣ୍ଡା । ତେବେ ସେଠାରେ ପ୍ରସ୍ତୁତି କରାଯାଉଥିବା ବେଳେ କୌଣସି ଏକ କାରଣ ପାଇଁ କର୍ଣ୍ଣାଟକରେ ହେବାକୁ ଥିବା ଖେଳକୁ ବାତିଲ କରାଯାଇଥିଲା । ଦାୟିତ୍ଵରେ ଥିବା ଶିକ୍ଷକ ବିଭୁତିଭୂଷଣ ପିଲାଙ୍କୁ ନେଇ ଟ୍ରେନରେ ଫେରୁଥିଲେ । ଟ୍ରେନ ଭିତରେ ଜୈନିକ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଛାତ୍ରୀ ଟ୍ରେନରେ ଶୋଇଥିବା ସମୟରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଜୋର୍ ଜବରଦସ୍ତ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ଏହି ସମୟର ଫଟୋ ଉତ୍ତୋଳନ କରିଥିଲେ ଟ୍ରେନରେ ରହିଥିବା କିଛି ଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ: ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପିଅନ ଗିରଫ

କିଛି ଦିନ ବିତିଯାଇଥିଲେ ସୁଦ୍ଧା ପୀଡ଼ିତା ଛାତ୍ରୀ ଭୟରେ ଘଟଣା ସଂପର୍କରେ କାହାରିକୁ କହି ନଥିଲେ । ପୀଡ଼ିତା ଛାତ୍ରୀ ନିଜ ସାଙ୍ଗ ସାଥିଙ୍କୁ ସମସ୍ତ ଘଟଣା ସଂପର୍କରେ ଅବଗତ କରିବା ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ଘେରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ । ପୂର୍ବରୁ ବହୁବାର ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେଣୁ ଅଭିଯୁକ୍ତ ଶିକ୍ଷକଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଘଟଣାର ସୂଚନା ପାଇ ଡିଡବ୍ଲୁଓ ପ୍ରଫୁଲ୍ଲ କୁମାର ଭୂଜବଳ, ଜେନା ମଣି ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ପଚରାଉଚରା କରିଥିଲେ । ଅନ୍ଯପଟେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶିକ୍ଷକ ଜଣକ କୁଆଡେ ଫେରାର ହୋଇଯାଇଥିବା ସୂଚନା ରହିଛି । ପୀଡିତା ଛାତ୍ରଛାତ୍ରୀଙ୍କ ବାପା ନ୍ୟାୟ ଦାବିକରି ଉକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details