କୋରାପୁଟ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଜୟପୁର ବ୍ଲକ ଓ ପୌର ପରିଷଦର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର । ୮ ବର୍ଷ ଚାକିରିରେ ୨ଟି କୋଠା, ୧୮ ଟି ପ୍ଲଟ, ୮୫୦ ଗ୍ରାମ ସୁନା ଓ ଅଜସ୍ର ରୁପା ଅଳଙ୍କାର ଅଧିକାରୀ ଥିଲେ । ଭିଜିଲାନ୍ସ ଚଢାଉ କରି ଏସବୁ ଜବତ କରିଛି । ଜୟପୁର ଭିଜିଲାନ୍ସ ଗତକାଲି(ବୁଧବାର) ବିଶ୍ଵନାଥଙ୍କ ଜୟପୁର ବାସଭବନ ସହିତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ପରେ କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମାନେ ତାଜୁବ ହୋଇଯାଇଥିଲେ ।
ବିଶ୍ଵନାଥ ପାତ୍ର 2011 ମସିହାରେ ଆଡହକ କର୍ମଚାରୀ ଭାବେ 14 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ । ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ 2016 ମସିହାରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । 8 ବର୍ଷ ଭିତରେ ପୁଳା ପୁଳା ଟଙ୍କା ତାଙ୍କ ପାଖକୁ କିପରି ଆସିଲା ସେ ନେଇ ଚାଲିଛି ଖୋଳତାଡ଼ । ନିର୍ବାହୀ ଯନ୍ତ୍ରୀଙ୍କ ଜୟପୁର ରେ 7200 ବର୍ଗ ଫୁଟର ନିର୍ମାଣଧୀନ ତିନି ମହଲା କୋଠା, ବେଲଗୁଣ୍ଠା ରେ 3400 ବର୍ଗ ଫୁଟର ଦୁଇ ମହଲା କୋଠା, 18 ଟି ପ୍ଲଟ ଠାବ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ